ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପ୍ରଶିକ୍ଷଣ ଶିବିରରେ ସ୍ୱାଧୀନ ବିଧାୟକ ମକରନ୍ଦ: ରାୟଗଡ଼ା ବିଜେଡିରେ ନୂଆ ସମୀକରଣ!

Published By : Prameya | November 30, 2023 2:53 PM

ରାୟଗଡ଼ା,୩୦/୧୧: ଜିଲ୍ଲା ବିଜେଡି ରାଜନୀତି କେତେବେଳେ କେଉଁ ମୋଡ଼ ନେଉଛି, ଠଉରାଇବା ଏବେ କର୍ମୀଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ବରିଷ୍ଠ ନେତାଏଁ ବି ଦ୍ୱନ୍ଦ୍ୱରେ ରହୁଛନ୍ତି । ଯାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ଦିନକ ତଳେ ଆୟୋଜିତ ବିଜେଡି ପ୍ରଶିକ୍ଷଣ ଶିବିରରେ । ଏଥିରେ ଯୋଗ ଦେଇଥିଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି । ରାଜ୍ୟର ଏକମାତ୍ର ସ୍ୱାଧୀନ ପ୍ରର୍ଥୀ ଭାବେ ଜିତିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜେଡିକୁ ସେ ସମର୍ଥନ ଦେଇ ଆସୁଥିଲେ । ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଇନଥିଲେ ବି ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଥିଲେ । ଅଥଚ କେବେ ହେଲେ କର୍ମୀ ସମ୍ମିଳନୀରେ ସାମିଲ ହୋଇନଥିଲେ । 

ଏବେ ସବୁ ଆଲୋଚନାକୁ ପଛରେ ପକାଇ ମଙ୍ଗଳବାର ଖୋଲାଖୋଲି ବିଜେଡି ପ୍ରଶିକ୍ଷଣ ଶିବିରରେ ସାମିଲ ହେବା ଓ ମଞ୍ଚ ଉପରେ ରହିବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଏହି ଶିବିର କେବଳ ଦଳର ସକ୍ରିୟ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଆୟୋଜିତ ହୋଇଥିଲା । ଆଲୋଚନା ହେଉଛି, ଏଥର ମକରନ୍ଦ ବିଜେଡିରୁ ଟିକଟ ଦାବି କରିପାରନ୍ତି । ଦଳୀୟ ରାଜନୀତିରେ ସୃଷ୍ଟି ହୋଇପାରେ ନୂଆ ସମୀକରଣ ।  

ଦଳର ଗୋଟିଏ ଗୋଷ୍ଠୀ ମକରନ୍ଦଙ୍କୁ ପ୍ରାର୍ଥୀ କରିବାକୁ ଲାଗିପଡ଼ିଛି । ଅନ୍ୟ ଏକ ଗୋଷ୍ଠୀ ଏସ୍‌ଡିସି ଅଧ୍ୟକ୍ଷା ଅନସୂୟା ମାଝୀଙ୍କ ସପକ୍ଷରେ ସ୍ୱର ଉଠାଉଛନ୍ତି । ଖୋଦ୍‌ ଅନସୂୟା ବି ନିଜ ଇଚ୍ଛା ପ୍ରକଟ କରିଛନ୍ତି । ଏସବୁ ଭିତରେ ଦଳର ବରିଷ୍ଠ ତଥା ବଡ଼ ଗୋଷ୍ଠୀ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କୁ ପ୍ରାର୍ଥୀ କରିବା ଲାଗି ହାଇକମାଣ୍ଡଙ୍କୁ ଜଣାଇସାରିଛି । ଗଙ୍ଗାଧର ଓ ଅନସୂୟାଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ମକରନ୍ଦଙ୍କ ହଠାତ ପ୍ରବେଶ ପାଣିପାଗକୁ ବଦଳାଇ ଦେଇଛି । ବିଧାୟକ ହେବା ପରେ ବହୁବାର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ମକରନ୍ଦ । ବିଭିନ୍ନ ସଭା ସମିତିରେ ଖୋଲାଖୋଲି ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ଏମିତିରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ନାହାନ୍ତି । ତଥାପି ଦଳୀୟ ଟିକଟ ପାଇଁ କିଭଳି ଆଶାବାଦୀ ଅଛନ୍ତି ବୋଲି ପ୍ରଶ୍ନ ଉଠିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.