ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ତୃତୀୟ ଥର ପାଇଁ ଇସ୍ରୋ ବଦଳାଇଲା ଆଦିତ୍ୟ ଏଲ୍-୧ର କକ୍ଷପଥ

ବେଙ୍ଗଲୁରୁ, ୧୦/୦୯: ଆଗକୁ ବଢ଼ୁଛି ଭାରତର ସୂର୍ଯ୍ୟ ମିଶନ । ଆଦିତ୍ୟ-ଏଲ୍୧ ସ୍ପେଶକ୍ରାଫ୍ଟ ପୃଥିବୀ କକ୍ଷପଥରେ ଆଉ ଏକ ଅର୍ବିଟ ପରିବର୍ତ୍ତନ କରିଛି । ୧୦ ସେପ୍ଟେମ୍ବର ରାତି ୨ଟା ୩୦ରେ ଇସ୍ରୋ ତୃତୀୟ ଥର ପାଇଁ ଅର୍ବିଟ୍ ବଦଳାଇଛି ।




କକ୍ଷପଥର ପରିବର୍ତ୍ତନ ଲାଗି କିଛି ସମୟ ପାଇଁ ଇଞ୍ଜିନକୁ ଅନ୍ କରାଯାଇଥିଲା । ଏବେ ଆଦିତ୍ୟ ଏଲ୍-୧ ପୃଥିବୀର ୨୯୬ X ୭୧, ୭୬୭ କିଲୋମିଟର କକ୍ଷପଥରେ ରହିଛି । ଅର୍ଥାତ୍ ଏବେ ଆଦିତ୍ୟ ଏଲ୍-ପୃଥିବୀ ଠାରୁ ସର୍ବନିମ୍ନ ୨୯୬ କିଲୋମିଟର ଦୂରରେ ରହିଥିବା ବେଳେ ସର୍ବାଧିକ ୭୧ ହଜାର ୭୬୭ କିଲୋମିଟର ଦୂରତାରେ ରହିଛି ।

ଏସ୍‌ବିଆର୍‌ ଛାତ୍ରୀଙ୍କ ରିଲ୍‌ସ ନିଶା, ୫୦ ଫୁଟ୍‌ ଉଚ୍ଚ ଛାତ ଧାରରେ ବିଭିନ୍ନ ଅଙ୍ଗଭଙ୍ଗୀରେ ଭିଡିଓ ସୁଟିଂ

ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଇଏସଟିଆରଏସି ବେଙ୍ଗଳୁରୁ ପକ୍ଷରୁ ଏହି ଅପରେସନକୁ ସଫଳତାର ସହ ସମ୍ପର୍ଣ୍ଣ କରାଯାଇଛି । ଏହି ସମୟରେ ସାଟେଲାଇଟକୁ ମରିଶସ୍ ଓ ପୋର୍ଟ ବ୍ଲେୟାରରେ ଥିବା ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନରୁ ଟ୍ରାକ୍ କରାଯାଇଥିଲା । ସେପ୍ଟେମ୍ବର ୧୫ରେ ପୁଣି ଥରେ ଆଦିତ୍ୟ ଏଲ୍-୧ର କକ୍ଷପଥ ପରିବର୍ତ୍ତନ ହେବ । ଅର୍ଥାତ୍ ପୃଥିବୀରୁ ଠାରୁ ଆହୁରି ଦୂରେଇ ଯିବ ଆଦିତ୍ୟ ଏଲ୍-୧ ।

ଦ୍ୱିତୀୟ ଥର ଲାଗି ଇସ୍ରୋ ସେପ୍ଟେମ୍ବର ୫ ତାରିଖ ରାତି ୨ଟା ୪୫ରେ ଆଦିତ୍ୟ ଏଲ୍-୧ର କକ୍ଷ ପରିବର୍ତ୍ତନ କରିଥିଲା । ତା ପୂର୍ବରୁ ସେପ୍ଟେମ୍ବର ୩ରେ ପ୍ରଥମ ଥର ପାଇଁ ହୋଇଥିଲା ଆଦିତ୍ୟ ଏଲ୍-୧ର କକ୍ଷପଥ ପରିବର୍ତ୍ତନ । ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାରୁ ପିଏସଏଲଭି-ସି୫୭ ରକେଟରେ ଆଦିତ୍ୟ ଏଲ୍-୧ର ଉତକ୍ଷେପଣ କରାଯାଇଥିଲା । 

ଦିଲ୍ଲୀରେ ପ୍ରବଳ ବର୍ଷା, ଜଳମଗ୍ନ ହେଲା ଏକାଧିକ ଅଞ୍ଚଳ

ଆଦିତ୍ୟ ଏଲ୍-୧ ପ୍ରାୟ ୪ ମାସର ଯାତ୍ରା ପରେ ୧୫ ଲକ୍ଷ କିଲୋମିଟର ଯାତ୍ରା କରି ଲଙ୍ଗରେଜ୍ ପଏଣ୍ଟ-୧ରେ ପହଞ୍ଚିବ । ଉକ୍ତ ସ୍ଥାନରେ ସୂର୍ଯ୍ୟ ପରାଗର ପ୍ରଭାବ ପଡ଼େ ନାହିଁ । ଫଳରେ ଏହା ସୂର୍ଯ୍ୟ ଉପରେ ସହଜରେ ଅନୁଧ୍ୟନ କରି ପାରିବ ।

  • Aditya L1
  • ISRO
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.