ମୁମ୍ୱାଇ : ଡାଇରେକ୍ଟର ନିତେଶ ତିୱାରୀଙ୍କର ରାମାୟଣକୁ ନେଇ ଏହି ସମୟରେ ଖୁବ୍ ଚର୍ଚ୍ଚା ଲାଗି ରହିଛି। ଫିଲ୍ମର ଅନେକ କଳାକାରଙ୍କ ନାଁ ସାମନାକୁ ଆସି ସାରିଛି , ଯେଉଁମାନେ କି ପ୍ରମୁଖ ରୋଲ୍ରେ ଅଛନ୍ତି। ଏବେସୁଦ୍ଧା ମେକର୍ସ ଏହାର ଅଫିସିଆଲି ଘୋଷଣା କରି ନାହାନ୍ତି , କିନ୍ତୁ ଅନୁମାନ କି , ଖୁବ୍ ଶୀଘ୍ର ସେମାନେ ଫିଲ୍ମର ଘୋଷଣା କରି ପାରନ୍ତି। ରାମାୟଣକୁ ନେଇ ଲାଟେଷ୍ଟ ଆପଡେଟ୍ କି ନିତେଶ ତିୱାରୀ ଶୁଟିଂ ପାଇଁ ପ୍ରସ୍ତୁତ। ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚରେ ଫ୍ଲୋରକୁ ଆସିବ। ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ସାଇ ପଲ୍ଲବୀ ସୀତା ହେବେ ଏବଂ କେଜିଏଫ୍ ଫେମ୍ ୟଶ ରାବଣର ଚରିତ୍ରରେ ଦେଖାଯିବେ।
‘ରାମାୟଣ’ର ଶୁଟିଂ ମୁମ୍ୱାଇ ଓ ଲଣ୍ଡନରେ ହେବ। ଟାଇମ୍ସ ଅଫ୍ ଇଣ୍ଡିଆ ନିଜର ଏକ ରିପୋର୍ଟରେ ସୂତ୍ରାନୁସାରେ କହିଛି କି, ରଣବୀର କପୁର ମୁମ୍ୱାଇରେ ୬୦ ଦିନର ଶୁଟିଂ କରିବେ। ଏହାପରେ ମେକର୍ସ ଲଣ୍ଡନ ଯିବେ , ଯେଉଁଠି ଲଙ୍କାର କିଛି ଭାଗ ଶୁଟ୍ କରାଯିବ। ସେଠାରେ ମଧ୍ୟ ପାଖାପାଖି ୬୦ ଦିନର ଶୁଟିଂ ସମୟ ରହିବ। ଲଣ୍ଡନରେ ରଣବୀରଙ୍କ ସହ ୟଶ୍ ଯୋଗ ଦେବେ।
ରିପୋର୍ଟ ମୁତାବିକ , ରଣବୀର କପୁର ଫିଲ୍ମର ଶୁଟିଂ ପାଇଁ ନିଶାପାନ ଓ ମାଂସ ଖାଇବାକୁ ଛାଡ଼ି ଦେଇଛନ୍ତି। ଏମିତି କି ସେ ଲେଟ୍ ନାଇଟ୍ ପାର୍ଟିଂକୁ ମଧ୍ୟ ଯାଉ ନାହାନ୍ତି। ଭଗବାନ ରାମଙ୍କ ଏହି ଚରିତ୍ରକୁ କରିବାକୁ ସେ ଏମିତି କରୁଛନ୍ତି ,ଯେଉଁଥିରେ ସେ ନିଜ ଭିତରେ ଆଧ୍ୟାତ୍ମିକତା ଆଣି ପାରିବେ।
ରାମାୟଣରେ ହନୁମାନର ରୋଲ୍ ସନି ଦେଓଲଙ୍କୁ ଦେବାର ପାଖାପାଖି ସ୍ଥିର ହୋଇଛି। ଗଦର-୨ର ସଫଳତା ପରେ ନିତେଶ ତିୱାରୀ ତାଙ୍କୁ ଉକ୍ତ ରୋଲ୍ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ ଏହି ଚଳିତ ବର୍ଷ ମଇ ମାସରେ ଫିଲ୍ମର ଶୁଟିଂ କରି ପାରନ୍ତି। ତାଙ୍କ ବ୍ୟତୀତ ଲାରା ଦତ୍ତଙ୍କୁ କୈକେୟୀଙ୍କ ରୋଲ୍ ଅଫର ହୋଇଛି। ବିଜୟ ସେତୁପତିଙ୍କୁ ବିଭୀଷଣଙ୍କର ରୋଲ୍ ନେଇ କଥାବାର୍ତ୍ତା ଚାଲିଛି। ସବୁକିଛି ଠିକ୍ ହେଲେ ବବି ଦେଓଲ କୁମ୍ଭକର୍ଣ୍ଣ ରୋଲ୍ କରି ପାରନ୍ତି। ମେକରଙ୍କର ଯୋଜନା କି ରାମାୟଣକୁ ୨୦୨୫ର ଶେଷ ଆଡ଼କୁ ରିଲିଜ୍ କରାଯିବ।