ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ବଢ଼ିଲା ଅଡ଼ୁଆ, ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ୨୭/୦୯: ବଢ଼ିଲା ଅଡ଼ୁଆ, ଫସି ପାରନ୍ତି କେଜ୍ରିୱାଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣର ତଦନ୍ତ କରିବ ସିବିଆଇ । କେଜ୍ରିୱାଲଙ୍କ ସରକାରୀ ବାସଭବନ ନବୀକରଣରେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । 

ମେ ମାସରେ ଏହି ମାମଲାର ତଦନ୍ତ ପାଇଁ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀ ଉପରାଜ୍ୟପାଳ । ଏବେ ଉପରାଜ୍ୟପାଳଙ୍କ ଚିଠି ଆଧାରରେ ଗୃହ ମନ୍ତ୍ରଣାଳୟ ସିବିଆଇକୁ ତଦନ୍ତ ଲାଗି ଅନୁମତି ଦେଇଛି । ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ଯାଞ୍ଚ ପରେ ସାମନାକୁ ଆସିଥିବା ଅନିୟମିତତା ଅଭିଯୋଗର ଯାଞ୍ଚ ସିବିଆଇ କରିବ । 

ପାଇଲଟଙ୍କ ପାଇଁ ଲଗାତାର ୨ ଦିନ ବିମାନ ବିଳମ୍ବ, ଏୟାରଲାଇନ୍ସ କହିଲା ‘ପରିଚାଳନା ତ୍ରୁଟି’

ଏହି ମାମଲାରେ ପୂର୍ବରୁ ହିଁ ସିଏଜି ଦ୍ୱାରା ବିଶେଷ ଅଡିଟ୍ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା । ଏବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଆମ୍ ଆଦମୀ ପାର୍ଟି କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଛି । 

ଆପ୍ ପକ୍ଷରୁ କୁହାଯାଇଛି, ଆମ୍ ଆଦମୀ ପାର୍ଟିକୁ ଶେଷ କରିଦେବା ଲାଗି ବିଜେପି ସବୁ ପ୍ରକାର ଶକ୍ତି ପ୍ରୟୋଗ କରୁଛି । ଆଜି ପୂରା ଦେଶରେ କେବଳ ଆପ୍ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ କାମ କରି ଭୋଟ୍ ମାଗୁଛି । କିନ୍ତୁ ବିଜେପି ଚାହୁଁ ନାହିଁ ଗରିବଙ୍କୁ ଉତ୍ତମ ଶିକ୍ଷା ଓ ଭଲ ସ୍ୱାସ୍ଥ୍ୟସେବା ମିଳୁ । ଏହାଦ୍ୱାରା ବିଜେପି ଧର୍ମ ଓ ଜାତି ରାଜନୀତି ରେ ହାରିଯିବ ।

ଭିସା ନେଇ ବିଦେଶରେ ଭିକ ମାଗୁଛନ୍ତି ପାକିସ୍ତାନୀ, ଚିନ୍ତାରେ ଏହି ସବୁ ଦେଶ

ଯେଉଁଥିପାଇଁ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଭର୍ତ୍ତି କରି ଦିଆଯାଇଛି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରାବନ୍ଦୀ କରିବାକୁ ସମସ୍ତ ତଦନ୍ତକାରୀ ସଂସ୍ଥାକୁ ଲଗାଇ ଦିଆଯାଇଛି । କିନ୍ତୁ ଦିଲ୍ଲୀର କୋଟି କୋଟି ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ କେଜ୍ରିୱାଲଙ୍କ ସହ ଥିବା ଆପ୍ କହିଛି । 

ନବୀକରଣରେ ୪୫ଟି ଖର୍ଚ୍ଚ ଅଭିଯୋଗ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନ ନବୀକରଣରେ ୪୫ କୋଟି ଖର୍ଚ୍ଚ ହୋଇଥିବା ନେଇ ଦିଲ୍ଲୀ ବିଜେପି ଅଭିଯୋଗ ଆଣିଥିଲା । ବିଜେପି କହିଥିଲା, କୋଭିଡ୍ ସମୟରେ ୨୦୨୦ ସେପ୍ଟେମ୍ବରରୁ ୨୦୨୧ ଡିସେମ୍ବର ୧୬ ମାସ ସମୟରେ ବଡ଼ ବଡ଼ ଉଦ୍ୟୋଗ ମହାମାରୀ ମାଡ଼ରେ ଶୋଇ ପଡ଼ିଥିଲା । ସେହି ସମୟରେ ଦିଲ୍ଲୀରେ ଅନେକ ବିକାଶମୂଳକ କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା । କିନ୍ତୁ କେଜ୍ରିୱାଲ୍ ନିଜ ବାସଭବନ ଓ ଅଫିସ୍ ନବୀକରଣରେ ପ୍ରାୟ ୪୫ କୋଟି ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା ।

ରାମମନ୍ଦିର ନିର୍ମାଣରେ ରହିବ ସ୍ବତନ୍ତ୍ର କୌଶଳ, ପ୍ରତିବର୍ଷ ରାମନବମୀ ମଧ୍ୟାହ୍ନରେ ରାମଲାଲାଙ୍କ ମଥାରେ ପଡିବ ସୂର୍ଯ୍ୟଙ୍କ କିରଣ...

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.