ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

GLF ଇନଫ୍ରାଟେକ୍ ଏମଡି ଗିରଫ, ୪ କୋଟି ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ବର, ୦୧/୦୨ : ୪ କୋଟି ଟଙ୍କାର ଠକେଇ ଅଭିଯୋଗରେ GLF ଇନଫ୍ରାଟେକ ଏମଡି ଗିରଫ। ଏମଡି ଦୀପକ ଛୋଟରାୟଙ୍କୁ ଡେଲାଙ୍ଗରୁ ଗିରଫ କଲା ଇଓଡବ୍ଲ୍ୟୁ। ଫ୍ଲାଟ ଦେବାକୁ କହି ଲୋକମାନଙ୍କୁ ଚୂନା ଲଗାଇଥିଲେ ଦୀପକ। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାନୁଯାୟୀ, GLF ଇନଫ୍ରାଟେକ ଏମଡି ଦୀପକ ଛୋଟରାୟ ପାତ୍ରପଡାରେ ଜମି ଦେବାକୁ କହି ୨୦୧୬ରେ ୩୫ ଜଣଙ୍କ ଠାରୁ ଟଙ୍କା ନେଇଥିଲେ। ୨୦୧୯ରେ ପ୍ଲଟ ହେଲା ନାହିଁ ଗାଡ଼କଣ ମୌଜାରେ ଫ୍ଲାଟ ଦେବାକୁ କହି ଲୋକଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏଁ  ନେଇଥିଲେ। ୨୦୧୬ ରୁ ୧୯ ମଧ୍ୟରେ ଗ୍ରାହକଙ୍କ ଠାରୁ ଏହି ଟଙ୍କା ଆଦାୟ କରିଥିଲା। ହେଲେ ଏପର୍ଯ୍ୟନ୍ତ କାହାକୁ ପ୍ଲଟ କିମ୍ଵା ଫ୍ଲାଟ ହସ୍ତାନ୍ତର କରି ନାହାଁନ୍ତି। ସେମାନଙ୍କ ଟଙ୍କା ମଧ୍ୟ ଫେରସ୍ତ କରି ନାହାଁନ୍ତି। ଫଳରେ ଗ୍ରହକମାନେ ଇଓଡବ୍ଲ୍ୟୁର ଦ୍ଵାରସ୍ଥ ହୋଇଥିଲେ। ଇଓଡବ୍ଲ୍ୟୁ ଦୀପକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।  


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.