ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଗଞ୍ଜାମ ଗସ୍ତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ବ୍ରହ୍ମପୁର,୨୭/୧୧ : ଭୁବନେଶ୍ୱର ସାଂସଦ ତଥା ରାଜ୍ୟ ବିଜେପି ଉପସଭାନେତ୍ରୀ ଅପରାଜିତା  ଷଡ଼ଙ୍ଗୀ ସୋମବାର ଗଞ୍ଜାମ ଜିଲ୍ଲା ଶେରଗଡ଼ ଗସ୍ତରେ ଆସୁଛନ୍ତି । ସାଂସଦ ଷଡ଼ଙ୍ଗୀ ପୂର୍ବାହ୍ନରେ ବ୍ରହ୍ମପୁର ଦେଇ  ଯାତ୍ରା କରିବେ । କୌଣସି ରାଜେନୗତିକ କାର୍ଯ୍ୟକ୍ରମ  ନଥିଲେ ମଧ୍ୟ ସାଂସଦଙ୍କୁ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବାକୁ ସ୍ଥିର ହୋଇଛି । 

ବ୍ରହ୍ମପୁର  ଉପକଣ୍ଠ ଜଗନ୍ନାଥପୁର ଜଙ୍କସନ୍‌, ଗୋପାଳପୁର  ଜଙ୍କସନ୍‌, ଇଞ୍ଜିନିୟରିଂ ସ୍କୁଲ୍‌ ଛକ, କୋର୍ଟପେଟା ଛକରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଖଲ୍ଲିକୋଟ କଲେଜ  ଛକରେ ବିଶ୍ୱନାଥ ଦାଶଙ୍କ ପ୍ରତିମୁର୍ତ୍ତିରେ ସାଂସଦ  ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।  ଏହା ପରେ ଗେଟବଜାର, ହରିଡ଼ାଖଣ୍ଡି ଆଦି ଛକରେ  ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ସାଂସଦଙ୍କୁ ସ୍ୱାଗତ  କରିବେ ବୋଲି ଜିଲ୍ଲା ବିଜେପି ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.