ନୂଆଦିଲ୍ଲୀ,୨୯।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଉପରେ ସାରା ଦୁନିଆର ନଜର ରହିଛି। ସେ କେବେ ବି କିଛି କରିପାରନ୍ତି ଓ ଦୁନିଆରେ ଧ୍ବଂସ କରିପାରନ୍ତି। ଏଭଳି ସ୍ଥିତିରେ ବହୁ ଶକ୍ତିଶାଳୀ ଦେଶ ତାଙ୍କ ଉପରେ କଟକଣା ଲଗାଇ ସାରିଛନ୍ତି। ଏହା ଭିତରେ ଏକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି, ତାହା ହେଲା ଆମେରିକାର ସିଇଓ ଓ ଦକ୍ଷିଣ କୋରିଆର ଏଜେଣ୍ଟମାନେ କିମ୍ ଜୋଙ୍ଗ ଉନ୍ଙ୍କୁ ବାୟୋକେମିକାଲ ଓ୍ବିପନ ଜରିଆରେ ମାରିବାର ଷଡଯନ୍ତ୍ର କରିଥିଲେ। ଏହି କଥାର ଖୁଲାସା ପରେ ସୃଷ୍ଟି ହୋଇଛି ଉତ୍ତେଜନା। ତେବେ ଏହି ପ୍ଲାନ ସଫଳ ହୋଇପାରିନି ଓ କିମ୍ ଜୋଙ୍ଗ ବଞ୍ଚି ଯାଇଛନ୍ତି। ଏହି ବିଫଳ ଯୋଜନା ସମ୍ପର୍କରେ ଜାଣିଥିବା ସୁତ୍ର ଅନୁସାରେ, ଷଡଯନ୍ତ୍ର ଚଳିତ ବର୍ଷ ୨୦୧୭ ରେ କରାଯାଇଥିଲା। ଯେତେବେଳେ କିମ୍ କିଛି ମାସ ପରେ ସିଆଇଏ ଡାଇରେକ୍ଟରକୁ ଭେଟିଥିଲେ ସେ ଏହାକୁ ମଜାରେ ଉଡାଇ ଦେଇଥିଲେ।
‘ଦ ମିରର’ ର ରିପୋର୍ଟ ଅନୁସାରେ, କିମ୍ ଓ ଡୋନାଲ୍ଡୋ ଟ୍ରମ୍ପଙ୍କ ୨୦୧୮ ଶିଖର ସମ୍ମିଳନୀରୁ ଦୁଇ ମାସ ପୂର୍ବରୁ ସିଆଇଏ ଡାଇରେକ୍ଟର ମାଇକ୍ ପମ୍ପିଓ ଗୁପ୍ତ ଭାବରେ ଉତ୍ତର କୋରିଆ ନେତାଙ୍କୁ ସାକ୍ଷାତ କରିଥିଲେ। କିମ୍ କଥିତ ଭାବରେ ନିଜର ଅତିଥିଙ୍କୁ ସ୍ବାଗତ କରି କହିଥିଲେ, ‘ମିଷ୍ଟର ଡାଇରେକ୍ଟର, ମୁଁ ଭାବିନଥିଲି ଆପଣ ଆସିବେ। ମୋତେ ଜଣାଥିଲା, ଆପଣ ମୋତେ ମାରିବାର ଚେଷ୍ଟା କରୁଛନ୍ତି। ଏହାପରେ ପମ୍ପିଓ ମଧ୍ୟ ମଜାଳିଆ ଅନ୍ଦାଜରେ ଜବାବ ଦେଇଥିଲେ ମହୋଦୟ, ମୁଁ ଏବେ ବି ମଧ୍ୟ ଆପଣଙ୍କୁ ମାରିବାର ଚେଷ୍ଟା କରୁଛି।’ ତେବେ ଜଣାପଡିଥିଲା, ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ମଜା କରୁନଥିଲେ, କାରଣ ହତ୍ୟା ଷଡଯନ୍ତ୍ର ବିଷୟରେ ନିକଟତମ ସୁତ୍ର ‘ଦ ଡେଲି ବିଷ୍ଟ’କୁ କହିଛନ୍ତି, ୨୦୧୭ ରେ କିମ୍ ଶାସନକୁ ଉପାଡି ଫିଙ୍ଗିବାରେ ଏକ ସକ୍ରିୟ ଯୋଜନା ଥିଲା।
ଅପହରଣକାରୀ ଓ ଉତ୍ତର କୋରିଆର ଶରଣାର୍ଥୀଙ୍କ ମାନାବାଧିକାର ପାଇଁ ନାଗରିକ କମିଶନ୍ର ସିଇଓ ଦୋହ ହି ୟୁଙ୍କୁ ଦକ୍ଷିଣ କୋରିଆ ଷଡଯନ୍ତ୍ରରେ ସାମିଲ କରିଥିଲା। ସେ ସାଇବେରିଆ ସହରରେ ରହୁଥିବା ଷଡଯନ୍ତ୍ରକାରୀ କମି୍ ସେଓଗ-ଇଲ୍ଙ୍କ ସହିତ ପ୍ରତିଦିନ କଥା ହେଉଥିଲେ। ସେମାନେ କିମ୍ଙ୍କୁ କ୍ଷମତାକୁ ହଟାଇ ତାଙ୍କୁ ହତ୍ୟା କରିବା ଯୋଜନା କରୁଥିଲେ। ତେବେ ଷଡଯନ୍ତ୍ର ବିଫଳ ହୋଇଥିଲା। ସେଓଗ ଇଲ୍ଙ୍କୁ ଷଡଯନ୍ତ୍ର କରିବା ବେଳେ ବିପଦ ବିଷୟରେ ମଧ୍ୟ ଜଣାପଡିଥିଲା। ଏହାକୁ ନେଇ ଦୋହ କହିଛନ୍ତି, କ୍ରାନ୍ତିରେ ସବୁବେଳେ ବଳିଦାନ ଥାଏ।’