ମୁମ୍ବାଇ: ୨୦୨୩ ବିଶ୍ବକପ ସେମି ଫାଇନାଲ ମ୍ୟାଚ୍ରେ ମହମ୍ମଦ ସାମିଙ୍କ ସୁନାମୀ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡ ସ୍ଥିତି ଦୃଢ଼ କରି ଆସୁଥିବା ବେଳେ ସାମିଙ୍କ ଘାତକ ବୋଲିଂ ଦଳକୁ ମାଟି କାମୁଡ଼ିବାକୁ ବାଧ୍ୟ କରିଛି । ନ୍ୟୁଜିଲାଣ୍ଡ ଟିମ୍ ୩୯ ରନ୍ ବେଳକୁ ଦୁଇଟି ଓ୍ବିକେଟ ହରାଇ ସାରିଥିଲା । ଡେଭନ କନଓ୍ବେ ଏବଂ ରଚିନ ରବୀନ୍ଦ୍ରଙ୍କ ଓ୍ବିକେଟ ନେଇଥିଲେ ମହମ୍ମଦ ସାମି ।
ଏହା ପରେ କେନ ଓ୍ବିଲିୟମସନ ଏବଂ ଡେରିଲ ମିଚେଲ ଦଳୀୟ ସ୍କୋରକୁ ବହୁ ଦୂରକୁ ଭିଡ଼ି ନେଇନଥିଲେ । ଏହି ସମୟରେ ଦୁଇ ବ୍ୟାଟରଙ୍କ ମିଳିତ ସ୍କୋର ୧୮୧ରେ ପହଞ୍ଚିଥିଲା ଏବଂ ଦଳୀୟ ସ୍କୋର ୨୨୦ରେ ପହଞ୍ଚିସାରିଥିଲା । ଏତିକିବେଳେ ଅନ୍ୟ ବୋଲର ଅସହାୟ ହୋଇପଡ଼ିଥିବା ବେଳେ ପୁଣି ମହମ୍ମଦ ସାମିଙ୍କ କମାଲ ଦେଖିବାକୁ ମିଳିଥିଲା । କେନ ଓ୍ବିଲିୟମସନଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ କ୍ୟାଚ୍ ଆଉଟ କରାଇ ପାଭିଲିୟନ୍ ଫେରାଇଥିଲେ ସାମି । ଏହା ପରେ ଦୁଇ ବ୍ୟାଟରଙ୍କ ଯୋଡି ଭାଙ୍ଗି ଯାଇଥିଲା । ପରବର୍ତ୍ତୀ ବଲରେ ସାମି ଟମ ଲାଥମଙ୍କୁ ଏଲବିଡବ୍ଲୁ କରାଇଥିଲେ ।
୨୨୦ ରନ୍ରେ ନ୍ୟୁଜିଲାଣ୍ଡ ୪ଟି ଓ୍ବିକେଟ ହରାଇବା ପରେ ଟିମ୍ ଇଣ୍ଡିଆର ଫାଇନାଲ ଯିବା ଆଶା ଉଜ୍ଜୀବିତ ହୋଇଥିଲା । ଏହା ପରେ ଗ୍ଲେନ୍ ଫିଲିପ୍ସ ଏବଂ ଡେରିଲ ମିଚେଲଙ୍କ ଯୋଡି କମାଲ କରିଥିଲା । ହେଲେ ଗ୍ଲେନ୍ ଫିଲିପ୍ସ, ବୁମରାଙ୍କ ବଲ୍ରେ କ୍ୟାଚ୍ ଆଉଟ ହୋଇ ପାଭିଲିୟନ୍ ଫେରିଥିଲେ । ଫିଲିପ୍ସ ୪୧ ରନ୍ କରି ଆଉଟ ହେବା ବେଳକୁ ଦଳୀୟ ସ୍କୋର ୨୯୫/୫ ରେ ପହଞ୍ଚିଥିଲା । ଏହା ପରେ ନ୍ୟୁଜିଲାଣ୍ଡ ଟିମ୍ର ପତନ ହେବାରେ ଲାଗିଲା । ଗ୍ଲେନ୍ ଫିଲିପ୍ସ ବୁମରାଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ । ସେହିଭଳି ମାର୍କ ଚାପମ୍ୟାନ କୁଲଦୀପ ଯାଦବଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ ।
ହେଲେ ସେତେବେଳକୁ ଡେରିଲ ମିଚେଲ କିନ୍ତୁ ନିଜର ପ୍ରଦର୍ଶନ ଜାରି ରଖିଥିଲେ । ପୁଣି ଥରେ ସାମିଙ୍କ ଘାତକ ବୋଲିଂର ଶିକାର ହେଲେ ଡେରିଲ ମିଚେଲ । ଦଳୀୟ ସ୍କୋର ୩୦୬ ରନ୍ ବେଳକୁ ସପ୍ତମ ଓ୍ବିକେଟ ଭାବେ ଡେରିଲ ଆଉଟ ହେବା ପରେ ପରେ ୩୨୭ ରନ୍ରେ ୩ ଓ୍ବିକେଟ ପାଭିଲିୟନ୍ ଫେରିଥିଲେ । ପରେ ପରେ ମିଚେଲ ସାଣ୍ଟନର, ମହମ୍ମଦ ସିରାଜଙ୍କ ବଲ୍ରେ ରୋହିତଙ୍କ ହାତରେ କ୍ୟାଚ ଆଉଟ ହୋଇ ପାଭିଲିୟନ୍ ଫେରିଥିଲେ । ଏହା ପରେ ଟିମ୍ ସାଉଥି ଏବଂ ଲକି ଫର୍ଗ୍ୟୁସନଙ୍କ ଓ୍ବିକେଟ ମଧ୍ୟ ସାମିଙ୍କ ଖାତାକୁ ଯାଇଥିଲା । ତେବେ ମହମ୍ମଦ ସାମି ୫୭ ରନ୍ ଦେଇ ୭ ଓ୍ବିକେଟ ନେଇଛନ୍ତି । ଏହା ସହ ବିଶ୍ବକପରେ ୩ଟି ମ୍ୟାଚରେ ପାଇଁ ୫ଟି ଲେଖାଏଁ ଓ୍ବିକେଟ ନେବାରେ ରେକର୍ଡ କରିଛନ୍ତି ସାମି । ସେପଟେ ସାମିଙ୍କ ସୁନାମି ପାଇଁ ଟିମ୍ ଇଣ୍ଡିଆ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ।
ତେବେ ଆଜିର ମ୍ୟାଚ୍ରେ ମହମ୍ମଦ ସାମି ୭ଟି ଓ୍ବିକେଟ ନେଇଛନ୍ତି । ଏପରିକି ଆଜି କେନ ଓ୍ବିଲିୟମସନଙ୍କ ଓ୍ବିକେଟ ନେବା ମାତ୍ରେ ବିଶାଳ ରେକର୍ଡର ଅଧିକାରୀ ହୋଇଥିଲେ ମହମ୍ମଦ ସାମି । ଦ୍ରୁତତମ ୫୦ ଓ୍ବିକେଟ ନେବା ମାମଲାରେ ମହମ୍ମଦ ସାମି ରେକର୍ଡ କରିଛନ୍ତି । ପ୍ରଥମ ଭାରତୀୟ ବୋଲର ଭାବେ ବିଶ୍ବକପରେ ୫୦ ଓ୍ବିକେଟ ନେବାରେ ଏକମାତ୍ର ବୋଲର ହୋଇଛନ୍ତି ମହମ୍ମଦ ସାମି । ତେବେ ସେ ୭୯୫ ବଲରେ ଏହି ରେକର୍ଡ କରିଥିବା ବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇ ଦେଇଛନ୍ତି । ମିଚେଲ ଷ୍ଟାର୍କ ୯୪୧ ବଲରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ ।