ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଅଧରାତିରେ ରାଫାହରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୫୦ରୁ ଅଧିକ ମୃତ

Published By : Sushanta Sahu | February 12, 2024 1:36 PM

ନୂଆଦିଲ୍ଲୀ, ୧୨/୦୨: ଦକ୍ଷିଣ ଗାଜାର ରାଫାହରେ ସୋମବାର ଘନ ଘନ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ସୋମବାର ବିଳମ୍ବିତ ରାତିରେ ରାଫାହରେ ହୋଇଥିବା ଏୟାରଷ୍ଟ୍ରାଇକରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି । 

ହମାସର ଦାବି ଅନୁସାରେ, ଏୟାରଷ୍ଟ୍ରାଇକ୍ ଦ୍ୱାରା ବିପୁଳ କ୍ଷତିଗ୍ରସ୍ତ ହୋଇଛି ରାଫାହ ସହର । ଏବେ ଗାଜାର ଜନସଂଖ୍ୟାର ଅଧା ଘର ରାଫାହରେ ଧ୍ୱଂସ ହୋଇଛି । ଅନେକ ଶରଣାର୍ଥୀ ଶିବିର କ୍ଷତିଗ୍ରସ୍ତ ହୋଇଥିବା ହମାସ୍ ଦାବି କରିଛି । ୧୪ଟି ଆବାସିକ କୋଠା ସହ ୩ ମସଜିଦ୍ ଧ୍ୱଂସ ହୋଇ ଯାଇଛି ।

ହମାସର ଦାବି ପରେ ଆକ୍ରମଣ ନେଇ ପ୍ରତିକ୍ରିୟା ରଖିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ସିରିଜ୍ ଆକ୍ରମଣକୁ ଇସ୍ରାଏଲ୍ ଟେରର୍ ଟାର୍ଗେଟ୍ ବୋଲି ଅଭିହିତ କରିଛି । ସେନା ଆହୁରି କହିଛି, ଆକ୍ରମଣ ସରିଛି । ଆମେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛୁ ।

ଏହା ପୂର୍ବରୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସେନାକୁ କହିଥିଲେ ରାଫାହରେ ଗ୍ରାଉଣ୍ଡ ଅପରେସନ୍ ଲାଗି ପ୍ରସ୍ତୁତ ରୁହ । ଯାହାକି ଗାଜାର ସବୁଠୁ ଜନଗହଳିପୂର୍ଣ୍ଣ ଅଞ୍ଚଳ । ଗତବର୍ଷ ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପର ଠାରୁ ଇସ୍ରାଏଲ୍ ସେନା ରାଫାହରେ ପଶି ନଥିଲା । 

ଏବେ ରାଫାହର ସ୍ଥିତି ଭୟଙ୍କର ରହିଛି । ପ୍ରାୟ ୧.୪ ମିଲିୟନ୍ ଫିଲିସ୍ତୀନ ନାଗରିକ ରାଫାହରେ ଶରଣ ନେଇଛନ୍ତି । ଅଧିକାଂଶ ଲୋକ ଟେଣ୍ଟ ତଳେ ରହିଥିବା ବେଳେ ଖାଦ୍ୟ, ପାନୀୟ ଏବଂ ଔଷଧର ଅଭାବ ଲାଗି ରହିଛି । ଏବେ ପୁଣି ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ବଢ଼ାଇ ଦେଇଛି ଦୁଃଖ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.