ପ୍ରମୁଖ ଖବର
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପୁରୁଣା ଜେଲ୍ ରୋଡରେ ବହୁତଳ ପାର୍କିଂ ଉଦଘାଟିତ, ଥରକେ ରଖି ହେବ ହଜାରେ ଗାଡ଼ି

ପୁରୀ, ୦୧/୧୨: ଲୋକାର୍ପିତ ହୋଇଛି ପୁରୀ ପୁରୁଣା ଜେଲ ରୋଡରେ ନବନିର୍ମିତ ବହୁତଳ ଗାଡ଼ି ପାର୍କିଂ । ଅବଢ଼ା ଯୋଜନାରେ ପ୍ରାୟ ୬୭.୬୩ କୋଟି ଟଙ୍କା ବ୍ୟୟରେ ଏହି ବହୁତମ ଗାଡ଼ି ପାର୍କିଂ ସ୍ଥଳ ନିର୍ମିତ ହୋଇଛି । ଯେଉଁଠି ୫୦୦ ଚାରି ଚକିଆ, ତିନି ଚକିଆ ଯାନ ସହ ୫୦୦ ୨ ଚକିଆ ରଖି ହେବ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ: ୪୯ ସ୍ଥାନର ନିଆଗଲା ୩ଡି ଫଟୋ, ଡାଟାଗୁଡ଼ିକର କରାଯିବ ଅନାଲିସିସ୍‌

ଶୁକ୍ରବାର ଏହି ବହୁତଳ ପାର୍କିଂକୁ ପୁରୀ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ ଉଦଘାଟନ କରିଛନ୍ତି । ୪ ଚକିଆ ଯାନ ପାଇଁ ପାର୍କିଂ ଦେୟ ୫୦ ଟଙ୍କା, ୩ ଚକିଆ ପାଇଁ ୩୦ ଟଙ୍କା, ୨ ଚକିଆ ପାଇଁ ୨୦ ଟଙ୍କା ରଖାଯାଇଛି । ୪ ଘଣ୍ଟାରୁ ଅଧିକ ସମୟ ପାଇଁ ଗାଡ଼ି ରଖିଲେ ଯଥାକ୍ରମେ ୧୦ ଟଙ୍କା, ୭ ଟଙ୍କା, ୫ ଟଙ୍କା ଅଧିକ ଦେୟ ଦେବାକୁ ପଡ଼ିବ ।

ପ୍ରାୟ ୩ ଏକର ଜମିରେ ନିର୍ମିତ ବହୁତଳ ପାର୍କିଂରେ ପ୍ରାୟ ୨୭୦ଟି ଦୋକାନ ଘର ରହିଛି । ପୂରା ପାର୍କିଂ ଓ ଦୋକାନ ଘର ବିଲ୍ଡିଂକୁ ସେଣ୍ଟ୍ରାଲ୍ ଏସି କରାଯାଇଛି । ବିଦ୍ୟୁତ୍ ସହ ସୋଲାର ଓ ଡିଜି ସେଟ ସଂଯୋଗ ହୋଇଛି । ଆଜି ପାର୍କିଂ ଉଦଘାଟିତ ହୋଇଥିବା ବେଳେ ଦୋକାନ ଘର ଉଦଘାଟନ ହୋଇନି । ପିକେଡିଏ ଓ ଭୁବନେଶ୍ୱର ୟୁଟେକ୍ ସର୍ଭିସ୍ ପାର୍କିଂର ପରିଚାଳନା, ସୁରକ୍ଷା, ସଫେଇ ଦାୟିତ୍ୱ ନେଇଛନ୍ତି ।

ନିମାପଡ଼ାରେ ହେଟାବାଘ ଆତଙ୍କ, ସ୍ଥାନୀୟ ଲୋକେ ଭୟଭୀତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.