ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ବାପା ହେଲେ ଯଶପ୍ରୀତ ବୁମରା, ପୁଅ ଜନ୍ମ ଦେଲେ ସଞ୍ଜନା

ମୁମ୍ବାଇ, ୦୪/୦୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ବୋଲର୍ ବୁମରା ବାପା ହୋଇଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଗଣେଶନ ଆଜି ପୁଅ ଜନ୍ମ ଦେଇଛନ୍ତି । ଏଥିସହ ବାପାମାଆ ହୋଇଛନ୍ତି ବୁମରା ଓ ସଞ୍ଜନା । ବାପା ହେବା ନେଇ ବୁମରା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । 




ପୁଅର ନାଁ ଅଙ୍ଗଦ ରଖିଥିବା ଲେଖିଛନ୍ତି ବୁମରା । ନେପାଳ ବିପକ୍ଷରେ ଭାରତ ଆଜି ମ୍ୟାଚ୍ ଖେଳିବ । ତେବେ ବୁମରା ମୁମ୍ବାଇ ଆସିଥିବାରୁ ସେ ନେପାଳ ବିପକ୍ଷରେ ଖେଳିବେ ନାହିଁ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ବୁମରା ଶ୍ରୀଲଙ୍କା ଛାଡ଼ି ଭାରତ ଆସିଥିଲେ । ଆଗକୁ ସୁପର୍-୪ ମୁକାବିଲା ପାଇଁ ବୁମରା ଶ୍ରୀଲଙ୍କା ଯାଇ ଦଳରେ ସାମିଲ୍ ହେବେ ।

ଭାରତୀୟ କ୍ରିକେଟ୍ ଦଳକୁ ଝଟକା, ଏସିଆ କପ୍ ଅଧାରୁ ଘରକୁ ଫେରିଲେ ଯଶପ୍ରୀତ ବୁମରା

ବୁମରା ବାପା ହେବା ପରେ ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ନବଜାତକର ହାତ ସହ ପତି, ପତ୍ନୀଙ୍କ ହାତ ରହିଛି । ସେ ଲେଖିଛନ୍ତି, ଆମର ଛୋଟିଆ ପରିବାର ଏବେ ବଡ଼ ହୋଇ ଯାଇଛି । ଆଶାଠୁ ଅଧିକ ଖୁସି ମିଳିଛି । ଅଙ୍ଗଦ ଯଶପ୍ରୀତ ବୁମରାଙ୍କୁ ଦୁନିଆକୁ ସ୍ୱାଗତ ବୋଲି ଲେଖିଛନ୍ତି ବୁମରା । 

୨୦୨୧ ମାର୍ଚ୍ଚରେ ଟିଭି ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ ଯଶପ୍ରୀତ ବୁମରା । ବିବାହ ଉତ୍ସବରେ କେବଳ ଘନିଷ୍ଠ ଓ ସମ୍ପର୍କୀୟ ସାମିଲ୍ ହୋଇଥିଲେ । ଏଭଳିକି ବିବାହକୁ ସମ୍ପର୍କୀୟଙ୍କୁ ମୋବାଇଲ୍ ଫୋନ୍ ନେବାକୁ ଦିଆଯାଇ ନଥିଲା । ବିବାହର ୨ ବର୍ଷ ପରେ ସଞ୍ଜନା ଓ ବୁମରା ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । 

ରାଜଧାନୀରେ ଡେଙ୍ଗୁ ବେକାବୁ, ଭାଙ୍ଗୁନି ବିଏମ୍‌ସି କି ସ୍ୱାସ୍ଥ୍ୟ ବିଭାଗର ନିଦ: ନୂଆପଲ୍ଲୀ, ଆଚାର୍ଯ୍ୟବିହାର ପାଲଟିଛି ହଟସ୍ପଟ୍

Jasprit Bumrah

Copyright © 2022 - Summa Real Media Private Limited. All Rights Reserved.