ନୂଆଦିଲ୍ଲୀ, ୦୬/୧୧: ଦିଲ୍ଲୀ ମଦ ନୀତିକୁ ନେଇ ଅଡ଼ୁଆରେ ଫସିଥିବା ଆମ୍ ଆଦମୀ ପାର୍ଟିକୁ ଘାରିଛି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିନ୍ତା । ସମନ୍ ପରେ ହାଜର ହୋଇ ନଥିବା କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ଆଶଙ୍କା କରିଛି ଆପ୍ । ଯାହାକୁ ନେଇ ଆଜି ଦିଲ୍ଲୀରେ ଆପର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ମଦ ନୀତି ମାମଲାରେ ଇଡିର ସମନକୁ ନେଇ ଚର୍ଚ୍ଚା ହୋଇଥିଲା ।
ବୈଠକ ପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗିରଫ ହୁଅନ୍ତି । ତାହେଲେ କେଜ୍ରିୱାଲ୍ ଜେଲରୁ ହିଁ ଦିଲ୍ଲୀ ସରକାର ପରିଚାଳନା କରିବେ । ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ସମନକୁ ଆପ୍, ମୋଦି ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର କହିଛି ।
ଆଜି EDରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କହିଲେ ‘ନୋଟିସ୍ ବେଆଇନ୍, ରାଜନୈତିକ ପ୍ରଣୋଦିତ’
ବୈଠକ ପରେ ଗଣମାଧ୍ୟମକୁ ଦିଲ୍ଲୀର ମନ୍ତ୍ରୀ ଅତିଶୀ କହିଛନ୍ତି, ଇଡି ସମନ ପରେ ବି ଅରବିନ୍ଦ କେଜ୍ରିୱାଲ୍ ଇସ୍ତଫା ଦିଅନ୍ତୁ ନାହିଁ ବୋଲି ଦଳର ନେତା ଚାହୁଁଛନ୍ତି । ଆମେ କହିଛୁ, ଇସ୍ତଫା ଦିଅନ୍ତୁ ନାହିଁ କାରଣ ଦିଲ୍ଲୀ ଲୋକ ଆପଣଙ୍କୁ ଭୋଟ୍ ଦେଇ ବାଛିଛନ୍ତି । ଯଦି କେଜ୍ରିୱାଲ୍ ଜେଲ୍ ଯାଆନ୍ତି, ତଥାପି ବି ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ । ଅତିଶି ଆହୁରି କହିଛନ୍ତି, ଜେଲରେ କ୍ୟାବିନେଟ୍ ବୈଠକ କରିବାକୁ ଆମେ କୋର୍ଟଙ୍କୁ ଅନୁରୋଧ କରିବୁ ।
ସୌରଭ ଭରଦ୍ୱାଜ ଏବଂ ଅତିସୀ କହିଛନ୍ତି, ଖୁବଶୀଘ୍ର କାଉନସିଲରମାନଙ୍କ ସହ ଅରବିନ୍ଦ କେଜ୍ରିୱାଲ ଏକ ବୈଠକ କରିବେ । ଦିଲ୍ଲୀ ମଦ ନୀତି ମନି ଲଣ୍ଡରିଂ ମାମଲାରେ ଇଡି, କେଜ୍ରିୱାଲଙ୍କୁ ନଭେମ୍ବର ୨ରେ ହାଜର ହୋଇ ପକ୍ଷ ରଖିବାକୁ ସମନ ଜାରି କରିଥିଲେ । ତେବେ ସମନ ସତ୍ତ୍ୱେ ଇଡିରେ ହାଜର ହୋଇ ନଥିଲେ କେଜ୍ରିୱାଲ୍ । ସମନକୁ ବେଆଇନ୍ କହି କେଜ୍ରିୱାଲ୍ ପ୍ରଚାର ପାଇଁ ମଧ୍ୟପ୍ରଦେଶ ଯାଇଥିଲେ ।
ହାଇକୋର୍ଟଙ୍କ ଭର୍ତ୍ସନାକୁ ବି ଖାତିର କଲେନି ଉଦୟନିଧି, କହିଲେ-‘ସର୍ବଦା ସନାତନକୁ ବିରୋଧ କରିବି’