ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ନିଜର ଚମକ ହରାଇନାହିଁ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | February 10, 2024 7:30 PM

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୦।୨  ପୁସ୍ତକ ସହିତ ମାନବ ଜାତିର ସବୁବେଳେ ଅନାବିଳ ସୁସମ୍ପର୍କ ରହି ଆସିଛି । ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନାହିଁ ବୋଲି ଶନିବାର ‘ନୂଆଦିଲ୍ଲୀ ୫୨ତମ ବିଶ୍ୱ ପୁସ୍ତକ ମେଳା ୨୦୨୪’କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।    

  ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଇଜିପ୍ଟର ପାପିରସ ହେଉ, ଭାରତର ତାଳପତ୍ର ଓ ଭୋଜପତ୍ର ପାଣ୍ଡୁଲିପି ହେଉ କିମ୍ବା ଚୀନର   ପେପର  ବୁକ୍ ହେଉ, ମନୁଷ୍ୟକୁ ସବୁବେଳେ ଲିଖିତ ଶବ୍ଦଟି ଅତ୍ୟନ୍ତ ଆକର୍ଷଣୀୟ ଲାଗିଥାଏ । ପୁସ୍ତକ ମନୁଷ୍ୟକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଭାରତରେ ଆମେ ପୁସ୍ତକର ମୂଲ୍ୟକୁ ବହୁତ ଭଲ ଭାବରେ ବୁଝିଛୁ ।  ପ୍ରାଚୀନ ଓ ମଧ୍ୟବର୍ତ୍ତୀକାଳୀନ ଦୁନିଆର କେତେକ ଶ୍ରେଷ୍ଠ ଲାଇବ୍ରେରୀ ଭାରତରେ ଥିଲା । ନାଳନ୍ଦା, ତକ୍ଷଶିଳା, ରାଜଗିର ଓ ଉଜ୍ଜୈନରେ ଥିବା ଆମର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ତରୀୟ ପାଠାଗାରମାନ ଥିଲା । ବ୍ରିଟିଶ ଶାସନ କାଳରେ ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅବନତି ଘଟିଥିଲେ ମଧ୍ୟ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନଥିଲା । ବେଦ, ଉପନିଷଦ, ପୁରାଣ, ଆୟୁର୍ବେଦ, ସଂସ୍କୃତ, ଜ୍ୟୋତିର୍ବିଜ୍ଞାନ, ଗଣିତ ଏବଂ ମେଡିସିନ ଉପରେ ଆମର ପ୍ରାଚୀନ ଗ୍ରନ୍ଥ ପୁସ୍ତକ ଜଗତକୁ ସମୃଦ୍ଧ କରିଥିଲା । ତାହା ଥିଲା ଆମର ଉଚ୍ଚ ପରମ୍ପରା । ଆମର ପୁସ୍ତକର ଲେଖକ ଏବଂ ପାଠକମାନଙ୍କ ପାଇଁ ଆମେ ଗର୍ବିତ ।    

 କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ୨୦୨୪ର "ଫେଷ୍ଟିଭାଲ ଅଫ୍ ଫେଷ୍ଟିଭାଲ" ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଏହି ଅନନ୍ୟ ପର୍ବ ସାରା ବିଶ୍ୱର ବିଭିନ୍ନ ସଂସ୍କୃତି, ସାହିତ୍ୟ ଏବଂ କଳାତ୍ମକ ଅଭିବ୍ୟକ୍ତିର ଉତ୍ସବ ହେବ । ଅନେକ ପୁସ୍ତକରେ ପରିପୂର୍ଣ୍ଣ ଏହି ମେଳା ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ । ସେ କହିଛନ୍ତି ଯେ  ୨୨ଟି ଭାଷାରେ ପୁସ୍ତକ ପ୍ରକାଶିତ କରିବାରେ ସମ୍ଭବତଃ ଭାରତ ହେଉଛି ଏକ ମାତ୍ର ଦେଶ । ବହୁ ଭାଷା ଆମର ବିବିଧତାକୁ ବାଖ୍ୟା କରେ, ଯାହା ଆମ ଜାତୀୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଚଳିତବର୍ଷର ବିଷୟବସ୍ତୁ “ବହୁଭାଷୀ ଭାରତ: ଏକ ଜୀବନ୍ତ ପରମ୍ପରା” ରହିବା ଖୁସିର ବିଷୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଏକ ଉଲ୍ଲେଖନୀୟ ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ପୁନର୍ଜାଗରଣ ମାଧ୍ୟମରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟରେ ଅଗ୍ରସର ହେଉଛି । ଭାଷା ଏବଂ ପୁସ୍ତକ ହେଉଛି ଆମର ସମ୍ପତ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ଆମର ଭାଇ ଭଉଣୀମାନେ ସମସ୍ତ ଭାରତୀୟ ଭାଷା କହନ୍ତି । କୌଣସି ଭାଷା ଛୋଟ କିମ୍ବା ବଡ଼ ନୁହେଁ । ସମସ୍ତ ଭାରତୀୟ ଭାଷା ଆମର ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି।    

 ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ରଚିତ ପୁସ୍ତକ “ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍ : ମନ୍ କି ବାତ @ ୧୦୦” ଓ ଶିଶୁଙ୍କୁ ଖେଳକୁଦରେ ପାଠ ପଢାଇବା ଉପରେ  ‘ଇ-ଯାଦୁଇ ପିଟାରା’ର ଉନ୍ମୋଚନ କରିଥିଲେ । ମନ୍ କି ବାତ୍ ଉପରେ ଉନ୍ମୋଚିତ ପୁସ୍ତକଟି ଲୋକଙ୍କ ସାମୂହିକ ଚେତନାକୁ ଜାଗ୍ରତ କରିବା ଦିଗରେ ଏକ ଯାତ୍ରା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ । ଏହାବ୍ୟତିତ ଜାତୀୟ ଶିକ୍ଷା ନୀତିରେ ମାତୃଭାଷା ଉପରେ ଦିଆଯାଉଥିବା ଗୁରୁତ୍ୱ ଉପରେ ମଧ୍ୟ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ । ସେ କହିଥିଲେ ଇଞ୍ଜିନିୟରିଂ ଏବଂ ବୈଷୟିକ ପୁସ୍ତକ ଗୁଡିକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଯାଉଛି ।  ଯାଦୁଇ ପିଟାରା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏଗଜାମ ଓ୍ୱରିୟର୍ସ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସାଉଦି ଆରବର ଏମ୍ବାସେଡର ସାଲେହ୍ ବିନ୍ ଇଦ୍ ଅଲ୍ ହୁସୈନୀ, ଭାରତ ସରକାରଙ୍କ ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଡାକ୍ଟର ଅନ୍ନପୂର୍ଣ୍ଣା ଦେବୀ ଓ ଏନବିଟିର ଚେୟାରମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.