ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୁମେ ଏମିତି କରୁଛ , ଆମେ ନୁହେଁ ; କାନାଡାର ଅଭିଯୋଗକୁ ଖଣ୍ଡନ କରି ଦୃଢ ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଅନେକ ଦିନରୁ ଭାରତ ବିରୋଧରେ ବିଷ ଓଗାଳୁଛି କାନାଡା। ଅଭିଯୋଗ ଲଗେଇ ଥିଲା କି ଭାରତ ଏହାର ନିର୍ବାଚନରେ ହସ୍ତକ୍ଷେପ କରୁଛି। କାନାଡାର ଏହି ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରି ଭାରତ ମୁହତୋଡ଼ ଜବାବ ଦେଇଛି। ଭାରତ କଡ଼ା ଶବ୍ଦରେ କହିଛି କି , ଆମେ ନୁହେଁ ବରଂ କାନାଡା ହିଁ ଆମର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛି। 

ଏକ ରିପୋର୍ଟରେ କାନାଡା ଭାରତକୁ ଏକ ବିଦେଶୀ ବିପଦ ଭାବେ କହିଥିଲା, କାନାଡାର ଅଭିଯୋଗ ଥିଲା କି ଭାରତ ଏହାର ନିର୍ବାଚନରେ ହସ୍ତକ୍ଷେପ କରିପାରେ। ଏହାର ଜବାବ ଦେଇ ଭାରତ କହିଛି ଅନ୍ୟ ଦେଶ ଗୁଡ଼ିକର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଭାରତର କେବେ ବି ଏଭଳି ନୀତି ନାହିଁ। ବିଦେଶ ମନ୍ତ୍ରଣାଳୟ କହିଛି , ଆମେ ବିଦେଶୀ ହସ୍ତକ୍ଷେପର ଯାଞ୍ଚ କରୁଥିବା ଏକ ଆୟୋଗ ବିଷୟରେ ମିଡ଼ିଆ ରିପୋର୍ଟ ଦେଖିଛୁ... ଆମେ କାନାଡୀୟ ନିର୍ବାଚନରେ ଭାରତୀୟ ହସ୍ତକ୍ଷେପର ଏଭଳି ଭିତ୍ତିହୀନ ଅଭିଯୋଗକୁ ଦୃଢତାର ସହ ଖାରଜ କରୁଛୁ। ଅନ୍ୟ ଦେଶ ଗୁଡ଼ିକର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଭାରତର ନୀତି ନାହିଁ।

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ଆଜି ସମ୍ୱାଦିକଙ୍କୁ କହିଛନ୍ତି , ବାସ୍ତବରେ ଏହା ପୂରା ଓଲଟା। ଏହି କାନାଡା ହିଁ , ଯିଏ ଆମର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛନ୍ତି। ଆମେ ନିୟମିତ ରୂପେ ତାଙ୍କ ସହ ଏହି ମାମଲାକୁ ନେଇ ପ୍ରଶ୍ନ କରୁଛୁ। ଆମେ କାନାଡାକୁ ଆମର ମୁଖ୍ୟ ଚିନ୍ତା ଗୁଡ଼ିକୁ ଦୂର କରିବା ପାଇଁ ପ୍ରଭାବୀ ପଦକ୍ଷେପ ଉଠାଇବା ପାଇଁ କହୁ ଚାଲିଛୁ।

କାନାଡା ଭାରତକୁ ଏକ ବିଦେଶୀ ବିପଦ ଦର୍ଶାଇ କହିଥିଲା ଯେ, ନୂଆ ଦିଲ୍ଲୀ ସମ୍ଭାବିତ ଭାବେ ତାଙ୍କର ନିର୍ବାଚନରେ ହସ୍ତକ୍ଷେପ କରି ପାରିବେ। ଗ୍ଲୋବାଲ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ଏହି ଅଭିଯୋଗ କାନାଡୀୟ ସୁରକ୍ଷା ଗୁଇନ୍ଦା ସେବା ନିଜର ଗୁଇନ୍ଦା ରିପୋର୍ଟରେ ଲଗାଇଛି। ଏହି ସବୁ ଅଭିଯୋଗ ଉପରେ ଏବେ ଭାରତର ପ୍ରତିକ୍ରିୟା ଆସିଛି।

ଉଲ୍ଲେଖନୀୟ ଯେ, ଗତ ବର୍ଷ ସଂସଦରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କାନାଡୀୟ ସଂସଦରେ ଅଭିଯୋଗ ଲଗେଇ ଥିଲେ କି ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟାରେ ଭାରତର ସଂପୃକ୍ତତା ଓ ଭୂମିକା ଥିବାର ପ୍ରମାଣ ରହିଛି, କିନ୍ତୁ ଯେବେ ଭାରତ କାନାଡାକୁ ଏହି ଅଭିଯୋଗର ପ୍ରମାଣ ମାଗିଲା,  କାନାଡା ପଛୁଘୁଞ୍ଚା ଦେଇଥିଲା। ଭାରତ କାନାଡାର ସବୁ ଅଭିଯୋଗକୁ ଖଣ୍ଡନ କରି ଦେଇଥିଲା। ଏହି ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଖରାପ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.