ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟ୍ରିକ୍‌ ପରୀକ୍ଷା ବେଳେ ଅନ୍ତଃସ୍କୁଲ୍‌ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ପାଇଁ ମାମଲା, ସୋମବାର ହାଇକୋର୍ଟରେ ଶୁଣାଣି

କଟକ,୧୧/୦୨: ଆସନ୍ତା ୨୦ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଥିଲା ବେଳେ ଏହି ଗୋଟିଏ ସମୟରେ କଟକରେ ଅନ୍ତଃସ୍କୁଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।  ଏଭଳି ସ୍ଥିତିରେ ମାଟ୍ରିକ ପିଲାମାନେ କ୍ରିକେଟ୍‌ ଖେଳିବେ ନା ମାଟ୍ରିକ୍‌ ପରୀକ୍ଷା ଦେବେ ତାହାକୁ  ନେଇ ବଡ଼ ସମସ୍ୟା ଦେଖାଦେଇଛି । ମାଟ୍ରିକ୍‌ ଭଳି କ୍ୟାରିଅର୍‌ର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ସମୟରେ ଏହି ଟୁର୍ଣ୍ଣାମେଣ୍ଟ୍‌ ହେଉଥିବାରୁ ଏହାକୁ ନେଇ ଅନେକ ଅଭିଭାବକଙ୍କ ମଧ୍ୟରେ  ଅସନ୍ତୋଷ ଦେଖାଦେଇଛି । ମାଟ୍ରିକ୍‌ ପରୀକ୍ଷା  ଶେଷ ହେବା ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟକୁ  ସ୍ଥଗିତ ରଖିବା ଲାଗି ହାଇକୋର୍ଟରେ  ମାମଲା ରୁଜୁ ହୋଇଛି । ଆସନ୍ତା  ସୋମବାରକୁ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ  ହୋଇଛି । ମୁଖ୍ୟ ବିଚାରପତିଙ୍କ କୋର୍ଟରେ ମାମଲାର ଶୁଣାଣି ହେବ ।  

ତୁଳସୀପୁରର ହରେରାମ ସାହୁ ଏହି ମାମଲା ରୁଜୁ କରିଛନ୍ତି । ସେ ପିଟିସନ୍‌ରେ  ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଆଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ଗତ ୭ ତାରିଖରୁ  ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଅନ୍ତଃସ୍କୁଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଉଭୟ  ଘରୋଇ ଏବଂ ସରକାରୀ ସ୍କୁଲ ଛାତ୍ରମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି । କିନ୍ତୁ  ଠିକ୍‌ ଏହି ସମୟରେ ସିବିଏସ୍‌ଇ ପିଲାଙ୍କ ମାଟ୍ରିକ୍‌ ପରୀକ୍ଷା ଆସନ୍ତା ୧୫ ତାରିଖରୁ ମାର୍ଚ୍ଚ ୧୩  ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ୨୦ରୁ ମାର୍ଚ୍ଚ  ୪ ତାରିଖ ପର୍ଯ୍ୟନ୍ତ ଚାଲିବ । 

ଏହି ମ୍ୟାଚ୍‌ ସକାଳ ସାଢ଼େ ୮ଟାରୁ ଆରମ୍ଭ ହେଉଥିଲାବେଳେ  ମାଟ୍ରିକ୍‌ ପରୀକ୍ଷା ସାଢ଼େ ୧୦ଟାରେ ଆରମ୍ଭ ହେଉଛି । ଯେଉଁଦିନ ମାଟ୍ରିକ୍‌ ପରୀକ୍ଷା ରହିଛି  ସେହିସବୁ ଦିନ ମ୍ୟାଚ୍‌ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏପରିସ୍ଥଳେ ମାଟ୍ରିକ୍‌ ପିଲାମାନେ ଏହି  ଖେଳରେ ଭାଗନେବା ଅସମ୍ଭବ ହୋଇପଡ଼ିଛି । ତେଣୁ ଖେଳକୁ ମାଟ୍ରିକ୍‌ ପରୀକ୍ଷା ଶେଷ ପର୍ଯ୍ୟନ୍ତ  ସ୍ଥଗିତ କରାଯାଇ ସାନି ସିଡ୍ୟୁଲ୍‌ ପ୍ରସ୍ତୁତ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏଥିରେ  ବିସିସିଆଇ, ଓସିଏ ଏବଂ କଟକ ଜିଲ୍ଲା ଆଥ୍‌ଲେଟିକ୍‌ ଆସୋସିଏସନ୍‌କୁ ପକ୍ଷଭୁକ୍ତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.