ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ମଙ୍ଗଳ, ଚନ୍ଦ୍ର ଏବଂ ସୂର୍ଯ୍ୟ ପରେ ଏବେ ଶୁକ୍ର ମିଶନ, କିଭଳି ପ୍ରସ୍ତୁତ ହେଉଛି ଇସ୍ରୋ ?

Published By : Tapas Panda | September 27, 2023 7:42 PM

ନୂଆଦିଲ୍ଲୀ, ୨୭/୦୯: ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ ମିଶନ୍‌ର ସଫଳତା ପରେ ଏବେ ପୃଥିବୀର ନିକଟତମ ଗ୍ରହ ଶୁକ୍ର ଉପରେ ଅଧ୍ୟୟନ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ । ଶୁକ୍ର ଗ୍ରହରେ ପହଞ୍ଚିବାକୁ ଶୁକ୍ରଯାନ ଲାଗି ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଉଛି । ତେବେ ଏହି ମିଶନ କେତେ କଷ୍ଟସାଧ୍ୟ ହେବ ଏବଂ ଏହା ଦ୍ବାରା କଣ ସବୁ ଫାଇଦା ମିଳିବ ସେନେଇ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି । ଶୁକ୍ର ଗ୍ରହ ଉପରେ ବାୟୁମଣ୍ଡଳୀୟ ଚାପ ପୃଥିବୀ ଠାରୁ ୧୦୦ ଗୁଣ ଅଧିକ । ଏସିଡ୍‌ ଏବଂ ବିଷାକ୍ତ  ବାୟୁରେ ପୂର୍ଣ୍ଣ ଶୁକ୍ର ଗ୍ରହ । ସୋମନାଥ କହିଛନ୍ତି ଯେ, ଶୁକ୍ର ଗ୍ରହ ଉପରେ ଅଧ୍ୟୟନ କରିବା ଦ୍ବାରା ଭବିଷ୍ୟତରେ ପୃଥିବୀରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ଜାଣିହେବ ଏବଂ ଏଥିରେ ସୁଧାର କରିବା ଦିଗରେ ସହାୟତା ମିଳିପାରିବ ।  

ଗୁଗଲ୍‌କୁ ପୂରିଲା ୨୫ ବର୍ଷ, ବାର୍ଥ ଡେ’ରେ ଭାରତକୁ ଭେଟି ଦେଲା ଭୂକମ୍ପ ଆଲର୍ଟ ଫିଚର୍‌

ଏହା ସହ ସୋମନାଥ କହିଛି ଆମର(ଇସ୍ରୋ) ଆଗାମୀ ମିଶନ୍ ଶୁକ୍ର ହେବ ।  ଏହି ମିଶନ ଲାଗି ପେଲୋଡ୍ ପ୍ରସ୍ତୁତ ହୋଇସାରିଛି । ମିଶନର ନାମକରଣ ଅନୌପଚାରିକ ଭାବେ ଶୁକ୍ରଯାନ ରଖାଯାଇଛି। ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଦିଲ୍ଲୀର ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀରେ ସମ୍ବୋଧନ ଅବସରରେ ଶୁକ୍ର ମିଶନ ସଂପର୍କରେ ବିସ୍ତୃତ ଭାବେ କହିଛନ୍ତି । ଶୁକ୍ରଯାନର ଅନ୍‌ଅଫିସିଆଲ୍‌ ନାମକରଣ କରାଯାଇଥିବା ବେଳେ ଏହି ନାଁକୁ ସଂସ୍କୃତରୁ ନିଆଯାଇଛି। ଆଗାମୀ କିଛି ବର୍ଷ ମଧ୍ୟରେ ଶୁକ୍ର ମିଶନ ଲଂଚ ହୋଇପାରେ ବୋଲି ସେ କହିଛନ୍ତି । 

ଶୁକ୍ର ପୃଷ୍ଠ ଏବଂ ଏହାର ବାତାବରଣ ସଂପର୍କରେ ଅନୁଧ୍ୟାନ କରିବା ଲାଗି ଏହି ମିଶନର ଆବଶ୍ୟକତା ରହିଛି ।  ଶୁକ୍ର ଗ୍ରହର ବାତାବରଣ ଏସିଡରେ ଭର୍ତ୍ତି ଥିବା ବେଳେ ଏହାର ଘନତ୍ବ ଅଧିକ ହୋଇଥିବାରୁ ପ୍ରବେଶ କରିବା କଷ୍ଟସାଧ୍ୟ ବୋଲି ସୋମନାଥ କହିଛନ୍ତି । ଶୁକ୍ର ଗ୍ରହକୁ ନେଇ ସେ ଆହୁରି କହିଛନ୍ତି ଯେ, ଏହି ଗ୍ରହ ଅତ୍ୟନ୍ତ ରୋଚକପୂର୍ଣ୍ଣ । ଏହାର ବାତାବରଣର ଘନତ୍ବ ଏତେ ଅଧିକ ଯେ ଏଥିରେ ପ୍ରବେଶ କରିବା ଅସମ୍ଭବ । ଏହାର ପୃଷ୍ଠ ଭାଗ ପଥୁରିଆ କି ନୁହେଁ ଜଣାନାହିଁ । ଆମ ଗ୍ରହ (ପୃଥିବୀ)ର ଭବିଷ୍ୟତ ସଂପର୍କରେ ଜାଣିବାକୁ ହେଲେ ଶୁକ୍ର ଗ୍ରହର ଅଧ୍ୟୟନ ଜରୁରୀ । 

କାରଣ ପୃଥିବୀ ଭବିଷ୍ୟତରେ ଶୁକ୍ର ଗ୍ରହ ଭଳି ସାଜିପାରେ । ବହୁ ବର୍ଷ ପୂର୍ବରୁ ପୃଥିବୀ ମଧ୍ୟ ରହିବା ଯୋଗ୍ୟ ଗ୍ରହ ନଥିଲା । ବୋଧୁହୁଏ ୧୦ ହଜାର ବର୍ଷ ପରେ ପୃଥିବୀ ନିଜର ବିଶେଷତା ପରିବର୍ତ୍ତନ କରିପାରେ ବୋଲି ସୋମନାଥ କହିଛନ୍ତି । ସେପଟେ ୨୦୩୦ ବେଳକୁ ନାସା ଏବଂ ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଦ୍ବାରା ଧାର୍ଯ୍ୟ ପଥରେ ଭାରତର ଶୁକ୍ର ମିଶନ ଆଗେଇପାରେ । ଭେନସ୍‌ ବା ଶୁକ୍ର ଗ୍ରହର ବାତାବରଣ ସଂପର୍କରେ ଅଧିକୁ ଅଧିକ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ଥିବା ମଧ୍ୟ ବୈଜ୍ଞାନିକମାନେ ବିଶ୍ବାସ କରୁଛନ୍ତି ।  

 You can also read: ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ବଢ଼ିଲା ଅଡ଼ୁଆ, ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ


  • Aditya L1
  • ISRO
  • Chandrayaan 3
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.