ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଟିକିରିରେ ନୂତନ ବ୍ଲକ ପୁନର୍ଗଠନ ନେଇ ବୈଠକ

କାଶୀପୁର , ୫।୧୧ : କାଶୀପୁର ବ୍ଲକ ଟିକିରି ଠାରେ ନୂତନ ଏକ ବ୍ଲକ ଗଠନ ନେଇ ସ୍ଥାନୀୟ ଟିକିରି ସ୍ଥିତ ହନୁମାନ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀଙ୍କ ଆବାହନ କ୍ରମେଆୟୋଜିତ ଏହିବୈଠକରେ ପୂର୍ବତନ ସରପଞ୍ଚ ସାନ୍ଧୁ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ ।

ଟିକିରି ଠାରେ ପ୍ରସ୍ତାବିତ ବ୍ଲକ ଏବଂ କାଶୀପୁର ରେ ସବ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ନେଇଆଲୋଚନା ହୋଇଥିଲା ।ଏଥିରେ ଟିକିରି ପଞ୍ଚାୟତର ସରପଞ୍ଚ ଙ୍କ ସହିତ ନକଟି ଗୁଡ଼ା, ସିରି ପାଇ,ଭଳି ବିଭିନ୍ନ ପଞ୍ଚାୟତ ର ସରପଞ୍ଚଙ୍କ ସହିତ ୱାର୍ଡ ସଭ୍ୟ ପ୍ରମୁଖ ପଞ୍ଚାୟତ ପ୍ରତିନିଧି ଏବଂ ବିଭିନ୍ନ ଗ୍ରାମର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

କାଶୀପୁର ବ୍ଲକ ର ୨୪ ଟି ପଞ୍ଚାୟତ ମଧ୍ୟରୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ କୋଡ଼ି ପାରି, ଡଙ୍ଗାସିଲ, କୁଚେଇ ପଦର, ହାଡ଼ି ଗୁଡ଼ା,ନକଟି ଗୁଡ଼ା, ପୋଡା ପାଡ଼ି,ଦୁଦୁକା ବାହାଲ, ଗୋରଖ ପୁର, ଶଙ୍କରଡ଼ା, ଶିରିପାଇ ଏବଂ ଟିକିରି ପଞ୍ଚାୟତ କୁ ନେଇନୂତନ ବ୍ଲକଗଠନ ନେଇ ଆଲୋଚନା କରାଯାଇଥିଲା ।ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ଜିଲ୍ଲା ପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ପଞ୍ଚାୟତ ରାଜ ମନ୍ତ୍ରୀ, ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ ନେଇ ନିଷ୍ପତ୍ତି ନିଆ ଯାଇଥିଲା ।

ଏଥିରେ ନକଟି ଗୁଡ଼ା ପଞ୍ଚାୟତ ସରପଞ୍ଚ ଭଗବାନ ମାଝୀ, ଶିରି ପାଇ ସରପଞ୍ଚ*ସହିତ ଶିବ ରାମ ମାଝୀ, ଜିଜରୁ ମାଝୀ, ଅମିନ ମାଝୀ, ସଦନ ମାଝୀ ଙ୍କ ସହିତ ବିଦ୍ୟାଧର ଦୁରିଆ, ଗୌରାଙ୍ଗ ସାହୁ, ବିଜୟ ରତ୍ନ ଚୌଧୁରୀ, ମୁନା ବେହେରା, ମୁକୁନ୍ଦ ବିଶୋଇ, ସୁମନ୍ତ ନାଏକ, ସନ୍ତୋଷ ମହାନ୍ତି, ରେଙ୍ଗୁ ନାଏକ ଉପସ୍ଥିତ ଥିଲେ।

 

Copyright © 2022 - Summa Real Media Private Limited. All Rights Reserved.