ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହାତୀଦାନ୍ତ ମୁଲଚାଲ ବେଳେ ମାଡିବସିଲା ବନ ବିଭାଗ : ୩୦କିଗ୍ରାର ଦୁଇଟି ଦାନ୍ତ ଜବତ, ୧୦ ଗିରଫ

ବାରିପଦା ୬/୨: ପୁଣି ଶିମିଳିପାଳରେ ଶିକାରୀଙ୍କୁ  ମାଡ଼ି ବସିଲା ବନ ବିଭାଗ l ହାତୀଦାନ୍ତ କାରବାର ନିମନ୍ତେ ଡିଲ ହେବା ବେଳକୁ ସବୁ ଫସର୍ ଫାଟିଗଲା। ୩୦ କିଗ୍ରା ଓଜନର ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ସଂପୃକ୍ତ ୧୦ ଅଭିଯୁକ୍ତଙ୍କୁ ବନ ବିଭାଗ ଟିମ ମାଡି ବସିଛି ।   ଅଭିଯୁକ୍ତମାନେ ହେଲେ  ଯଶିପୁର ଥାନା ଅନ୍ତର୍ଗତ ସାଉଁପାଳ ଗ୍ରାମର ଘାସିରାମ ଜେରାଇ (୪୫), ଧାରୁଆ ବେଡା ଗ୍ରାମର ଆନନ୍ଦ କରାଇ (୫୫), ଶିବଶଙ୍କର ବାନରା (୫୫), ନୂଆଗାଁ ଗ୍ରାମର ନରେନ୍ଦ୍ର ବନରା (୫୩),  ଟମକଶିଳା ଗ୍ରାମର ଚାକୁ ଆଲଦା (୩୫), ଖେଜୁରି ଗ୍ରାମର ଡାବ୍ରା ଭଦ୍ରା (୪୫), ଡବ୍ରା ଭଦ୍ରା ର ପୁଅ ବେଗ୍ରା ଭ ଦ୍ରା (୨୧), ଡବ୍ରା ଭଦ୍ରାର ଅନ୍ୟ ଏକ ପୁଅ ପପୁଲା ଭଦ୍ରା (୨୨), କାଣ୍ଡବିଲ ଗ୍ରାମର ସନାତନ ଭଦ୍ରା (୨୪), ଏବଂ ଠାକୁର ଗୋଡା ଗ୍ରାମର ମାର୍କଣ୍ଡ ହୋ (୨୩)। 

ସୂଚନା ମୁତାବକ ପୂର୍ବରୁ ଏକ ବିଶ୍ଵସ୍ତ ସୂତ୍ରରୁ ହାତୀ ଦାନ୍ତ କାରବାର ସମ୍ପର୍କ ରେ ଖବର ପାଇ ଏସଟିପିଏଫ, ଜେଟିଏଫ, ବନକର୍ମଚାରୀମାନେ ମିଳିତ ଭାବେ  ଯଶିପୁର ଅଞ୍ଚଳରେ ଚଢ଼ାଉ କରିଥିଲେ।  ଅପରାଧୀମାନେ ହାତୀ ଦାନ୍ତ ନେଇ ଆସୁଥିବା ଥିବା ବେଳେ ସତର୍କ ଥିବା ବନବିଭାଗ ହାତୀ ଦାନ୍ତ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ  କାବୁ କରିଥିଲା। ସେମାନଙ୍କ ନିକଟରୁ ୩୦କିଲୋ ୯ଗ୍ରାମର ଦୁଇଟି ବଡ଼ ହାତୀ ଦାନ୍ତ ଜବତ ହୋଇଛି।  ହାତୀ ଦାନ୍ତ ଚୋରା ଚାଲାଣର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ଏ ନେଇ ବନ ବିଭାଗ ତରଫରୁ ଅଧିକ ତଦନ୍ତ ଜାରି ରହିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.