ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଚୀନର ମ୍ୟାପକୁ ଭାରତ ସହ ୪ ଦେଶର ବିରୋଧ, ଫିଲିପାଇନ୍ସ କହିଲା ‘ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ’

ନୂଆଦିଲ୍ଲୀ, ୦୧/୦୯: ଭାରତ ପରେ ଏବି ଫିଲିପାଇନ୍ସ, ଭିଏତନାମ, ମାଲେସିଆ ଓ ତାଇୱାନ୍ ଚୀନକୁ ବିରୋଧ କରିଛନ୍ତି । ବିବାଦୀୟ ମାନଚିତ୍ରରେ ଦକ୍ଷିଣ ଚୀନ ସାଗର ଉପରେ ଡ୍ରାଗନ କରିଥିବା ଦାବିକୁ ଫିଲିପାଇନ୍ସ ଓ ମାଲେସିଆ ଅଗ୍ରାହ୍ୟ କରିଛନ୍ତି । ଚୀନ ଅନ୍ତର୍ଜାତୀୟ ଆଇନର ପାଳନ କରୁ ବୋଲି ଫିଲିପାଇନ୍ସ କହିଥିବା ବେଳେ ମାନଚିତ୍ରକୁ ନେଇ କୂଟନୈତିକ ସ୍ତରରେ ପ୍ରତିବାଦ କରିଛି ମାଲେସିଆ ।

ମାନଚିତ୍ରରେ ଚୀନ ହୈନାନ୍ ଦ୍ୱୀପର ଦକ୍ଷିଣରେ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଏକ ୟୁ ସେପ୍ ଲାଇନ୍ ଦେଖା ଯାଉଛି । ଯାହାକି ଭିଏତନାମ, ଫିଲିପାଇନ୍ସ, ବ୍ରୁନେଈ ଓ ଇଣ୍ଡୋନେସିଆ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ ଦେଇ ଯାଉଛି । ଚୀନର ଏହି ନୂଆ ମ୍ୟାପରେ ଅଧିକ ଭୌଗଳିକ ଅଞ୍ଚଳକୁ ଦର୍ଶା ଯାଇଛି । ଯେଉଁଥିରେ ତାଇୱାନକୁ ନିଜର ବୋଲି ଚୀନ ଦାବି କରିଛି । ଏହି ମ୍ୟାପ୍ ୧୯୪୮ ଜାରି ନକ୍ସା ଭଳି ।

ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରି ଘରେ ଝୁଲି ପଡ଼ିଲେ ଅଭିନେତ୍ରୀ ଅପର୍ଣ୍ଣା ନାୟର

ନୂଆ ମ୍ୟାପକୁ ନେଇ ତାଇୱାନ ବିଦେଶ ମନ୍ତ୍ରୀ କହିଛନ୍ତି, ଆମେ ଚୀନର ଅଂଶ ନୁହଁ । ଚୀନ ଯେତେ ଯାହା ପକ୍ଷ ରଖିଲେ ବି ଆମ ଦେଶର ଅସ୍ତିତ୍ୱକୁ ମାଟିରେ ମିଶାଇ ପାରିବ ନାହିଁ । ସେହିଭଳି ଭିଏତନାମ କହିଛି, ଚୀନ ଜାରି କରିଥିବା ନୂଆ ନକ୍ସାର କିଛି ମହତ୍ତ୍ୱ ନାହିଁ । ଏହା ଭିଏତନାମ ସୀମା ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଛି ।

ଚୀନର ସେଣ୍ଟ୍ରାଲ୍ ଟେଲିଭିଜନ୍ ଅନୁସାରେ, ଦେଶରେ ଏବେ ଜାତୀୟ ମ୍ୟାପକୁ ନେଇ ସଚେତନତା ସପ୍ତାହ ପାଳନ ହେଉଛି । ୧୦ ଡ୍ୟାସ୍ ବିଶିଷ୍ଟ ମ୍ୟାପ୍ ସହ ଜଡ଼ିତ ପ୍ରଶ୍ନରେ ଚୀନ ବିଦେଶ ମନ୍ତ୍ରଣାଳୟ କହିଛି, ଆମେ ସର୍ବଦା ଆମ କ୍ଷେତ୍ରକୁ ନେଇ ସ୍ପଷ୍ଟ ରହିଛୁ । ଦକ୍ଷିଣ ଚୀନ ସାଗରକୁ ନେଇ ଆମ ଆଭିମୁଖ୍ୟ ସ୍ପଷ୍ଟ । 

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର, କମିଟିର ଅଧ୍ୟକ୍ଷ ହେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଅଗଷ୍ଟ ୨୯ରେ ଚୀନ୍ ଜାରି କରିଥିବା ମ୍ୟାପରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନକୁ ନିଜ ଅଞ୍ଚଳ ବୋଲି ଦର୍ଶାଇଥିଲା । ଏଥିସହ ଚୀନ- ତାଇୱାନ ଓ ଦକ୍ଷିଣ ଚୀନ ସମୁଦ୍ରକୁ ନିଜ ଅଞ୍ଚଳ ବୋଲି ଦାବି କରିଥିଲା । ଚୀନର ମ୍ୟାପକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ, ଏହା ଚୀନର ପୁରୁଣା ଅଭ୍ୟାସ । ଅକ୍ସାଇ ଚୀନ ଓ ଲଦାଖ ଭାରତର ଅଭିନ୍ନ ଅଙ୍ଗ । 

ଏହା ପୂର୍ବରୁ ଚୀନ ୨୦୨୩ ଏପ୍ରିଲରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ପରିବର୍ତ୍ତନ କରିଥିଲା । ଚୀନ ଗତ ୫ ବର୍ଷରେ ତୃତୀୟ ଥର ପାଇଁ ଏଭଳି କରିଥିଲା । ଏହା ପୂର୍ବରୁ ୨୦୨୧ରେ ଚୀନ ୧୫ଟି ସ୍ଥାନ ଓ ୨୦୧୭ରେ ୬ ସ୍ଥାନର ନାଁ ବଦଳାଇଥିଲା ।

୩ ମାସ ହେଲା ଲୋକଙ୍କୁ ମିଳୁନି ପାଣି, ଧାରଣା ଦେଲେ ଗ୍ରାମବାସୀ

Arunachal Pradesh
China

Copyright © 2022 - Summa Real Media Private Limited. All Rights Reserved.