ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଅଫେରା ବାଟରେ ବର୍ଷିୟାନ ଅଭିନେତା ସାଧୁ ମେହେର; ୮୪ ବର୍ଷ ବୟସରେ ପରଲୋକ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୦୨/୦୨: ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ସାଧୁ ମେହେରଙ୍କର ପରଲୋକ ଘଟିଛି। ମୁମ୍ବାଇରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ ସାଧୁ ମେହେର। ତେବେ ପରଲୋକ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ହିନ୍ଦି ଓ ଓଡ଼ିଆ ସିନେମାରେ ସାଧୁ ଏକ ସ୍ବତନ୍ତ୍ର ଖ୍ୟାତି ଅର୍ଜନ କରିଥିଲେ। ହିନ୍ଦୀ ଚଳଚିତ୍ର ଭୁବନ ଶୋମ, ଅଙ୍କୁର, ମୃଗୟା ଆଦିରେ ସେ ତାଙ୍କ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି। ଅଙ୍କୁର ସିନେମା ପାଇଁ ତାଙ୍କୁ ଜାତୀୟ ଚଳଚିତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା। 

ସାଧୁ, ମେହେର  ୧୯୪୦ ମସିହା ଜାନୁଆରୀ ପହିଲା ତାରିଖରେ ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ବୁଣାକାର ଥିଲେ । ସୋନପୁର ସହରରେ ସେ ନିଜର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ । ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ । ଅଭିନୟରେ ସେ ଏପରି ମଗ୍ନ ଥିଲେ ଯେ, ମଞ୍ଚରେ ଅଭିନୟ କରୁଥିବା ସମୟରେ ତାଙ୍କୁ ପିତାଙ୍କ ମୃତ୍ୟୁଖବର ମିଳିଥିଲା, କିନ୍ତୁ ସେ ମଞ୍ଚଛାଡ଼ି ନଯାଇ ଅଭିନୟ ସମାପ୍ତ କରିଥିଲେ । 

ସ୍ନାତକ ଶିକ୍ଷାପରେ, ସେ କଲିକତାର ରବୀନ୍ଦ୍ର ଭାରତୀ ଯାଇଥିଲେ ଅଭିନୟରେ ଡିପ୍ଲୋମା କରିବା ପାଇଁ । ସେଠାରେ, ମଞ୍ଚ ଓ ସିନେମା ପ୍ରଭାବରେ ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ ହୋଇଥିଲା । ସେ ପୁନାର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଯାଇ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ । ତାପରେ ସେ ଥିଏଟରରେ ଯୋଗଦେଲେ ଓ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରିଥିଲେ ।

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ। ଉଭୟ ହିନ୍ଦୀ ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି।  ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡ଼ିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ  ପୁରସ୍କାର ସ୍କାରରେ ସେ ସମ୍ମାନିତ ହୋଇଛନ୍ତି।  ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.