ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪ରେ ଘସିପୁରାରେ କ୍ଷମତା ଲଢ଼େଇ: ପୁଣି ବଦ୍ରି-ନିରଞ୍ଜନଙ୍କ ମଧ୍ୟରେ ହେବ କି ଫାଇଟ୍ ?

ଆନନ୍ଦପୁର ୨୯/୦୨(ସନ୍ତୋଷ ରାଉତ): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରେ ବଦ୍ରି ଓ ନିରଞ୍ଜନଙ୍କ ଲଢେଇ ପୁଣି ଥରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚାକୁ ଆସିଛି । ବିଜେଡିର ଭେଟରାନ୍‌ ନେତା ତଥା ବର୍ତ୍ତମାନର ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ୨୦୨୪ରେ ପୁଅ ଦେବାଶିଷଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ସେହିପରି ପୁଅ ଦେବାଶିଷ ମଧ୍ୟ ବାପାଙ୍କ  ଅନୁସରଣ କରି ସମାନ ଭାବେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି । ଏଥର ନହେଲେ ଆଉ କେବେ ନୁହଁ ଲକ୍ଷ୍ୟରେ ପୁଅ ଦେବାଶିଷଙ୍କ ପାଇଁ ବଦ୍ରି ପୁରା ଦମ୍‌ରେ ଲାଗିପଡିଛନ୍ତି । ସେହିଭଳି ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜନୈତିକ ଗୋଟି ଚଳନାରେ କମ୍‌ ନୁହନ୍ତି । ସେ ଘସିପୁରା ନିର୍ବାଚନମଣ୍ଡଳୀକୁ ଭୁଲି ଯାଇ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ବ୍ୟସ୍ତ ରହୁଥିବା ଦେଖାଯାଉଛି । ୨୦୧୯ରେ ନିରଞ୍ଜନ ମାତ୍ର ୮୮୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଠାରୁ ପରାଜୟ ସ୍ୱୀକାର କରିଥିଲେ । ଏବେ କିନ୍ତୁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଅବସ୍ଥା ସୁଧୁରିବାକୁ ଲାଗିଛି । 

ଭଣ୍ଡାରିପୋଖରୀରେ ନିରଞ୍ଜନଙ୍କ ସମର୍ଥନ ବୃଦ୍ଧି ପାଇବା ଅନ୍ୟପଟେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡିର ଆକ୍ରମଣ ରାଜନୈତିକ ମାହୋଲକୁ ସରଗରମ କରିବାରେ ଲାଗିଛି । ରାଜନୈତିକ ସମୀକ୍ଷକଙ୍କ ମତ ଅନୁସାରେ ନିରଞ୍ଜନ ଘନ ଘନ ଭଣ୍ଡାରିପୋଖରୀ ଗସ୍ତ କରି କଂଗ୍ରେସର ସ୍ଥିତିକୁ ମଜଭୁତ କରିବା ସହିତ ଶେଷ ମୁହୂର୍ତ୍ତରେ ଏହି ଆସନ ପୁଅ ପାଇଁ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଭଣ୍ଡାରିପୋଖରୀରେ ପୁଅକୁ ଛାଡି ନିରଞ୍ଜନ ଘସିପୁରାରେ ରାଜନୀତିକ ମାହୋଲ ସରଗରମ କରିବା ଅପେକ୍ଷାରେ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚାକୁ ଆସିଛି । ଏପରିକି ବଦ୍ରି ପୁଅ ଦେବାଶିଷକୁ ଆସନ ଛାଡିବା ପାଇଁ ଲାଗିପଡିଥିବାବେଳେ ପୂର୍ବ ନିର୍ବାଚନ ଭଳି ନିରଞ୍ଜନ ୨୦୨୪ରେ ରାଜନୈତିକ ମଇଦାନକୁ ବଦ୍ରିଙ୍କୁ ନିର୍ବାଚନରେ ଲଢିବା ପାଇଁ ଆହ୍ୱାନ କରିପାରନ୍ତି । ୨୦୧୯ରେ ଘସିପୁରା ନିର୍ବାଚନମଣ୍ଡଳୀରେ ବଦ୍ରି ଓ ନିରଞ୍ଜନ ଲଢେଇ ଦେଖିବାକୁ ମିଳିଥିଲା । ବଦ୍ରି ୮୬୮୧୬ ଭୋଟ ଓ ନିରଞ୍ଜନ ୫୪୧୨୮ ଭୋଟ ପାଇଥିଲେ । ୩୨୬୮୮ ଖଣ୍ଡ ବ୍ୟବଧାନରେ ପରାଜୟ ସ୍ୱୀକାର କରିଥିଲେ ନିରଞ୍ଜନ ।

  • prameyanews
  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.