ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବଳ ଲଗେଜ୍ ନୁହେଁ, ଯାତ୍ରୀଙ୍କୁ ବି ଓଜନ କରିବ ଏହି ଏୟାରଲାଇନ୍

ନୂଆଦିଲ୍ଲୀ, ୦୯/୦୨: ସାଧାରଣତଃ ବିମାନ ଯାତ୍ରା ବେଳେ ଯାତ୍ରୀ ସାଙ୍ଗରେ ନେଉଥିବା ସାମାନକୁ ନେଇ ଚିନ୍ତିତ ଥାଆନ୍ତି । ଅଧିକ ଟଙ୍କା ହେଉ ଅବା ଅନ୍ୟ କାରଣ ଲୋକ ଭ୍ରମଣ ବେଳେ ସାଙ୍ଗରେ ସୀମିତ ଲଗେଜ୍ ନେବାକୁ ଚାହିଁ ଥାନ୍ତି । ତେବେ ବିମାନ ଯାତ୍ରା ବେଳେ ଲଗେଜ୍ ପର୍ଯ୍ୟନ୍ତ କଥା ଠିକ୍ । କିନ୍ତୁ ଏବେ ଯାତ୍ରା ପୂର୍ବରୁ ଯାତ୍ରୀ ହେବେ ଓଜନ ।

ନିକଟରେ ଏଭଳି ନିଷ୍ପତ୍ତି ନେଇଛି ଏକ ବିମାନ ସେବା ପ୍ରଦାନକାରୀ ସଂସ୍ଥା । ଲଗେଜ୍ ସହ ଏୟାରଲାଇନ୍ ଯାତ୍ରୀଙ୍କୁ ଓଜନ କରିବା ଆରମ୍ଭ କରି ଦେଇଛି । ୟୁରୋପିଆନ୍ ଏୟାରଲାଇନ୍ ଫିନଏୟାରର ଘୋଷଣା ଅନୁସାରେ, ଏଣିକି ପ୍ରତ୍ୟେକଟି ବିମାନ ଉଡ଼ାଣ ପୂର୍ବରୁ ଯାତ୍ରୀଙ୍କ ଓଜନ ମାପ କରାଯିବ ।

ଏନେଇ ଫିନ୍ଏୟାରର ମୁଖପାତ୍ର କୈସା ଟିକ୍କାନେନ୍ କହିଛନ୍ତି, ବିମାନରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କୁ ଓଜନ କରାଯିବ । ଚଳିତ ସପ୍ତାହରେ ସୋମବାର ହେଲସିଙ୍କି ବିମାନବନ୍ଦରରେ ଓଜନ ମାପ କରିବା ଆରମ୍ଭ ହୋଇଛି । ଏବେ ସୁଦ୍ଧା ଏଥିରେ ୫୦୦ ଜଣ ଭାଗ ନେଇଛନ୍ତି ।

କର୍ତ୍ତୃପକ୍ଷଙ୍କ ଅନୁସାରେ, ଏହାଦ୍ୱାରା ବିମାନର ମୋଟ ଓଜନ କାଲକୁଲେଟ୍ କରାଯାଇ ପାରିବ । ଯେଉଁଥିରେ ଇନ୍ଧନ ସହ ଚେକ୍ ଇନ୍ କରାଯାଇଥିବା ସାମାନ, କାର୍ଗୋ, ବିମାନରେ ଖାଦ୍ୟ ପାନୀୟ, ପାଣି ଟାଙ୍କି ଓ ଗ୍ରାହକଙ୍କ ଓଜନ ସାମିଲ୍ । ସୁରକ୍ଷିତ ଯାତ୍ରା ଲାଗି ଏସବୁ ଜରୁରୀ ।

ଏହା ପୂର୍ବରୁ ୟୁନାଇଟେଡ୍ ଏୟାରଲାଇନ୍ସ ଯାତ୍ରୀଙ୍କ ଓଜନ ବୃଦ୍ଧି ପାଇବାରୁ କେତେକ ସିଟକୁ ବ୍ଲକ୍ କରିବା ଆରମ୍ଭ କରି ଦେଇଥିଲା । ସେତେବେଳେ କୁହା ଯାଇଥିଲା, ବିମାନ ଭିତରେ ଯାତ୍ରୀଙ୍କ ଓଜନ ବଢ଼ିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବସିବା ଲାଗି ବ୍ୟବସ୍ଥା କରିବାକୁ ପଡ଼ିବ । ଆଉ ଏହାର୍ ଅର୍ଥ କିଛି ସିଟ୍ ଖାଲି ରଖିବା ।

ତେବେ ପ୍ରଥମଥର ପାଇଁ କୌଣସି ଏୟାରଲାଇନ୍ ଯାତ୍ରୀଙ୍କୁ ଓଜନ କରି ନାହିଁ । ଗତବର୍ଷ ଇଜିଜେଟ୍ ଏକ ଉଡ଼ାଣରୁ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିଥିଲା । କାରଣ ବିମାନ ଏତେ ଭାରି ହୋଇ ଯାଇଥିଲା ଯେ, ରନୱେକୁ ଯାଇ ପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.