ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଂଲଣ୍ଡ ପାଇଁ ଜୀବନ ଦାନ ପାଲଟିଲା ଓଲି ପପ୍‌ଙ୍କ ଶତକୀୟ ଇନିଂସ; ୧୨୬ ରନ୍‌ରେ ଅଗ୍ରଣୀ ଇଂଲଣ୍ଡ, ରୋମାଞ୍ଚକ ମୋଡରେ ହାଇଦ୍ରାବାଦ ଟେଷ୍ଟ

Image source:

ହାଇଦ୍ରାବାଦ,୨୭/୦୧: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଏହାର ଦ୍ଵିତୀୟ ଇନିଂସରେ ଏକ ଉପଯୋଗୀ ପ୍ରଦର୍ଶନ କରିଛି। ତୃତୀୟ ଦିନର ଖେଳରେ ଇଂଲଣ୍ଡ ବ୍ୟାଟର ଓଲି ପପ୍‌ଙ୍କ ଧୁଆଁଧାର ପ୍ରଦର୍ଶନ ଦଳକୁ ଅଗ୍ରଣୀ କରିବାରେ ସହାୟକ ହୋଇଥିଲା। ପପ୍‌ଙ୍କ ଶତକୀୟ ପାଳିରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଇଂଲଣ୍ଡ ୬ ଓ୍ଵିକେଟ୍ ହରାଇ ୩୧୬ ରନ କରିଛି। ଓଲି ପପ୍ ୧୪୮ ରନ ଓ ରେହାନ ଅହମ୍ମଦ ୧୬ ରନ କରି ଅପରାଜିତ ଅଛନ୍ତି। ୪ ଓ୍ଵିକେଟ୍ ରଖି ଇଂଲଣ୍ଡ ୧୨୬ ରନର ଅଗ୍ରଣୀ ହାସଲ କରିଛି। ପୋପଙ୍କ ଶତକ ଭାରତୀୟ ଦଳକୁ ଅଡୁଆରେ ପକାଇଛି,ଫଳରେ ରୋମାଞ୍ଚକର ମୋଡରେ ପହଞ୍ଚିଛି ହାଇଦ୍ରାବାଦ ଟେଷ୍ଟ। ଆଜି ଭାରତୀୟ ଦଳ ଦ୍ଵିତୀୟ ଇନିଂସରେ ୪୩୬ ରନ କରିଥିଲା। ଏଥିସହ ଦଳ ୧୯୦ ରନର ଅଗ୍ରଣୀ ହାସଲ କରିଥିଲା। ଉଲ୍ଲେଖନୀୟ ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନର ଜବାବରେ ଭାରତ ୪୩୬ ରନ କରିଛି।

ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡର ଦୁଇ ଓପନ ଜ୍ୟାକ କ୍ରାଉଲି ଓ ବେନ ଡକେଟ୍ ପ୍ରଥମ ଓ୍ଵିକେଟ୍ ପାଇଁ ୪୫ ରନ ଯୋଡ଼ିଥିଲେ। ଏହି ସ୍କୋରରେ କ୍ରାଉଲି ୩୧ ରନର ଦ୍ରୁତ ରନ କରି ଆଉଟ୍ ହୋଇଥିଲେ। ଏହାପରେ ବେନ ଡକେଟ୍ ଓ ଓଲି ପପ୍ ଦ୍ଵିତୀୟ ଓ୍ଵିକେଟ୍ରେ ୬୮ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ତେବେ ବେନ ଡକେଟ୍ ୫୨ ବଲ୍ରୁ ୭ ଚୌକା ସହ ୪୭ ରନ କରି ଯଶପ୍ରୀତ ବୁମରାଙ୍କ ଶିକାର ହୋଇଥିଲେ। ଜୋ ରୁଟ୍(୨) ପୁଣି ଥରେ ଦଳକୁ ନିରାଶ କରିଛନ୍ତି। ଜୋନି ବେୟାରଷ୍ଟୋ(୧୦) କିଛି ଖାସ୍ କରିପାରି ନାହାନ୍ତି। ଅଧିନାୟକ ବେନ ଷ୍ଟୋକ୍ସ(୬) ଅଶ୍ଵିନଙ୍କ ବଲରେ ଆଉଟ୍ ହୋଇଥିଲେ। ୧୬୩ ରନରେ ୫ ଓ୍ଵିକେଟ୍ ହରାଇ ଅଡୁଆରେ ପଡିଥିବା ଇଂଲଣ୍ଡ ଇନିଂସକୁ ଓଲି ପପ୍ ଓ ବେନ ଫୋକ୍ସ ସମ୍ଭାଳିଥିଲେ। ଧୈର୍ଯ୍ୟର ସହ ବ୍ୟାଟିଂ କରି ଉଭୟ ଷଷ୍ଠ ଓ୍ଵିକେଟ୍ରେ ୧୧୨ ରନର ଶତକୀୟ ଭାଗିଦାରୀ ଯୋଡ଼ିଛନ୍ତି। ବେନ ଫୋକ୍ସ(୩୪)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ ଏହି ଯୋଡ଼ି ଭାଙ୍ଗିଥିଲେ।

ତେବେ ଅନ୍ୟପଟେ ଓଲି ପପ୍ ଦୃଢତାର ସହ ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ପଞ୍ଚମ ଶତକ ହାସଲ କରିଥିଲେ।ସେ ରେହାନ ଅହମ୍ମଦଙ୍କ ଅବିଭାଜିତ ସପ୍ତମ ଓ୍ଵିକେଟ୍ରେ ୪୧ ରନ ଯୋଡ଼ି ସାରିଲେଣି। ପପ୍ ୨୦୮ ବଲ୍ରୁ ୧୭ ଚୌକା ସହ ୧୪୮ ରନ କରି ଅପରାଜିତ ଅଛନ୍ତି। ରେହାନ ଅହମ୍ମଦ ୧୬ ରନ କରି ଖେଳୁଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନ ୯୩ ରନ କରି ୨ ଓ୍ଵିକେଟ୍ ନେଇଥିଲେ ହେଁ ୪.୪୦ ହାରରେ ରନ ଦେଇଛନ୍ତି। ଅକ୍ଷର ପଟେଲ୍ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.