ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଦିନିକିଆ ବିଶ୍ୱକପ୍‌-୨୦୨୩: ଇଡେନ ଗାର୍ଡେନ୍ସରେ ପାକିସ୍ତାନ- ଇଂଲଣ୍ଡ ଫାଇଟ୍, ସବୁ ଶକ୍ତି ଖଟାଇବ ବାବର ବାହିନୀ

କୋଲକାତା ୧୧/୧୧: ଚଳିତ ବିଶ୍ୱକପ୍‌ରେ ଶନିବାର ଲିଗ୍‌ ପର୍ଯ୍ୟାୟର ବହୁ ଚର୍ଚ୍ଚିତ ମୁକାବିଲା ରହିଛି । ପାକିସ୍ତାନ ଓ ଇଂଲଣ୍ଡ ଇଡେନ ଗାର୍ଡେନ୍ସରେ ପରସ୍ପରକୁ ଭେଟିବେ । ରାସ୍ତା କଠିନ ଥିଲେ ହେଁ ଏହି ମ୍ୟାଚ୍‌  ପାକିସ୍ତାନକୁ ସେମି ଫାଇନାଲ୍‌ରେ ପହଞ୍ଚାଇ ପାରିବ । ସେମି ଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଅତି କମ୍‌ରେ ୨୮୭ ରନରେ ବିଜୟ ହାସଲ କରିବାକୁ ପଡ଼ିବ । ଏତେ ବଡ଼ ବ୍ୟବଧାନରେ ବିଜୟ ଏକ ପ୍ରକାର ଅସମ୍ଭବ ମନେ ହେଉଥିଲେ ହେଁ  ପାକିସ୍ତାନ ସବୁ ଶକ୍ତି ଲଗାଇବାକୁ ପ୍ରସ୍ତୁତ ଥିବା ଅଧିନାୟକ ବାବର ଆଜମ ପ୍ରକାଶ କରିଛନ୍ତି । ଇଂଲଣ୍ଡ ସେମି ଦୌଡ଼ରୁ ବାଦ ପଡ଼ି ସାରିଛି । କେବଳ ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା  ଅର୍ଜନ କରିବାକୁ ଦଳ ଲକ୍ଷ୍ୟ ରଖିଛି ।  

କେବଳ ଐଶ୍ୱରୀୟ ଶକ୍ତି  ହିଁ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ କରିପାରିବ । ଉକ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କଲେ ଇଂଲଣ୍ଡକୁ ଅତି କମ୍‌ରେ ୨୮୭ ରନ୍‌ ବ୍ୟବଧାନରେ ହରାଇବାକୁ ହେବ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କଲେ ପାକିସ୍ତାନର ସେମି ଆଶା ଧୂଳିସାତ୍‌ ହୋଇଯିବ । ଇଂଲଣ୍ଡକୁ ୫୦ରେ ଅଲ୍‌ ଆଉଟ୍‌ କରି ୨ଓଭରରେ ଲକ୍ଷ୍ୟ ହାସଲ  କରିବ । ୧୦୦ରନ୍‌ରେ ଅଲ୍‌ ଆଉଟ୍‌  କଲେ ୩ଓଭରରେ ଲକ୍ଷ୍ୟ ହାସଲ  କରିବ କିମ୍ବା ୧୫୦ ରନ୍‌ରେ ଅଲ୍‌  ଆଉଟ୍‌ କଲେ ୩.୪ଓଭରରେ ମ୍ୟାଚ୍‌ ଜିତିବାକୁ ହେବ । ଏହା ସମ୍ଭବ ହେଲେ ପାକିସ୍ତାନ ରନ୍‌ ରେଟ୍‌ରେ ନ୍ୟୁଜିଲାଣ୍ଡକୁ  ପଛରେ ପକାଇବ ।  

ସେମିରେ ପ୍ରବେଶ କରିବା ପାଇଁ  ଆଉ କିଛି ପରିସଂଖ୍ୟାନ ରହିଛି ।  ପାକିସ୍ତାନ ପ୍ରଥମେ ବ୍ୟାଟିଂ କଲେ ୩୦୦  ରନ୍‌ ସଂଗ୍ରହ କରିବ ଓ ଇଂଲଣ୍ଡକୁ ୧୩  ରନ୍‌ରେ ଅଲ୍‌ ଆଉଟ୍‌ କରିବ । ୪୦୦  ରନ୍‌ କଲେ ଇଂଲଣ୍ଡକୁ ୧୧୨ରନ୍‌ରେ  ଅଲ୍‌ ଆଉଟ କରିବାକୁ ହେବ । ୪୫୦  ରନ୍‌ କଲେ ୧୬୨ ରନ୍‌ ଓ ୫୦୦  ରନ୍‌ କଲେ ଇଂଲଣ୍ଡ ୨୧୧ ରନ୍‌ରେ  ଅଟକାଇବାକୁ ହେବ ।  

ଫଖାର ଜମାନ ଭରସା: ଓପନିଂ ବ୍ୟାଟର ଫଖାର ଜମାନଙ୍କ  ଠାରୁ ଦଳ ବିଶାଳ ଇନିଂସ ଆଶା  ରଖିଥିବା ସାମ୍ବାଦିକ ସମ୍ମିଳନୀରେ  ବାବର ପ୍ରକାଶ କରିଛନ୍ତି । ସେ କହିଛନ୍ତି  ଫଖାର ୨୦/୩୦ ଓଭର କ୍ରିଜ୍‌ରେ ଜମି  ରହିଲେ ୪୦୦ରୁ ଊଦ୍ଧ୍ୱର୍ ସ୍କୋର ସଂଗ୍ରହ  କରିବାରେ କଷ୍ଟ ହେବ ନାହିଁ । ଗତ  ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ  ଜମାନ ଧୂଆଁଧାର ଶତକ ଅର୍ଜନ  କରିଥିଲେ । 

ଷ୍ଟୋକ୍ସଙ୍କ ଉପରେ ନଜର:  ବିଶ୍ୱକପ୍‌ରୁ ବିଦାୟ ନେବା ପୂର୍ବରୁ  ଫର୍ମକୁ ଫେରିଛନ୍ତି ଅଲ୍‌ରାଉଣ୍ଡର  ବେନ ଷ୍ଟୋକ୍ସ । ଗତ ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ସେ ଶତକ ଅର୍ଜନ  କରିଥିଲେ । ଶନିବାର ତାଙ୍କ ବ୍ୟାଟ୍‌ରୁ  ଏକ ଉପଯୋଗୀ ଇନିଂସ ଦେଖିବାକୁ  ମିଳିବ । ଜୋସ ବଟଲର ଫର୍ମକୁ  ଫେରିଲେ ଇଂଲଣ୍ଡକୁ ବିଜୟରୁ କେହି  ଅଟକାଇ ପାରିବେନାହିଁ । ସେ ଆଉ  ୬୬ ରନ୍‌ କଲେ ଦିନିକିଆରେ ୫୦୦୦  ରନ ପୂରଣ କରିବେ । 

୨୦୧୫ ବିଶ୍ୱକପ୍‌ ପରେ ଉଭୟ ଦଳ ଦିନିକିଆରେ ପରସ୍ପରକୁ ୧୮ଥର  ଭେଟିଛନ୍ତି । ଏଥିରୁ ଇଂଲଣ୍ଡ ୧୪ଟି  ମ୍ୟାଚ୍‌ ଜିତିଛି । ମାତ୍ର ବିଶ୍ୱକପ୍‌ରେ  ପାକିସ୍ତାନର ରେକର୍ଡ ଉନ୍ନତ ରହିଛି ।  ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ  ୧୦ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ  ୫ଟି ମ୍ୟାଚ୍‌ ଜିତିଥିବାବେଳେ ଇଂଲଣ୍ଡ  ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।  

ଇଡେନ ଗାର୍ଡେନ୍ସ ପିଚ୍‌କୁ ଆଦର୍ଶ ମାନ୍ୟତା ମିଳିପାରିବ । ବିଶ୍ୱକପ୍‌ ପାଇଁ  ପ୍ରସ୍ତୁତ ପିଚ୍‌ ସବୁ ବିଭାଗକୁ ସହାୟତା  କରୁଥିବା ଦେଖିବାକୁ ମିଳିଛି । ଉଭୟ  ପେସ୍‌ ବୋଲର ଓ ସ୍ପିନର ପିଚ୍‌ର  ଫାଇଦା ଉଠାଇ ପାରିବେ । ଟସ୍‌ ବିଜୟୀ  ଦଳ ବ୍ୟାଟିଂ କରିବା ନିଶ୍ଚିତ । 

-: ସମ୍ଭାବ୍ୟ ଦଳ :- 

ପାକିସ୍ତାନ: ଫଖାର ଜମାନ, ଅବଦୁଲ୍ଲା  ଶଫିକ, ବାବର ଆଜମ(ଅଧିନାୟକ)  ମହମ୍ମଦ ରିଜୱାନ, ସୌଦ ସକିଲ,  ଇଫତିଖର ଅହମ୍ମଦ, ଆଘା ସଲମାନ,  ହାସାନ ଅଲି, ମହମ୍ମଦ ୱାସିମ, ସହିନ  ଆଫ୍ରିଦି, ହ୍ୟାରିସ ରୌଫ । 

ଇଂଲଣ୍ଡ: ଜନି ବେୟାରଷ୍ଟୋ,  ଦାୱିଦ ମଲାନ, ଜୋ ରୁଟ୍‌, ବେନ  ଷ୍ଟୋକ୍ସ, ହ୍ୟାରୀ ବ୍ରୁକ୍‌, ଜୋସ  ବଟଲର(ଅଧିନାୟକ), ମୋଇନ  ଅଲି, କ୍ରିସ ୱକ୍ସ, ଡେଭିଡ୍‌ ୱିଲି, ଗସ  ଆଟକିନସନ, ଆଦିଲ ରସିଦ ।

Copyright © 2022 - Summa Real Media Private Limited. All Rights Reserved.