ପ୍ରମୂଖ ଖବର

ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ତୃତୀୟ ମ୍ୟାଚ୍‌ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ଭାରତ

Image Courtesy: aajtak

ଗୌହାଟୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳାଯାଉଛି । ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଥିବା ବେଳେ ତୃତୀୟ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ । ସେପଟେ ଏହି ମ୍ୟାଚ୍ ଜିତି ଭାରତ ଆଗୁଆ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି।

 ତେବେ ଅଷ୍ଟ୍ରେଲିଆ ପାଇଁ ଏହି ମୁକାବିଲା କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚ୍‌ରେ ଭାରତୀୟ ଦଳ ଗୋଟିଏ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ଦ୍ରୁତ ବୋଲର ମୁକେଶ କୁମାରଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିଛି ଟିମ୍‌ ଇଣ୍ଡିଆ । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳରେ ଏକାଧିକ ପରିବର୍ତ୍ତନ ହୋଇଛି । ଟ୍ରେଭିସ୍ ହେଡ୍, ଜାସନ ବେହେରନଡର୍ଫ ଓ କେନ ରିଚାର୍ଡସନଙ୍କୁ ତୃତୀୟ ମୁକାବିଲାରେ ସୁଯୋଗ ମିଳିଛି। 

 ଅଷ୍ଟ୍ରେଲିଆ ଟିମ୍‌: ଟ୍ରେଭିସ୍ ହେଡ୍, ଆରୋନ ହାର୍ଡି, ଜୋସ ଇଂଲିସ, ଗ୍ଲେନ ମ୍ୟାକ୍ସଓ୍ଵେଲ, ମାର୍କସ ଷ୍ଟୋଇନିସ୍‌, ଟିମ ଡେଭିଡ୍‌, ମାଥ୍ୟୁ  ୱେଡ୍‌(ଅଧିନାୟକ), ନାଥାନ  ଏଲିସ, ଜାସନ ବେହେରନଡର୍ଫ, ତନବୀର ସାଂଘା, କେନ ରିଚାର୍ଡସନ।

ଭାରତୀୟ ଦଳ: ଇଶାନ କିଶନ, ଯଶସ୍ୱୀ ଜୈସ୍ୱାଲ୍‌,  ଋତୁରାଜ ଗାଏକୱାଡ୍‌, ସୂର୍ଯ୍ୟକୁମାର  ଯାଦବ(ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ  କ୍ରିଷ୍ଣା, ଅଭେଶ ଖାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.