ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଶନିବାରଠୁ ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌: ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

Published By : Prameya | February 9, 2024 2:43 PM

ଭୁବନେଶ୍ୱର, ୦୯/୦୨: ଶନିବାର ଠାରୁ କଳିଙ୍ଗ ଷ୍ଟାଡିୟମରେ  ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌  ପୁରୁଷ ପ୍ରୋ ଲିଗ୍‌ । ଆଗକୁ ପ୍ୟାରିସ ଅଲିମ୍ପିକ୍ସ । ତେଣୁ ଘରୋଇ  ଗ୍ରାଉଣ୍ଡରୁ ଭାରତୀୟ ଦଳ ଶକ୍ତିଶାଳୀ  ଅଷ୍ଟ୍ରେଲିଆ, ନେଦରଲାଣ୍ଡସ ଓ ସ୍ପେନ ବିପକ୍ଷରେ ପ୍ରସ୍ତୁତି ଆରମ୍ଭ କରିବ । 

ଇତିମଧ୍ୟରେ ଅଷ୍ଟ୍ରେଲିଆ, ସ୍ପେନ,  ନେଦରଲାଣ୍ଡସ ଓ ଆୟର୍ଲାଣ୍ଡ ଭୁବନେଶ୍ୱର  ପହଞ୍ଚି ସାରିଛନ୍ତି । ପର୍ଯ୍ୟାୟକ୍ରମିକ ଭାବେ ଘରୋଇ ଦଳ ସହ ଅନ୍ୟମାନେ କଳିଙ୍ଗ  ଷ୍ଟାଡିୟମରେ ପ୍ରସ୍ତୁତି ଜାରି ରଖିଛନ୍ତି । ପୁରୁଷ ଦଳ ହାଙ୍ଗଝୌ ଏସିଆଡ୍‌ରେ ଚାମ୍ପିଅନ ହୋଇ ସିଧାସଳଖ ପ୍ୟାରିସ ଟିକେଟ୍‌ ହାସଲ କରିଥିଲା ।  ଗତ ଅଲିମ୍ପିକ୍ସରେ ଦଳ ୪ ଦଶନ୍ଧି  ପରେ ପଦକ ଜିତିବାରେ ସଫଳ  ହୋଇଥିଲା  । ଏଥର ପ୍ୟାରିସରେ  ମଧ୍ୟ ଦଳ ପୂର୍ବ ପ୍ରଦର୍ଶନ  ଦୋହରାଇବ ବୋଲି ଆଶା ରହିଛି । 

ପ୍ରୋ ଲିଗ୍‌ରେ ଭାରତୀୟ  ଦଳ ଆସନ୍ତା ୧୦ ତାରିଖରେ ସ୍ପେନ ବିପକ୍ଷରେ  ଅଭିଯାନ ଆରମ୍ଭ କରିବ । ପରେ ୧୧ ତାରିଖରେ ନେଦରଲାଣ୍ଡସକୁ, ୧୫ରେ ଅଷ୍ଟ୍ରେଲିଆକୁ ଏବଂ  ୧୬ରେ ଆୟର୍ଲାଣ୍ଡକୁ ଭେଟିବ । ଏହାପରେ ଦ୍ୱିତୀୟ  ରାଉଣ୍ଡ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରୁ  ଆରମ୍ଭ ହେବ । ୧୯ରେ ଭାରତ ପ୍ରଥମ ମ୍ୟାଚ୍‌ରେ  ସ୍ପେନକୁ, ୨୧ରେ ନେଦରଲାଣ୍ଡସକୁ, ୨୪ରେ  ଅଷ୍ଟ୍ରେଲିଆକୁ ଏବଂ ୨୫ରେ ଆୟର୍ଲାଣ୍ଡକୁ ଭେଟିବ । 

ଟିକେଟ୍‌ ମୂଲ୍ୟ ୧୦୦ରୁ ୫୦୦ 

ପ୍ରୋ ଲିଗ୍‌ ପାଇଁ ସର୍ବନିମ୍ନ ଟିକେଟ୍‌ ମୂଲ୍ୟ  ୧୦୦ ଏବଂ ସର୍ବାଧିକ ୫୦୦ ଟଙ୍କା ରଖାଯାଇଛି ।  ଷ୍ଟାଡିୟମର ପଶ୍ଚିମ ଷ୍ଟାଣ୍ଡର ପ୍ରଥମ ଫ୍ଲୋର ୫୦୦,  ପୂର୍ବଷ୍ଟାଣ୍ଡର ପ୍ରଥମ ଫ୍ଲୋର ୨୦୦, ଉତ୍ତର ଷ୍ଟାଣ୍ଡର  ପ୍ରଥମ ଫ୍ଲୋର ୧୦୦ ଓ ଦକ୍ଷିଣ ଷ୍ଟାଣ୍ଡର ପ୍ରଥମ ଫ୍ଲୋର  ୧୦୦ ଟଙ୍କା ରଖାଯାଇଛି । ପୂର୍ବରୁ ଉଭୟ ପୁରୁଷ  ଓ ମହିଳା ପ୍ରୋ ଲିଗ୍‌ ମ୍ୟାଚ୍‌ ପାଇଁ ଭୁବନେଶ୍ୱର  ଓ ରାଉରକେଲା ଭେନ୍ୟୁ ସକାଶେ ଟିକେଟ୍‌ ବିକ୍ରି ହେବା ବିଷୟ ହକି ଇଣ୍ଡିଆ ଘୋଷଣା କରିଥିଲା ।  ଉଭୟ ଅନ୍‌ଲାଇନ କାଉଣ୍ଟରରେ ଦର୍ଶକ ଟିକେଟ୍‌  କିଣିପାରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.