ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ଭୋଟ୍ ପୂର୍ବରୁ ନିର୍ବାଚନ ଆୟୋଗ କଠୋର, ଜାତି-ଧର୍ମ ଆଧାରରେ ଭୋଟ୍ ମାଗିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୦୨/୦୩: ସମସ୍ତ ରାଜନୈତିକ ଦଳ ପାଇଁ ଆଡଭାଇଜରି ଜାରି କରିଛନ୍ତି ନିର୍ବାଚନ ଆୟୋଗ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଆଡଭାଇଜରି ଜାରି କରିଛନ୍ତି । ଉସୁକାଇବା ଭଳି ଭାଷଣ ଓ ବିନା ତଥ୍ୟ ଆଧାରରେ ଦିଆ ଯାଉଥିବା ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ କଠୋର ହୋଇଛନ୍ତି ।

ନିର୍ବାଚନ ଆୟୋଗ କହିଛନ୍ତି, ପ୍ରଚାର ବେଳେ ଜାତି-ଧର୍ମ ଆଧାରରେ ଭୋଟ୍ ମଗାଯାଇ ପାରିବ ନାହିଁ । ଆୟୋଗଙ୍କ ଅନୁସାରେ, ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଅଥବା ଅନ୍ୟ କୌଣସି ଧାର୍ମିକ ସ୍ଥଳକୁ ନେଇ ମନ୍ତବ୍ୟ ଦେବାରୁ ବିରତ ରୁହନ୍ତୁ । ଏସବୁର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।

ନିର୍ବାଚନରେ ଷ୍ଟାର ପ୍ରଚାରକଙ୍କ ବଡ଼ ଭୂମିକା ରହିଥାଏ । ଅନେକ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥାନ୍ତି ଷ୍ଟାର ପ୍ରଚାରକ । କିନ୍ତୁ ଚଳିତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଷ୍ଟାର ପ୍ରଚାରକଙ୍କ ଲାଗି ସମସ୍ୟା ବଢ଼ାଇ ପାରେ । ନିର୍ବାଚନ ଆୟୋଗ କହିଚନ୍ତି, ଆଚରଣ ବିଧି ଉଲ୍ଲଂଘନ ନେଇ ପୂର୍ବରୁ ନୋଟିସ୍ ମିଳିଥିଲେ ପୁଣି ଭୁଲ୍ କଲେ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିକଟରେ କହିଥିଲେ, ରାଜନୈତିକ ଦଳ ଗୁଡ଼ିକ ନୈତିକ ଓ ସମ୍ମାନଜନକ ରାଜନୀତିକୁ ପ୍ରୋତ୍ସାହନ ଦେବା ଆବଶ୍ୟକ । ବ୍ୟକ୍ତିଗତ ଆକ୍ରମଣ ପରିବର୍ତ୍ତେ ବିଚାରଧାରା ବ୍ୟକ୍ତ କରନ୍ତୁ ।

ରାଜନୈତିକ ଦଳ ଗୁଡ଼ିକ ସାର୍ବଜନିକ ଶିଷ୍ଟାଚାର ବଜାୟ ରଖିବା ଲାଗି ନିର୍ବାଚନ ଆୟୋଗ ସୋସିଆଲ୍ ମିଡିଆ ଉପରେ ନଜର ରଖିବେ । ନୂଆ ଆଡଭାଇଜରିରେ ସୋସିଆଲ୍ ମିଡିଆର ଗତିବିଧିକୁ ସାମିଲ୍ କରାଯାଇଛି । ବିରୋଧୀଙ୍କୁ ବଦନାମ କରିବା, ଅପମାନିତ କଲା ଭଳି ପୋଷ୍ଟ ନ କରିବାକୁ ରାଜନୈତିକ ଦଳ ଗୁଡ଼ିକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.