ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଆଜି ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ୨୦୨୩-୨୪: ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

Published By : Prameya | February 10, 2024 8:32 AM

ଭୁବନେଶ୍ୱର,୧୦/୦୨: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ପର୍ଯ୍ୟାୟ ଆରମ୍ଭ ହେବ ।  ପ୍ରଥମ ଦିବସରେ ୨ଟି ମ୍ୟାଚ୍‌ ରହିଛି । ଅପରାହ୍ଣରେ ପ୍ରଥମ ମ୍ୟାଚ୍‌ ଆୟର୍ଲାଣ୍ଡ  ବନାମ ନେଦରଲାଣ୍ଡସ ଏବଂ ଦ୍ୱିତୀୟ  ମ୍ୟାଚ୍‌ ଘରୋଇ ଭାରତ ଓ ସ୍ପେନ ମଧ୍ୟରେ ଖେଳାଯିବ ।  

ସ୍ପେନ ବିପକ୍ଷରେ ପ୍ରୋ ଲିଗ  ସିଜନରେ ଅଭିଯାନ ଆରମ୍ଭ କରିବ ଭାରତ ।  ଯାହାକୁ ନେଇ ଭାରତୀୟ ଅଧିନାୟକ  ହର୍ମନପ୍ରୀତ ସିଂ ଏବଂ କୋଚ୍‌ କ୍ରାଗ ଫୁଲଟନ  ବେଶ ଉତ୍ସାହିତ ରହିଛନ୍ତି । ଆଗକୁ ପ୍ୟାରିସ ଅଲିମ୍ପିକ୍ସ । ତେଣୁ କଳିଙ୍ଗ ଷ୍ଟାଡିୟମରୁ ହିଁ ଦଳ  ଅଲିମ୍ପିକ୍ସ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି ।  

ଅଧିନାୟକ ହର୍ମନପ୍ରୀତ ସିଂ କହିଛନ୍ତି,  ‘ପ୍ରୋ ଲିଗ୍‌ରେ ଅଭିଯାନ ଆରମ୍ଭ କରିବା ନେଇ  ଦଳର ସମସ୍ତ ଖେଳାଳି ଉତ୍ସାହିତ ରହିଛନ୍ତି । ଆଗକୁ ଅଲିମ୍ପିକ୍ସ, ତେଣୁ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଖେଳିବା ଏହା ଏକ ବଡ଼ ସୁଯୋଗ । ପ୍ରତ୍ୟେକ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ପୂର୍ବ ସିରିଜ ଗୁଡ଼ିକର ପ୍ରଦର୍ଶନକୁ ମୂଲ୍ୟାୟନ କରି ଆମେ ଆମର ଦୁର୍ବଳ ଦିଗ ଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେଇଛୁ ।’ 

‘ ଅଲିମ୍ପିକ୍ସ ପୂର୍ବରୁ ପ୍ରୋ ଲିଗ୍‌ ଦଳପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆମେ ଆମର ସାମର୍ଥ୍ୟ ଅନୁସାରେ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବୁ । ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦେବୁ । ଦଳ ଭୁବନେଶ୍ୱର ଓ ରାଉରକେଲାରେ ୮ଟି ମ୍ୟାଚ୍‌ ଖେଳିବ । ତେଣୁ  ପର୍ଯ୍ୟାୟକ୍ରମିକ ଭାବେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ ବୋଲି କହିଛନ୍ତି କୋଚ୍‌ ଫୁଲଟନ । 

ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ  କରିବା ପରେ ଭାରତ ୧୧ ତାରିଖରେ  ନେଦରଲାଣ୍ଡସକୁ, ୧୫ରେ ଅଷ୍ଟ୍ରେଲିଆକୁ ଏବଂ  ୧୬ରେ ଆୟର୍ଲାଣ୍ଡକୁ ଭେଟିବ । ଏହାପରେ  ଦ୍ୱିତୀୟ ରାଉଣ୍ଡ ରାଉରକେଲାର ବିର୍ସା ମୁଣ୍ଡା  ଷ୍ଟାଡିୟମରୁ ଆରମ୍ଭ ହେବ । ୧୯ରେ ଦଳ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ, ୨୧ରେ ନେଦରଲାଣ୍ଡସକୁ,  ୨୪ରେ ଅଷ୍ଟ୍ରେଲିଆକୁ ଏବଂ ୨୫ରେ  ଆୟର୍ଲାଣ୍ଡକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.