ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋରଖପୁର ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଯାତ୍ରୀ ସୁବିଧାକୁ ସୁଗମ କରିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ନୂଆଦିଲ୍ଲୀ, ୩୦/୦୧ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ରେଳ ମନ୍ତ୍ରଣାଳୟ ‘ଗୋରଖପୁର ହଟିଆ - ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ’ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି । ଏହି ପଦକ୍ଷେପ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଆଖପାଖ ଜିଲ୍ଲାର ଯାତ୍ରୀ ସୁବିଧାକୁ ସୁଗମ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।    

କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳର ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ୨୦୨୨ ଡିସେମ୍ବର ୯, ଓ ଚଳିତ ଜାନୁଆରୀ ୦୩ରେ ପତ୍ର ଲେଖି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ରେନର ଚଳାଚଳକୁ ସମ୍ବଲପୁର ସମ୍ପ୍ରସାରଣ ନେଇ ଅନୁରୋଧ କରିଥିଲେ । ଦୁଇଟି ପତ୍ରରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିହାର ଏବଂ ପୂର୍ବ ଉତ୍ତରପ୍ରଦେଶର ପ୍ରାୟ ୪ ଲକ୍ଷ ଲୋକ ପଶ୍ଚିମ ଓଡ଼ିଶାରେ ବସବାସ କରନ୍ତି ଏବଂ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୧.୫ ଲକ୍ଷ ଲୋକମାନେ ରହୁଛନ୍ତି । ନିଜ ବାସସ୍ଥାନକୁ ଯିବା ପାଇଁ ସିଧାସଳଖ ଟ୍ରେନ ନଥିବା ଯୋଗୁଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  

କେନ୍ଦ୍ରମନ୍ତ୍ରୀଙ୍କ ପତ୍ରର ପତ୍ୟୁତ୍ତରରେ ଦକ୍ଷିଣ ପୂର୍ବ ରେଳବାଇ ବିଭାଗ ଏକ ବିଜ୍ଞପ୍ତି ପତ୍ର ଜାରି କରି ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ କ୍ରମେ ଗୋରଖପୁର ହଟିଆ - ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବା ଦର୍ଶାଇଛି । ଏହି ଟ୍ରେନ ହଟିଆରୁ ବାହାରି ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହଣୀ ନେଇ ନିଷ୍ପତି ନିଆଯାଇଥିବା ବିଭାଗ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକମାନଙ୍କ ଦାବିକୁ ପୂରଣ କରିଥିବାରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଏହା ନିଷ୍ପତି ଦ୍ୱାରା ଯାତାୟତ ସୁବିଧା ସୁଗମ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.