ଚନ୍ଦାହାଣ୍ଡି,୭।୧୧ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଜଣେ ବିଦ୍ୟୁତ ଗ୍ରାହକଙ୍କ ଘରେ ମିଟର ରିଡିଙ୍ଗ ନେବା ସମୟରେ ବିଷାକ୍ତ ସାପ କାମୁଡି ଦେବାରୁ କର୍ମଚାରୀ ଗଙ୍ଗାଧର ସେଠୀ ଗୁରୁତର ହୋଇଛନ୍ତି l ଗୁରୁତର ଅବସ୍ଥାରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି।
ଚନ୍ଦାହାଣ୍ଡି ବ୍ଲକ ବିଦ୍ୟୁତ ବିଭାଗ ମିଟର ରିଡର ଦଣ୍ଡାମୁଣ୍ଡା ଗ୍ରାମର ଗଙ୍ଗାଧର ସେଠୀ ପାଟଖଲିଆ ପଞ୍ଚାୟତ ଅଧିନ ଧୂରୁଆପଡା ଗ୍ରାମର ସମରଥ ସୁନାଙ୍କ ଘରେ ମିଟର ରିଡିଙ୍ଗ ନେଉଥିଲେ। ସେଠାରେ ପୂର୍ବରୁ ରହିଥିବା ଏକ ସାପ ତାଙ୍କ ଡାହାଣ ହାତ ଆଙ୍ଗୁଠିକୁ କାମୁଡି ଦେବାରୁ ସେ ଅଚେତ ହୋଇ ପଡିଯାଇଥିଲେ। ପାଖରେ ଥିବା ସହ କର୍ମୀମାନେ ଗଙ୍ଗାଧରକୁ ଚିକିତ୍ସା ପାଇଁ ସାପ ସହ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l
ଖବର ପାଇ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ସାହୁ, ଆରପିଓ ପ୍ରଣବ ବେହେରା ଏବଂ ଅନ୍ୟ ବିଦ୍ୟୁତ ବିଭାଗ ର କର୍ମଚାରୀମାନେ ଡାକ୍ତରଖାନା ପହଁଚି ଗଙ୍ଗାଧରର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ l ଏ ସମ୍ପର୍କ ରେ ନବରଙ୍ଗପୁର ଟି ଏଲ ସି ଆଲୋକ ଜ୍ୟୋତି ସାମଲଙ୍କୁ ପଚାରିବାରୁ ଏ ସମ୍ପର୍କ ରେ ସେ ଝରିଗାଁ ସୁପରଭାଇଜରଙ୍କୁ ନିର୍ଦେଶ ଦେଇ ଥିବା ନେଇ ପ୍ରକାଶ କରିଛନ୍ତି l