ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଁ ରାସ୍ତାରେ ହେଲେ ବି ଅଭିନୟ କରିପାରିବି : ନବାଜୁଦ୍ଦିନ ସିଦ୍ଦିକ

ନୂଆଦିଲ୍ଲୀ,୨୮/୧ : ନବାଜୁଦ୍ଦିନ ସିଦ୍ଦିକ ଇଣ୍ଡଷ୍ଟ୍ରିରେ ଜଣେ ଦମଦାର୍ ଅଭିନେତା ଭାବେ ଜଣାଶୁଣା । କିନ୍ତୁ ଏହି ଟ୍ୟାଲେଣ୍ଟ ପରଦାରେ ଚମକିବା ପାଇଁ ଏକ ଲମ୍ବା ସମୟ ଏବଂ ବହୁତ କଡ଼ା ସଂଘର୍ଷ ଭିତର ଦେଇ ଯିବାକୁ ପଡ଼ିଥିଲା । ‘ଶୁଲ’ ଏବଂ ‘ସରଫରୋଶ’ ଭଳି କେତେକ ଫିଲ୍ମରେ ବହୁତ ଛୋଟଛୋଟ ଭୂମିକା ନିଭାଇ ସାରିଥିବା ନବାଜୁଦ୍ଦିନଙ୍କୁ ୨୦୧୨ରେ ‘କହାନୀ’ ଏବଂ ‘ଗ୍ୟାଙ୍ଗ୍ସ ଅଫ ବାସେପୁର’ ଭଳି ଫିଲ୍ମରୁ ଲୋକେ ତାଙ୍କୁ ଚିହ୍ନିବାକୁ ଲାଗିଲେ ।

ଏକ ସାକ୍ଷାତକାରରେ ନବାଜୁଦ୍ଦିନ ସିଦ୍ଦିକ କହିଛନ୍ତି କି, କେବେ ଭାବି ନ ଥିଲେ କି ସେ ଅଭିନୟ କରିପାରିବେ । ନବାଜ ଏହା ବି କହିଛନ୍ତି କି ଯେତେବେଳେ ସେ ସଫଳତା ପାଇନଥିଲେ ସେତେବେଳେ ସେ ଖନେଇ ଖନେଇ କଥା ହେବାର ମଧ୍ୟ ସମସ୍ୟା ଥିଲା ମାତ୍ର ସଫଳତା ପାଇବା ପରେ ତାହା ପଳେଇଲା । କିନ୍ତୁ ଏବେ ବି କେବେକେବେ ରାଗ ହେଲେ ଏହି ସମସ୍ୟା ପଳାଇ ଆ‌ସେ । 

ସେ କହିଛନ୍ତି କି, ତାଙ୍କୁ ଅଭିନୟ କରିବାକୁ ଭଲ ଲାଗେ, କିନ୍ତୁ ସେ କେବେ କାହାକୁ କାମ ମାଗିବାକୁ ଯାଇପାରିବେ ନାହିଁ । ମୋ ପାଖରେ କାଲି ଯଦି ବି କୌଣସି କାମ ନ ରହିବ ତେବେ ବି‌ ମୁଁ ଯାଇ କେଉଁଠି କାମ ମାଗିବି ନାହିଁ। ଅଭିନୟ କରିବା ଜରୁରୀ । ନାଁ କେବେଳ ଫିଲ୍ମରେ କରିବା । ମୁଁ ରାସ୍ତାରେ ବି କାମ କରି ନେବି, ଟ୍ରେନରେ ବି କରିବି, ବସ୍ ଉପରେ ବି କରିବି । ନବାଜୁଦ୍ଦିନ ଶେଷ ଥର ଲାଗି ସଂକ୍ରାନ୍ତିରେ ରିଲିଜ ହୋଇଥିବା ଫିଲ୍ମ ‘ସ୍ୟାଂଘବ’ରେ ଭିଲେନ ଭୂମିକାରେ ନଜର ଆସିଥିଲେ । ଖୁବଶୀଘ୍ର ସେ ଅରବାଜ ଖାନ ଏବଂ ରେଜିନା କସାଂଡ୍ରାଙ୍କ ସହ ଫିଲ୍ମ ‘ସେକ୍ସନ ୧୦୮ରେ ନଜର ଆସିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.