ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ସମୁଦ୍ରକୁ ଛାଡ଼ିଲା ‘ବାହୁବଳୀ’ , ଯୁଦ୍ଧ ଜାହାଜ ‘ମହେନ୍ଦ୍ରଗିରି’ର ରହିଛି ଏହି ସବୁ ବିଶେଷତ୍ୱ

ନୂଆଦିଲ୍ଲୀ – ଭାରତୀୟ ନୌସେନାର ନୂତନ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି’ ଶୁକ୍ରବାର ଲଞ୍ଚ କରାଯାଇଛି। ଏହି ଲଞ୍ଚିଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ତାଙ୍କ ପତ୍ନୀ ସୁଦେଶ ଧନଖଡ ମୁମ୍ୱାଇର ମଝଗାଓଁ ଡାକ ଶିପବିଲ୍ଡର୍ସ ଲିମିଟେଡ ଠାରେ କରିଛନ୍ତି। ଏହି ପ୍ରୋଜେକ୍ଟ ୧୭ଏ ର ୭ମ ଯୁଦ୍ଧ ଜାହାଜ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ଅଗଷ୍ଟରେ ଏହି ପ୍ରୋଜେକ୍ଟର ୬ଷ୍ଠ ଯୁଦ୍ଧ ଜାହାଜ ବିନ୍ଧ୍ୟଗିରିକୁ ଲଞ୍ଚ କରିଥିଲେ। 

ପ୍ରୋଜେକ୍ଟ ୧୭ ଏ ଜାହାଜ ପ୍ରକଳ୍ପ , ପ୍ରୋଜେକ୍ଟ ୧୭ (ଶିବାଲିକ କ୍ଲାସ)କୁ ଆଗକୁ ନେଇଥିବା ପ୍ରକଳ୍ପ। ଏହି ପ୍ରକଳ୍ପରେ ସାମିଲ ଯୁଦ୍ଧ ଜାହାଜରେ ଅନେକ ପ୍ରକାରର ବିଶେଷତ୍ୱ ରହିଛି। ଏଥିରେ ଉନ୍ନତ ଶ୍ରେଣୀର ଅସ୍ତ୍ରଶସ୍ତ୍ର ବ୍ୟତୀତ , ସେନ୍ସର୍ସ ଓ ପ୍ଲାଟଫର୍ମ ମ୍ୟାନେଜମେଣ୍ଟ ସିଷ୍ଟମ ଅଛି। ଏହାସହ ଏଥିରେ ଖୁବ୍ ଗୋପନୀୟତା ସଂପର୍କୀତ ଅନ୍ୟ ଫିଚର ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ପ୍ରୋଜେକ୍ଟ ୧୭ ଏ ଅନୁସାରେ ଗତ ୫ଟି ଯୁଦ୍ଧ ଜାହାଜକୁ  ୨୦୧୯ ଓ ୨୨ ମଧ୍ୟରେ ଲଞ୍ଚ କରାଯାଇ ଥିଲା। 

Aditya-L 1 ମିଶନ ପୂର୍ବରୁ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ , କହିଲେ – ଏବେ ଗଗନଯାନର ପାଳି

ମହେନ୍ଦ୍ରଗିରି ଯୁଦ୍ଧ ଜାହାଜର ବିଶେଷତ୍ୱ ବିଷୟରେ ଯଦି କହିବା ତ ଏହା ଖୁବ୍ ବିଶାଳ ଏବଂ ଶକ୍ତିଶାଳୀ। ଅଧିକାରୀଙ୍କ ମୁତାବିକ ଏହାର ଲମ୍ୱ ୧୪୯ମିଟର , ଚଉଡ଼ା ୧୭.୮ ମିଟର ଓ ଏହାର ଟପ୍‌ ସ୍ପିଡ୍‌ ୨୮ ନଟ୍ସ ହେବ। ମହେନ୍ଦ୍ରଗିରି ପ୍ରୋଜେକ୍ଟ ୧୭ ଏର ଶେଷ ଯୁଦ୍ଧ ଜାହାଜ । ପ୍ରକଳ୍ପ ଅନୁସାରେ ୪ଟି ଯୁଦ୍ଧ ଜାହାଜ ମଝଗାଓଁ ଡକ୍‌ରେ ତିଆରି କରାଯାଉଛି। ଏହା ବ୍ୟତୀତ ଅନ୍ୟ ଗୁଡ଼ିକ ଗାର୍ଡନ ରିଚ୍ ଶିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (ଜିଆଇରଏସଇ) କୋଲକାତାରେ ତିଆରି କରାଯାଉଛି। ପ୍ରୋଜେକ୍ଟ ୧୭ ଏ ଯୁଦ୍ଧଜାହାଜର ସବୁ ପ୍ରୋଜେକ୍ଟ ବର୍ତ୍ତମାନ ନିର୍ମାଣର ଭିନ୍ନ ଭିନ୍ନ ଅବସ୍ଥାରେ ରହିଛି। ଆଶା କରାଯାଉଛି କି ଏହାକୁ ୨୦୨୪ରୁ ୨୦୨୬ ମଧ୍ୟରେ ନୌସେନାକୁ ପ୍ରଦାନ କରାଯିବ। 

ଚୀନର ମ୍ୟାପକୁ ଭାରତ ସହ ୪ ଦେଶର ବିରୋଧ, ଫିଲିପାଇନ୍ସ କହିଲା ‘ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.