ନୂଆଦିଲ୍ଲୀ : କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ( ୨୪ ଫେବ୍ରୁଆରୀ)ରେ ଆମ୍ ଲୋକଙ୍କ ସହ ବସି ମୁମ୍ୱାଇର ଘାଟକୋପରରୁ ପଡ଼ୋଶୀ ଠାଣେ ଜିଲ୍ଲାରେ କଲ୍ୟାଣ ଷ୍ଟେସନ ଯାଏ, ଏକ ଲୋକାଲ ଟ୍ରେନ୍ରେ ଯାତ୍ରା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମୁମ୍ୱାଇ ମହାନଗର ଅଞ୍ଚଳର ଲାଇଫ୍ ଲାଇନ୍ କୁହାଯାଉଥିବା ଲୋକାଲ ଟ୍ରେନ୍ରେ କରିଥିବା ନିଜ ଯାତ୍ରାର କିଛି ଫଟୋ ମଧ୍ୟ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଲୋକେ ସୀତାରମଣଙ୍କ ସହ କଥାବାର୍ତ୍ତା ହେଉଥିବାର ନଜର ଆସୁଛି।
କୁହାଯାଉଛି କି, କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୩୦ ମିନିଟ୍ ଯାଏ ମେଟ୍ରୋରେ ଯାତ୍ରା କରିଛନ୍ତି ଏବଂ ସାଧାରଣ ଲୋକଙ୍କ ସହ କଥା ହୋଇ ସେମାନଙ୍କ ମନର ଇଚ୍ଛାକୁ ଜାଣିବାକୁ ଚେଷ୍ଟା କରିଛନ୍ତି। ବିଶେଷ କଥା ଏହାକି, ମୁମ୍ୱାଇର ଲୋକାଲ ଟ୍ରେନ୍ ମାଧ୍ୟମରେ ପ୍ରତିଦିନ ୬୦ ଲକ୍ଷରୁ ଅଧିକ ଲୋକେ ପ୍ରତିଦିନ ଯାତ୍ରା କରିଥା'ନ୍ତି। ଏସବୁ ମଧ୍ୟରେ ଆଜି ଯେଉଁ ଅନ୍ଦାଜରେ ନିର୍ମଳା ସୀତାରମଣ ଯାତ୍ରା କରିଛନ୍ତି ,ତାହା ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛି। ନିଜର ଯାତ୍ରା ବେଳେ ନିର୍ମଳା ସୀତାରମଣ ଅଫିସ ଯାଉଥିବା ଯୁବ ବର୍ଗ ଓ ଛାତ୍ରଛାତ୍ରୀଙ୍କ ସହ ସେ ସେଲ୍ଫି ମଧ୍ୟ ଉଠାଇଛନ୍ତି।
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଲୋକାଲ ଟ୍ରେନ୍ରେ ଯାତ୍ରାକୁ ନେଇ ତାଙ୍କର ଅଫିସିଆଲି ଟ୍ୱିଟର ହ୍ୟାଣ୍ଡେଲରୁ ଫଟୋ ମଧ୍ୟ ସେୟାର କରାଯାଇଛି। ଟ୍ୱିଟ୍ରେ ଲେଖା ଯାଇଛି, କେନ୍ଦ୍ରୀୟ ପଞ୍ଚାୟତିରାଜ ରାଜ୍ୟ ମନ୍ତ୍ରୀ କପିଲ ପାଟିଲ କଲ୍ୟାଣ ରେଲୱେ ଷ୍ଟେସନ ପହଞ୍ଚିବାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ସ୍ୱାଗତ କରିଥିଲେ।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନେକ ସମୟରେ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଯାତ୍ରା କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରି ସାରିଛନ୍ତି। ଗତ ବର୍ଷ ମୁମ୍ୱାଇ ମେଟ୍ରୋରେ କିଛି ନୂଆ ସେବାର ଉଦ୍ଘାଟନ କରିବା ପରେ ପିଏମ୍ ମୋଦି ଗୁଣ୍ଡାଭଲି ଓ ମୋଗରା ଷ୍ଟେସନ ମଧ୍ୟରେ ମେଟ୍ରୋରେ ଯାତ୍ରା କରିଥିଲେ। ଏବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ମଧ୍ୟ ଏହିପରି ଯାତ୍ରା କରିଛନ୍ତି ।