ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍ ୨୦୨୩ : ଶ୍ରେଷ୍ଠ ଓଟିଟି ସିରିଜ୍ ‘ପଞ୍ଚାୟତ-୨’,‘କନ୍ତାରା’ ଷ୍ଟାରଙ୍କୁ ସ୍ପେଶାଲ ଜୁରି

ନୂଆଦିଲ୍ଲୀ ୨୯/୧୧: ଗତ ୨୦ ତାରିଖରୁ ଗୋଆରେ ଚାଲିଥିବା ୫୪ତମ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ଗତ ମଙ୍ଗଳବାର ଉଦ୍‌ଯାପିତ ହୋଇଛି । ଏ ଅବସରରେ ବିଭିନ୍ନ ବିଭାଗରେ ବିଜେତାଙ୍କୁ ସମ୍ମାନିତ କରାଯାଇଛି । ବିଶ୍ୱସ୍ତରରେ ଚମତ୍କାର ଫିଲ୍ମ ନିର୍ମାଣ କ୍ଷେତ୍ରରେ ଉତ୍କର୍ଷର ପ୍ରତୀକ ସ୍ୱରୂପ ଇରାନୀ ଫିଲ୍ମ ‘ଏଣ୍ଡଲେସ୍ ବର୍ଡର୍ସ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଗୋଲ୍ଡେନ୍ ପିକକ୍ ସମ୍ମାନ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅବ୍ୱାସ ଆମିନି । ଆମାଜନ୍ ପ୍ରାଇମ୍ ଭିଡିଓରେ ପ୍ରସାରିତ ସିରିଜ୍ ‘ପଞ୍ଚାୟତ’ ସିଜନ୍-୨ ଶ୍ରେଷ୍ଠ ଓଟିଟି ସମ୍ମାନ ଲାଭ କରିଛି । 




ଫିଲ୍ମ ‘କନ୍ତାରା’ ପାଇଁ ସ୍ୱତନ୍ତ୍ର ଜୁରି ସମ୍ମାନ ପାଇଛନ୍ତି ଅଭିନେତା-ନିର୍ଦ୍ଦେଶକ ରିଶଭ ଶେଟ୍ଟୀ । ସତ୍ୟଜିତ ରାୟ ଜୀବନବ୍ୟାପୀ କୃତିତ୍ୱ ସମ୍ମାନ ପାଇଛନ୍ତି ପ୍ରସିଦ୍ଧ ଆମେରିକୀୟ ଅଭିନେତା ଓ ଫିଲ୍ମ ପ୍ରଯୋଜକ ମାଇକେଲ ଡଗ୍ଲାସ । ଦୀର୍ଘ ଦଶନ୍ଧିର ସିନେ କ୍ୟାରିଅର୍ରେ ୭୯ ବର୍ଷୀୟ ଏହି ଅଭିନେତା ଦୁଇଟି ଅସ୍କାର, ୫ ଗୋଲ୍ଡେନ୍ ଗ୍ଲୋବ୍, ଗୋଟିଏ ପ୍ରାଇମ୍ଟାଇମ୍ ଏମି ସମ୍ମାନ ଏବଂ ଏଏଫ୍ଆଇ ଜୀବନବ୍ୟାପୀ କୃତିତ୍ୱ ସମ୍ମାନ ଲାଭ କରିଛନ୍ତି । ଏ ଅବସରରେ ସେ ଫିଲ୍ମ ନିର୍ମାଣ ଓ ଆର୍ଥିକ ସହାୟତା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । 




ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମ୍ମାନ ମହୋତ୍ସବରେ ବିଶ୍ୱର ବିଭିନ୍ନ କୋଣରୁ ସିନେ ଜଗତର ସେଲିବ୍ରିଟିମାନେ ଯୋଗ ଦେଇଥିଲେ । ଅନେକ ବିଦେଶୀ କଳାକାର ଭାରତୀୟ ସିନେମା ପ୍ରତି ସେମାନଙ୍କ ଭଲପାଇବା ବିଷୟରେ ମଞ୍ଚରେ ବର୍ଣ୍ଣନା କରିଥିଲେ । ଏ ଅବସରରେ ଜଣାଶୁଣା ୱେଲ୍‌ଶ ଅଭିନେତ୍ରୀ ତଥା ମାଇକେଲ ଡଗଲାସ୍‌ଙ୍କ ପତ୍ନୀ କ୍ୟାଥରିନ୍ ଜେଟାଜୋନ୍ସ ଭାରତୀୟ ସିନେମା ପ୍ରତି ନିଜ ଭଲପାଇବା ବର୍ଣ୍ଣନା କରିଥିଲେ । ତାଙ୍କ ପିଲାମାନେ ଶାହରୁଖ ଖାନଙ୍କ ‘ଓମ୍ ଶାନ୍ତି ଓମ୍’ ଭଳି ଫିଲ୍ମ ଦେଖି ବଡ଼ ହୋଇଛନ୍ତି ବୋଲି ସେ କହିଥିଲେ । ତାଙ୍କ ପସନ୍ଦର ଫିଲ୍ମ ମଧ୍ୟରେ ‘ଲଞ୍ଚବକ୍ସ’ ଅନ୍ୟତମ ବୋଲି ମଧ୍ୟ ସେ କହିଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.