ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୫ ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍‌ରେ ନିର୍ବାଚନ ଘୋଷଣା, ସାମ୍ନାକୁ ଆସିଲା ମତଦାନର ତାରିଖ ; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ : ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍‌ରେ ନିର୍ବାଚନ ନେଇ ଘୋଷଣା ହୋଇଛି। ଏହି ସବୁ ସିଟ୍‌ରେ ୨୭ଫେବ୍ରୁଆରୀରେ ମତଦାନ ହେବ। ଭାରତ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି। କହି ରଖୁଛି କି, ୧୩ଟି ରାଜ୍ୟର ୫୦ଟି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ୨ ଅପ୍ରେଲରେ ସମାପ୍ତ ହେବ। ୨ଟି ରାଜ୍ୟର ଶେଷ ୬ ସଦସ୍ୟ ୩ ଅପ୍ରେଲରେ ରିଟାୟର୍ଡ ହୋଇଯିବେ। ଯେଉଁ ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି, ଏଥିରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ , ଗୁଜରାଟ, ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା, ରାଜସ୍ଥାନ, କର୍ଣ୍ଣାଟକ, ଉତ୍ତରାଖଣ୍ଡ , ଛତିଶଗଡ଼, ଓଡିଶା, ହରିଆଣା ଓ ହିମାଚଳ ପ୍ରଦେଶ ସାମିଲ ଅଛି। 

ଉକ୍ତ ନିର୍ବାଚନ ପାଇଁ ନୋଟିଫିକେସନ ୮ ଫେବ୍ରୁଆରୀରେ ଜାରି ହେବ। ନାମାଙ୍କନ ୧୫ ଫେବ୍ରୁଆରୀ ଯାଏ ଦାଖଲ କରାଯାଇ ପାରେ । ନାମାଙ୍କନର ଯାଞ୍ଚ ୧୬ ଫେବ୍ରୁଆରୀରେ ହେବ। ୨୦ ଫେବ୍ରୁଆରୀ ଯାଏ ପ୍ରାର୍ଥୀ ନିଜର ନାଁ ଫେରେଇ ପାରିବେ । 

ରାଜ୍ୟସଭାର ଯେଉଁ ସାଂସଦଙ୍କ କାର୍ଯ୍ୟକାଳ ଅପ୍ରେଲରେ ସମାପନ ହେବ, ଏଥିରେ ୯ଜଣ କେନ୍ଦ୍ରୀୟ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ଏଥିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ( ହିମାଚଳ ପ୍ରଦେଶ) , ରେଲୱେ, ଆଇଟି ଓ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (ଓଡିଶା) , ଆଇଟି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର (କର୍ଣ୍ଣଟକ), ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ୍ୟ ମନ୍ତ୍ରୀ ନାରାୟଣ ରାଣେ (ମହାରାଷ୍ଟ୍ର), ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ମଧ୍ୟ ପ୍ରଦେଶ), ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍‌ ମଣ୍ଡାଭିଆ (ଗୁଜରାଟ ) ଓ ପର୍ଯ୍ୟାବରଣ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ (ରାଜସ୍ଥାନ) ଅଛନ୍ତି। 

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ (ରାଜସ୍ଥାନ)ଙ୍କର କାର୍ଯ୍ୟକାଳ ମଧ୍ୟ ଚଳିତ ବର୍ଷ ଅପ୍ରେଲ୍‌ରେ ସରିଯିବ। ୨ ଅପ୍ରେଲ, ୨୦୨୪ରେ ଉତ୍ତର ପ୍ରଦେଶରୁ ୧୦, ମହାରାଷ୍ଟ୍ର ଓ ବିହାରରୁ ୬-୬, ମଧ୍ୟ ପ୍ରଦେଶ ଓ ପଶ୍ଚିମବଙ୍ଗରୁ ୫-୫, ଗୁଜରାଟ ଓ କର୍ଣ୍ଣାଟକରୁ ୪-୪ , ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ୩-୩ ଓ ଛତିଶଗଡ଼, ହରିଆଣା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରୁ ଜଣେ ରାଜ୍ୟସଭା ସାଂସଦ ଅବସର ନେବେ। ମହାରାଷ୍ଟ୍ରରୁ ଅବସର ନେବାକୁ ଥିବା ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ରାଣେ, ପୂର୍ବତନ ସୂଚନା , ପ୍ରସାରଣ ଓ ପରିବେଶ , ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡେକର ଓ ବରିଷ୍ଠ ବିଜେପି ମୁଖ୍ୟ ଭି. ମୁରଲିଧରନ ସାମିଲ ଅଛନ୍ତି। ଶିବସେନା (ୟୁଟି) ସାଂସଦ ଅନିଲ ଦେଶାଇ ,ଏନସିପିର ବନ୍ଦନା ଚୌହ୍ୱାନ ଓ କଂଗ୍ରେସର କୁମାର କେତକର ମଧ୍ୟ ଅବସର ନେବେ।


 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.