ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମର୍ସିଡିଜ୍‌ର ନୂଆ ଜିଏଲ୍‌ଏ, ଏଏମ୍‌ଜି ଜିଏଲ୍‌ଇ ୫୩ ଫୋର୍‌ମ୍ୟାଟିକ ପ୍ଲସ ମଡେଲର ବଜାର ପ୍ରବେଶ, ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର,୦୧/୦୨: ଲୋକପ୍ରିୟ  ଲକ୍‌ଜ୍ୟୁରୀ କାର ନିର୍ମାତା ମର୍ସିଡିଜ ବେଞ୍ଜ  ପକ୍ଷରୁ ନୂଆ ଏସ୍‌ୟୁଭି ଜିଏଲ୍‌ଏ ଏବଂ ଏଏମ୍‌ଜି  ଜିଏଲ୍‌ଇ ୫୩ ଫୋର୍‌ମ୍ୟାଟିକ ପ୍ଲସ ମଡେଲର  ବଜାର ପ୍ରବେଶ କରାଯାଇଛି । କମ୍ପାନି ଲାଗି ଜିଏଲ୍‌ଏ ଏକ ସଫଳ ମଡେଲ ରହି ଆସିଛି । ଭାରତରେ ୧୪ ହଜାର ୟୁନିଟ ବିକ୍ରି ସଫଳତା ଏହା ହାସଲ କରିଛି । ନୂଆ ମଡେଲଟି ଏହି ସଫଳତା ଧାରି ଜାରି ରଖିବ ବୋଲି କମ୍ପାନି ଆଶା  ରଖିଛି । 

ସେହିଭଳି ଏଏମ୍‌ଜି ଜିଏଲ୍‌ଇ ୫୩  କୁପ୍‌ ମଡେଲ ଦ୍ୱାରା କମ୍ପାନି ଏହାର ଏସ୍‌ୟୁଭି ପୋର୍ଟଫୋଲିଓରେ ଷ୍ଟାଇଲ ସଂଯୋଗ କରିଛି ।  ଏହି ଏସ୍‌ୟୁଭି କୁପ୍‌ରେ ଗ୍ରାହକ ଲକ୍‌ଜ୍ୟୁରୀ,  ଷ୍ଟାଇଲ ଏବଂ ପର୍‌ଫରମାନ୍ସ  ପାଇପାରିବେ । ଏହାବାଦ କମ୍ପାନି  କନ୍‌ସେପ୍ଟ ଇକ୍ୟୁଜିକୁ ବଜାର ପ୍ରବେଶ  କରାଇଛି । 

ଭବିଷ୍ୟତ ଇ-ଯାନକୁ  ଧ୍ୟାନରେ ରଖି ଏହି ମଡେଲଟିକୁ ଡିଜାଇନ  କରାଯାଇଛି । ଏହି କନ୍‌ସେପ୍ଟ ମଡେଲରେ ଜିକ୍ଲାସର ଝଲକ ପାଇବେ ଗ୍ରାହକ ।  ଜିଏଲ୍‌ଏ ମଡେଲଟି ୫୦.୫୦ ଲକ୍ଷରୁ  ଏବଂ ଏଏମ୍‌ଜି ଜିଏଲ୍‌ଇ ୧.୮୫ କୋଟିରୁ  ଆରମ୍ଭ ହେଉଛି । ଏସ୍‌ୟୁଭି ପୋର୍ଟଫୋଲିଓ  ଅଭିବୃଦ୍ଧିରେ ଏହି ମଡେଲଗୁଡିକ  ସହାୟକ ହେବ ବୋଲି ମର୍ସିଡିଜ ବେଞ୍ଜ  ଇଣ୍ଡିଆର ସିଇଓ ସନ୍ତୋଷ ଆୟାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.