ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲିଙ୍କ ହୃଦଘାତରେ ଦେହାନ୍ତ

ମାଲକାନଗିରି,୨୮/୧ :  ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବିଜେଡି ଦଳର ବରିଷ୍ଠ ମହିଳା ନେତ୍ରୀ ପଦ୍ମିନୀ ମୁଦୁଲି(୬୭)ଙ୍କ ଆଜି ଭୋରୁ ହୃଦଘାତରେ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଲକ୍ଷ୍ମୀ ନାରାୟଣ ମୁଦୁଲି, ଶ୍ରୀନିବାସ ମୁଦୁଲି, ଝିଅ ଓ ବୋହୁ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ଗତ ୩ମାସ ପୂର୍ବରୁ ପଦ୍ମିନୀଙ୍କ ସ୍ୱାମୀ ନୀଳକଣ୍ଠଙ୍କ ଦେହାନ୍ତ ହୋଇଥିଲା। ୩ମାସ ମଧ୍ୟରେ ବାପା ଓ ମା’ଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

ଶ୍ରୀମତୀ ମୁଦୁଲିଙ୍କ ମୃତ୍ୟୁ ଖବରପାଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାସ ଭବନରେ ସବୁ ରାଜନୈତିକ ଦଳର ବରିଷ୍ଠ ନେତା, ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଜିଲ୍ଲାବାସୀ ପହଞ୍ଚି ଶେଷ ଦର୍ଶନ କରି ଅଶ୍ରୁଳ ଶଦ୍ଦାଞ୍ଜଳି ଜଣାଇଛନ୍ତି। ଶ୍ରୀମତୀ ମୁଦୁଲି ପ୍ରଥମେ ଗୋବିନ୍ଦପାଲୀ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ମୃତଦେହକୁ ବିରାଟ ଶୋଭାଯାତ୍ରାରେ ଗୋବିନ୍ଦପାଲି ସହର ପରିକ୍ରମା କରାଯାଇ ସ୍ଥାନୀୟ ସ୍ମଶାନରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.