ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେଡିକାଲ ବୋର୍ଡ ଗଠନ କରିବାକୁ କହି ଥିଲେ , ଡାକ୍ତରମାନେ ପ୍ରେଗ୍ନାନ୍ସି ଟର୍ମିନେଟ୍ କରି ଦେଲେ !

କୋଲକାତା : କୋଲକାତାରେ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି। ଏଠାରେ କୋର୍ଟ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପ୍ରେଗ୍ନାନ୍ସିକୁ ନେଇ ମେଡିକାଲ ବୋର୍ଡ ଗଠନ କରିବାର ଆଦେଶ ଦେଇଥିଲେ। କିନ୍ତୁ ଡାକ୍ତରମାନେ ଆଉ ପାଦେ ଆଗେଇ ପୀଡ଼ିତାଙ୍କ ଗର୍ଭପାତ କରି ଦେଇଛନ୍ତି। ଏବେ ଏହାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟଙ୍କ କହିବାନୁସାରେ, ମେଡିକାଲ ବୋର୍ଡର ରିପୋର୍ଟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ସ୍ଥିର କରାଯିବାର ଥିଲା। ଏବେ କୋର୍ଟ ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ କରିଥିବା ଡାକ୍ତରୀ ଟିମ୍‌କୁ ଜବାବ ମାଗିଛନ୍ତି। 

ବିଚାରପତି ସବ୍ୟସାଚ୍ଚୀ ଭଟ୍ଟାଚାର୍ଯ୍ୟ ଶୁକ୍ରବାର କହିଛନ୍ତି କି, କୋର୍ଟ ପ୍ରେଗ୍ନାନ୍ସି ଟର୍ମିନେଟ୍‌ର ଆଦେଶ ଦିଆଯାଇ ନଥିଲା। କିନ୍ତୁ କୋର୍ଟଙ୍କ ଆଦେଶ ଠାରୁ ଆହୁରି ଆଗକୁ ଯାଇ ସେ ପଦକ୍ଷେପ ନେଇଗଲେ। କୋର୍ଟ କହିଥିଲେ , ମେଡିକାଲ ବୋର୍ଡ ଗଠନ କରାଯାଉ ,ଯିଏ ଏହାକୁ ଦେଖିବେ କି ପ୍ରେଗ୍ନାନ୍ସି ଟର୍ମିନେଟ୍‌ରେ କଣ ସମସ୍ୟା ହୋଇପାରେ । ଏମିତି କରିବା କଣ ପୀଡ଼ିତାଙ୍କ ପାଇଁ ଉଚିତ ହେବ ନା ନାହିଁ ? ଏବେ ଜଷ୍ଟିସ୍‌ ଭଟ୍ଟାଚାର୍ଯ୍ୟ ଗର୍ଭପାତ କରାଇ ଥିବା ଡାକ୍ତରଙ୍କୁ ଜବାବ ମାଗିଛନ୍ତି। ସେମାନେ କୋର୍ଟଙ୍କ ବିନା ନିର୍ଦ୍ଦେଶରେ କେମିତି ଏପରି ଅନୁଚିତ କାମ କଲେ। ଏହାସହ କୋର୍ଟ ଡାକ୍ତରଙ୍କୁ ୯ ଫେବ୍ରୁଆରୀ ନୁହେଁ ଏହା ପୂର୍ବରୁ ରିପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଦୁଷ୍କର୍ମ ପୀଡ଼ିତା ଅନୁରୋଧ କରିଥିଲେ କି ଏକ ଘଟଣାରେ ସେ ଗର୍ଭବତୀ ହୋଇଛନ୍ତି । ତାଙ୍କର ଆବେଦନକାରୀ ଦଲିଲ ଦେଇଥିଲେ କି ଏଥିଯୋଗୁଁ ସେ ମାନସିକ ନିର୍ଯାତନରେ ଗତି କରୁଛନ୍ତି । ଏପଟେ ସରକାରୀ ଓକିଲଙ୍କ କହିବା ଥିଲା କି ଦୁଷ୍କର୍ମର ଘଟଣା ୨୮ ଜୁଲାଇ , ୨୦୨୩ ରେ ହୋଇଥିଲା। ଏହି ସ୍ଥିତିରେ ପୀଡ଼ିତାଙ୍କ ଗର୍ଭ ୨୦ରୁ ୨୪ ସପ୍ତାହର ହେବ ,ଯାହାର ଗର୍ଭପାତ ସୁରକ୍ଷିତ ରହିବ ନାହିଁ । ବିଚାରପତି ଭଟ୍ଟାଚାର୍ଯ୍ୟ ୨୯ ଜାନୁଆରୀରେ ଶୁଣାଣି କରି କହିଥିଲେ କି କୋର୍ଟ ଉକ୍ତ ମାମଲାରେ ଶୁଣାଣି କରିବାରେ ସକ୍ଷମ ନୁହଁନ୍ତି , କାରଣ ସେ ମେଡିକାଲ ଏକ୍ସପର୍ଟ ନୁହଁନ୍ତି।

କୋର୍ଟ କହିଥିଲେ ମେଡିକାଲ ବୋର୍ଡ ଦୁଇ ସଦସ୍ୟ ବିଶିଷ୍ଟ ହେବା ଉଚିତ। ଏଥିରେ ଦୁଇ ଜଣ ଡାକ୍ତର ଜଣାଶୁଣା ମେଡିକାଲ ପ୍ରାକ୍ଟିଶନର ହେବା ଉଚିତ। ଏହା ବ୍ୟତୀତ ସେମାନଙ୍କ ମଧ୍ୟରୁ ଜଣେ ଗାୟନୀ ଓ ଅନ୍ୟ ଜଣେ ପିଡିଆଟ୍ରିସୟନ ହେବା ଉଚିତ୍‌। ପଶ୍ଚିମବଙ୍ଗ ସରକାରଙ୍କୁ ଯାଞ୍ଚ ରିପୋର୍ଟ ଦୁଇ ଫେବ୍ରୁଆରୀ ପର୍ଯ୍ୟନ୍ତ ଦେବା କଥା କହି ଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ ଉପସ୍ଥିତ ଓକିଲ କହିଥିଲେ କି, ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ କରିଦିଆ ଯାଇଛି। ଏହାକୁ ନେଇ କୋର୍ଡ ବିରକ୍ତି ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.