ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଧାର ଟଙ୍କା ମାଗିବାରୁ ସହକର୍ମୀଙ୍କୁ ହତ୍ୟା, ପରିଚୟ ଲୁଚାଇବାକୁ ମୁହଁକୁ ଫିଙ୍ଗିଲେ ଏସିଡ୍

ନୂଆଦିଲ୍ଲୀ, ୧୫/୦୯: ସହକର୍ମୀଙ୍କୁ ହତ୍ୟା । ପ୍ରଥମେ ମୁହଁକୁ ଏସିଡ୍ ଫିଙ୍ଗିଲେ, ତା’ପରେ ମାରିଦେଲେ । ଟଙ୍କା ଧାର ନେଇ ଦେଲେନି ବରଂ ମାଗିବାରୁ ମାରିଦେଲେ । ଦିଲ୍ଲୀରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ୪୫ ବର୍ଷୀୟ ଟେକ୍ନିସିଆନଙ୍କୁ ଗିରଫ କରିଛି ପୋଲିସ । 

ଦିଲ୍ଲୀ ନିଜାମୁଦ୍ଦିନ ରେଲୱେ ଷ୍ଟେସନରେ ଟେକ୍ନିକାଲ୍ ସୁପରଭାଇଜର ଥିବା ମହମ୍ମଦ ଜାକିର୍ ତାଙ୍କ ସହକର୍ମୀଙ୍କ ତଣ୍ଟିକୁ ଏକାଧିକ ବାର ଛୁରିରେ ଆଘାତ କରିଥିଲେ । ମରିଯିବା ପରେ ପରିଚୟ ଯେଭଳି ଜଣା ନ ପଡ଼ିବ ସେଥିପାଇଁ ମୁହଁକୁ ଏସିଡ୍ ଫିଙ୍ଗିଥିଲେ । 

କମ୍ ଦାମ୍ ବିଶିଷ୍ଟ ଦୁଇଚକିଆ ଗାଡିରେ ଜିଏସଟି ୨୮%ରୁ ହ୍ରାସ କରି ୧୮% କରାଯାଉ: FADA

ପୋଲିସ ସୂଚନା ଅନୁସାରେ, ମୃକତ ଜଣଙ୍କ ରେଲୱେ କ୍ଲର୍କ ଭାବେ କାର୍ଯ୍ୟ କରୁଥିଲେ । ୨୦୧୮ ଓ ୨୦୧୯ରେ ଋଣ ଆଣି ମୃତକ ଜଣଙ୍କ ଅଭିଯୁକ୍ତକୁ ୧୧ ଲକ୍ଷ ଟଙ୍କା ଦେଇଥିଲେ । ପୋଲିସ ଗ୍ରେଟର ନୋଇଡାର ୧୪୮ ମେଟ୍ରୋ ଷ୍ଟେସନ ନିକଟରୁ ମୃତଦେହ ଜବତ କରିଛି ।

ସୂଚନା ଅନୁସାରେ, ସେପ୍ଟେମ୍ବର ୮ ତାରିଖରେ ମୃତକଙ୍କ ଝିଅ, ମାଆ ନିଖୋଜ ନେଇ ଅଭିଯୋଗ ଆଣିଥିଲେ । ସେପ୍ଟେମ୍ବର ୯ ତାରିଖ ରାତି ୮ଟାରେ ଘର ଲୋକଙ୍କୁ ଏକ ଫୋନ୍ ଆସିଥିଲା । ପୋଲିସ୍ ଫୋନ୍ କରି କହିଥିଲା ମହିଳା ଜଣଙ୍କୁ ହତ୍ୟା କରାଯାଇଛି । 

୨୦୨୫ ସୁଦ୍ଧା ପାକିସ୍ତାନ ପାଖରେ ଥିବ ୨ଶହ ଆଣବିକ ଅସ୍ତ୍ରଶସ୍ତ୍ର, ଆମେରିକା ବୈଜ୍ଞାନିକଙ୍କ ଖୁଲାସା...

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଋଣ ନେଇ ଫେରାଇ ନ ପାରିବାରୁ ଜାକିର୍ ଚାପରେ ଥିଲା । ସେପ୍ଟେମ୍ବର ୮ ତାରିଖରେ ମହିଳା ଜଣଙ୍କ ଦିନ ୨ଟାରେ ଅଫିସରୁ ବାହାରି ଥିଲେ । ସେଦିନ ଛୁଟିରେ ଥିଲା ଜାକିର୍ । କିନ୍ତୁ ତା ଫୋନ୍ ସ୍ୱିଚ୍ ଅଫ୍ ଥିଲା । ପରେ ପୋଲିସ ୨୦ ଘଣ୍ଟା ଧରି ୬୦ଟି ସ୍ଥାନରେ ରେଡ୍ କରିବା ପରେ ସୁଭାଷ ବିହାରରୁ ଧରା ପଡ଼ିଥିଲା ଜାକିର୍ । 

ଜେରା ବେଳେ ଜାକିର୍ କହିଛି, ମୃତକ ଜଣଙ୍କ ଟଙ୍କା ଫେରାଇବାକୁ ବାଧ୍ୟ କରୁଥିଲେ । ଯାହା ଫଳରେ ସେ ତାଙ୍କୁ ମାରିଦେବାକୁ ଯୋଜନା କରିଥିଲା । ମହିଳା ଜଣଙ୍କୁ ନୋଇଡ଼ା ସ୍ଥିତ ନଲେଜ ପାର୍କକୁ ଡାକି ନେବା ପରେ ତଣ୍ଟିକୁ ବାରମ୍ବାର ଛୁରାରେ ଆକ୍ରମଣ କରିଥିଲେ । ମରିଯିବା ପରେ ମୁହଁକୁ ଏସିଡ୍ ଫିଙ୍ଗି ଦେଇଥିଲେ, ଯେଭଳି କେହି ଚିହ୍ନି ପାରିବେ ନାହିଁ । 

ଗୋଟିଏ କ୍ଲିକ୍‌ରେ ମିଳିବ ସୁପ୍ରିମକୋର୍ଟ ତଥ୍ୟ, ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍‌ରେ ଉପଲବ୍ଧ ହେବ

delhi
Murder

Copyright © 2022 - Summa Real Media Private Limited. All Rights Reserved.