ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମା' ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋକସରା ,୨/୧୨ :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ଖେଳ ପଡିଆ ଠାରେ ମା' ଠାକୁରାଣୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଶନିବାର ୨୩ ତମ ମା' ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଗ୍ୟବାନ ସିଂ ରାଜପୁତ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୁବରାଜ ନାଏକ, ମଣିରାମ ପଟେଲ  ଯୋଗଦେଇ ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।

ଉଦଘାଟନୀ ମ୍ୟାଚ୍ ସର୍ଗିଗୁଡା (ଛତିଶଗଡ଼) ଓ ବୋଡେ଼ନ (ଶକ୍ତି ଏକାଦଶ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ବୋଡ଼େନ ବ୍ୟାଟିଙ୍ଗ କରି ୧୦ ଓଭରରେ ୨ ୱିକେଟ୍ ହରାଇ ୨୦୫ ରନ ସଂଗ୍ରହ କରିଥିଲା।ଜବାବରେ ସର୍ଗିଗୁଡା ୯ ଓଭର ୨ ବଲରେ ସମସ୍ତ ୱିକେଟ୍ ହରାଇ ୧୦୦ ରନ କରି ପରାଜୟ ହୋଇଥିଲା। ଅମ୍ପାୟାର ଭାବେ ଲାରା ନାଏକ ଓ କୁବେର ମାଝୀ ଖେଳ ପରିଚାଳନା କରିଥିଲେ। ରୁଦ୍ର ପ୍ରସାଦ ମିଶ୍ର ଖେଳ ର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ଦୀପ ସ୍କୋର ବୋର୍ଡ ଦାୟିତ୍ଵରେ ରହିଥିଲେ। ମା' ଠାକୁରାଣୀ କ୍ରିକେଟ୍ କ୍ଳବ ସଭାପତି ପ୍ରବୀଣ ମାଝୀ, ସମ୍ପାଦକ ଜୟନ୍ତ ପୁଝାରୀ, ଭାଗିରଥି ମାଝୀ, ଉମେଶ ପୁଝାରୀ, ପିଣ୍ଟୁ ମାଝୀ, ଆକାଶ ନାଏକ, ରାନୁ ନାଏକ, ଚନ୍ଦ୍ରହାସ୍ୟ ମାଝୀ, ମୋହଲାଲ ମାଝୀ, କ୍ଷତ୍ରିୟ ପୁଝାରୀ, କପୁର ଦୀପ, ପୁରୁଷୋତ୍ତମ ସିଂ ରାଜପୁତ, ଦୁଷ୍ମନ୍ତ ପୁଝାରୀ, ଯଶବନ୍ତ ମାଝୀ, ଚୈତନ୍ୟ ମାଝୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.