ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ୟୁପିର ଲେଡି ସିଂଘମ୍‌ଙ୍କ ସହ ଠକେଇ, ଅଭିଯୁକ୍ତ ନକଲି ଆଇଆରଏସ୍‌ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ

ଲକ୍ଷ୍ନୌ,୧୨/୦୨:  ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ହେଉଥିବା ବିବାହରେ ଅନେକ ସମୟରେ ମିଛ କଥା କହି ଲୋକଙ୍କୁ ଠକାଯାଉଥିବା ସାମ୍ନାକୁ ଆସିଥାଏ ।  ତେବେ ୟୁପିର ଜଣେ ମହିଳା ଡିଏସ୍‌ପି ଏଭଳି ଠକେଇର ଶିକାର ହୋଇଛନ୍ତି । ନିଜକୁ ଆଇଆରଏସ୍‌ ଅଧିକାରୀ ଭାବେ ଦର୍ଶାଇ ଜଣେ ବ୍ୟକ୍ତି ତାଙ୍କୁ ବିବାହ କରିବା ସହ ଲକ୍ଷାଧିକ ଟଙ୍କା ଠକିନେବାର ମାମଲା ସାମ୍ନାକୁ ଆସିଛି । ଏ ସଂପର୍କରେ  ଜାଣିବା ପରେ ମହିଳା ଡିଏସ୍‌ପି ଠକଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି । କିନ୍ତୁ ସେ ନିଜ ପତ୍ନୀଙ୍କ ନାମରେ ଠକେଇ ଜାରି ରଖିଥିବା ଜଣାପଡିବାରୁ ବାଧ୍ୟହୋଇ ଗାଜିଆବାଦର କୌଶାମ୍ବୀ ଥାନାରେ ପୂର୍ବତନ ସ୍ୱାମୀଙ୍କ ନାମରେ ମାମଲା  ରୁଜୁ କରିଛନ୍ତି ମହିଳା ଅଧିକାରୀ ।  

ରିପୋର୍ଟ ଅନୁସାରେ, ପୀଡିତା ଡିଏସ୍‌ପି  ହେଲେ ଶ୍ରେଷ୍ଠା ଠାକୁର । ସେ ୨୦୧୨  ବ୍ୟାଚ୍‌ର ଅଧିକାରୀ ହୋଇଥିବାବେଳେ  ଏବେ ୟୁପିର ଶାମଲିରେ ମୁତୟନ  ଅଛନ୍ତି । ଶ୍ରେଷ୍ଠା ଜଣେ କଡା ମିଜାଜର  ପୁଲିସ ଅଧିକାରୀ ଭାବେ ପ୍ରସିଦ୍ଧ ।  ଲୋକେ ତାଙ୍କୁ ‘ଲେଡି ସିଂଘମ୍‌’ ନାମରେ  ବି ଜାଣନ୍ତି । କୌଶାମ୍ବୀ ଥାନାରେ ସେ  ଦାଖଲ କରିଥିବା ଅଭିଯୋଗ ଅନୁସାରେ,  ୨୦୧୮ରେ ତାଙ୍କର ବିବାହ ରୋହିତ  ରାଜ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହ  ହୋଇଥିଲା । ଏକ ମାଟ୍ରିମୋନିଆଲ୍‌  ସାଇଟ୍‌ ମାଧ୍ୟମରେ ଯୋଡି ହୋଇଥିଲା  ସେମାନଙ୍କ ସଂପର୍କ । ରାଜ୍‌ ନିଜକୁ  

୨୦୦୮ ବ୍ୟାଚ୍‌ର ଆଇଆରଏସ୍‌  ଅଧିକାରୀ ହୋଇଥିବାବେଳେ ରାଞ୍ଚିରେ  ଡେପୁଟି କମିଶନର ପଦରେ ମୁତୟନ  ଥିବା ଦର୍ଶାଇଥିଲେ । ଶ୍ରେଷ୍ଠାଙ୍କର  ପରିଜନମାନେ ତାଙ୍କ ସଂପର୍କରେ ବିଭିନ୍ନ  ସ୍ଥାନରୁ ପଚାରି ମଧ୍ୟ ବୁଝିଥିଲେ ।  ସେତେବେଳେ ରୋହିତ ରାଜ୍‌ ନାମକ  ଜଣେ ବ୍ୟକ୍ତି ସତରେ ରାଞ୍ଚିରେ ଡେପୁଟି  କମିଶନର ଥିବା ଜଣାପଡିଥିଲା ।  ଏଭଳି ଭୁଲ୍‌ ବୁଝାମଣା କେବଳ  ସମାନ ନାମ ଯୋଗୁ ହୋଇଥିଲା ।  ଏହାପରେ ରୋହିତ-ଶ୍ରେଷ୍ଠାଙ୍କର  ବିବାହ ହୋଇଥିଲା । 

ବିବାହ ପରେ  ସତ ଜାଣିବାରୁ ଶ୍ରେଷ୍ଠାଙ୍କ ପାଦତଳୁ  ମାଟି ଖସିଯାଇଥିଲା । କିନ୍ତୁ ବିବାହକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ସେ କାହାକୁ ଏ ସଂପର୍କରେ ଜଣାଇନଥିଲେ ।  ଇତିମଧ୍ୟରେ ରୋହିତଙ୍କ ଠକେଇ  ଅଭ୍ୟାସ ବଢ଼ିଥିଲା । ସେ ଶ୍ରେଷ୍ଠାଙ୍କ ନାମରେ ଅନ୍ୟମାନଙ୍କଠାରୁ ଟଙ୍କା ଆଦାୟ ଆରମ୍ଭ କରିଥିଲେ । ସେଥିଯୋଗୁ ବିରକ୍ତ ହୋଇ ୨ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଶ୍ରେଷ୍ଠା । ଏହାସତ୍ତେ୍ୱ ରୋହିତ ତାଙ୍କର ଅଭ୍ୟାସ ବଦଳାଇନଥିଲେ । ସେ ଶ୍ରେଷ୍ଠାଙ୍କ ନାମରେ ଟଙ୍କା ଠକେଇ ଜାରି ରଖିବାରୁ ବାଧ୍ୟହୋଇ ଶ୍ରେଷ୍ଠା କୌଶାମ୍ବୀ ଥାନାରେ ଏ ସଂପର୍କରେ  ମାମଲା ରୁଜୁ କରିଛନ୍ତି । ପୁଲିସ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.