ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଆଜି ଅନ୍ତଃ ମନ୍ତ୍ରିସ୍ତରୀୟ କମିଟି ବୈଠକ, ବିଭିନ୍ନ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ସହ ହେବ ଆଲୋଚନା

ଭୁବନେଶ୍ୱର,୧୯/୧୧: ଶନିବାର ବସିବ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ । ସନ୍ଧ୍ୟାରେ ଲୋକସେବା ଭବନଠାରେ ବିଭିନ୍ନ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ  ସହ ଆଲୋଚନା କରାଯିବ । ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ଓ ଅର୍ଥମନ୍ତ୍ରୀଙ୍କ  ଅଧ୍ୟକ୍ଷତାରେ ଏହି ବୈଠକ କରାଯିବ । ସେମାନଙ୍କର ଥିବା ବିଭିନ୍ନ ସମସ୍ୟା ଓ ଦାବି  ଉପରେ ଆଲୋଚନା କରାଯିବ । 

ଏହି ବୈଠକରେ ୪୮୮ ବର୍ଗ କଲେଜ ଅଧ୍ୟାପକ,  ଅଣଅଧ୍ୟାପକ, ଅଲ୍‌ ଓଡ଼ିଶା ୬୬୨ (ଯୁକ୍ତ ୨ ଓ ଯୁକ୍ତ ୩) ବେସରକାରୀ ଅଧ୍ୟାପକ ଓ  କର୍ମଚାରୀ ସଂଘ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ  ସ୍କୁଲ୍‌ ଓ କଲେଜ ଶିକ୍ଷକ ଓ ଅଣଶିକ୍ଷକ (ଯୁକ୍ତ ୨ ଓ ଯୁକ୍ତ ୩) ସଂଘ, ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ, ଅଣ ଅନୁଦାନପ୍ରାପ୍ତ ସଂସ୍କୃତ କଲେଜ  କର୍ମଚାରୀ ସଂଘ, ପଶ୍ଚିମ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ  କଲେଜ (ଯୁକ୍ତ ୨ ଓ ଯୁକ୍ତ ୩) ଶିକ୍ଷକ ଓ ଅଣଶିକ୍ଷକ ସଂଘ କର୍ମକର୍ତ୍ତାମାନେ ଉପସ୍ଥିତ  ରହିବେ । ବୈଠକରେ ପ୍ରତ୍ୟେକ ସଂଘ ପକ୍ଷରୁ ସର୍ବାଧିକ ୨ଜଣ କର୍ମକର୍ତ୍ତା ଯୋଗ  ଦେଇପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସମସ୍ତ ସଂଘକୁ ଚିଠି କରାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.