ନୂଆଦିଲ୍ଲୀ, ୦୮/୦୯: ଦୁନିଆରେ ଅନେକ ସ୍ଥାନ ରହିଛି । ଯାହା ବାବଦରେ ଦୁନିଆ ଜାଣିବାକୁ ଚାହୁଁଥିବା ବେଳେ ସେଠାରେ ପହଞ୍ଚିବା ସହଜ ନୁହେଁ । ଆଉ ଅପହଞ୍ଚ ସ୍ଥାନରେ ପହଞ୍ଚି ତାହା ବାବଦରେ ଦୁନିଆକୁ ଜଣାଇବା ଆହୁରି ଦୂରୁହ ବ୍ୟାପାର । ଦକ୍ଷିଣ ତୁର୍କୀରେ ଏଭଳି ଏକ ଗୁମ୍ଫା ରହିଥିବା ବେଳେ ଅଧ୍ୟୟନ ପାଇଁ ଯାଇ ଫସି ଯାଇଛନ୍ତି ୪୦ ବର୍ଷୀୟ ଆମେରିକୀୟ ମାର୍କ ।
ତୁର୍କୀର ଟରସ୍ ପାହାଡ଼ରେ ରହିଥିବା ମୋରକା ଗୁମ୍ଫାର ୩୦୦୦ ଫୁଟ୍ ଗଭୀରରେ ଫସିଛନ୍ତି ଆମେରିକାର ମାର୍କ ଡିକେ । ସେ ଏକ ଅଧ୍ୟୟନ ପାଇଁ ସଂକୀର୍ଣ୍ଣ ଗୁମ୍ଫା ଭିତରକୁ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ଗୁମ୍ଫା ଭିତରୁ ସେ ବାହାରି ପାରୁ ନାହାନ୍ତି । ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରାୟ ୧୭୦ ଜଣ ନିୟୋଜିତ ହୋଇଛନ୍ତି । ଉଦ୍ଧାର ପାଇଁ ୨ରୁ ୩ ସପ୍ତାହ ଲାଗିପାରେ ବୋଲି କୁହା ଯାଉଛି ।
ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କଲେ ଋଷ ଓ ସାଉଦି ଆରବ, ବଢ଼ିଲା ତୈଳଦର
ମାର୍କ ଡିକେଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୟୁରୋପର ବିଶେଷଜ୍ଞ । ୟୁରୋପୀୟ ଆସୋସିଏସନ୍ ଅଫ୍ କେଭ୍ ରେସ୍କ୍ୟୁଅର୍ସର କହିବା ଅନୁସାରେ, ଡିକେଙ୍କ ସହ ଗୁମ୍ଫାରେ ଆଉ ୩ ଜଣ ଆମେରିକୀୟ ଅଛନ୍ତି । ଗୁମ୍ଫା ଭିତରକୁ ଡିକେ ଚିକିତ୍ସା ଲାଗି ହଙ୍ଗେରୀର ଜଣେ ଡାକ୍ତରଙ୍କୁ ପଠା ଯାଇଛି ।
ଡାକ୍ତରଙ୍କ କହିବା ଅନୁସାରେ, ଗୁମ୍ଫାଟି ବହୁତ ସଂକୀର୍ଣ୍ଣ । ଭିତରକୁ ଷ୍ଟ୍ରେଚର ନିଆଯାଇ ପାରିବ ନାହିଁ । ମାର୍କ ଗୁମ୍ଫା ଭିତରୁ ଏକ ଭିଡିଓ ପ୍ରସ୍ତୁତ କରି ତୁର୍କୀ ସରକାର ଓ ଅନ୍ୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଜରୁରୀ ଔଷଧ ମିଳିଛି, ଯାହା ଦ୍ୱାରା ତାଙ୍କ ଜୀବନ ବଞ୍ଚି ଯାଇଛି । ଗୁମ୍ଫା ଭିତର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ । ବିଶେଷଜ୍ଞଙ୍କ କହିବା କଥା, ସଫଳତାର ସହ ଉଦ୍ଧାର କରିବା କଷ୍ଟକର । ବାହାରକୁ ଆଣିବା ଲାଗି ରାସ୍ତା ସଫା କରାଯାଉଥିବା ବେଳେ ପଥର ଖସୁଥିବାରୁ ଉଦ୍ଧାର ବାଧାପ୍ରାପ୍ତ ହେଉଛି ।
ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ସମ୍ପନ୍ନ, ଅନିଦ୍ରା ରହିଲେ ମହାପ୍ରଭୁ