ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଦିନିକିଆ ବିଶ୍ୱକପ୍‌-୨୦୨୩: ସୁପର ସଣ୍ଡେରେ ହାଇଭୋଲଟେଜ୍‌ ଟକ୍କର, ଦ.ଆଫ୍ରିକା ବ୍ୟାଟିଂ- ଭାରତର ବୋଲିଂ ମଧ୍ୟରେ ଲଢ଼େଇ

କୋଲକାତା,୦୫/୧୧: ଚଳିତ ବିଶ୍ୱକପ୍‌ର ୩୭ତମ ଲିଗ୍‌ ମୁକାବିଲାରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଐତିହାସିକ ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିସାରିଛନ୍ତି । କେବଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ପାଇଁ ଉଭୟ ପ୍ରୟାସ କରିବେ । 

ଭାରତ ୭ଟି ଯାକ ମ୍ୟାଚ୍‌ ଅପରାଜେୟ ରହିଛି । ଦକ୍ଷିଣ ଆଫ୍ରିକା କେବଳ ନେଦରଲାଣ୍ଡ୍‌ସ ଠାରୁ ପରାଜିତ ହୋଇଥିଲେ ହେଁ ବିସ୍ଫୋରକ ବ୍ୟାଟିଂ ବଳରେ ଆତଙ୍କ ଖେଳାଇଛି ।

ରବିବାର ପ୍ରସିଦ୍ଧ ବ୍ୟାଟର ବିରାଟ କୋହଲିଙ୍କ ଉପରେ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ ।  ଜନ୍ମଦିନରେ ସେ ଭାରତବାସୀଙ୍କୁ ବିଜୟ ଭେଟି ଦେବାକୁ ପ୍ରୟାସ କରିବେ । ଆଉ ଗୋଟିଏ ଶତକ କଲେ ସେ ସଚିନ ତେନ୍ଦୁଲକରଙ୍କ ୪୯ଦିନିକିଆ ଶତକ ରେକର୍ଡ ସହ ସମକକ୍ଷ ହେବେ ।

ପୂର୍ବ ରେକର୍ଡ ଦକ୍ଷିଣ ଆଫ୍ରିକା ପକ୍ଷରେ ରହିଥିଲେ ହେଁ ଭାରତକୁ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବା କଷ୍ଟକର । ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ଦକ୍ଷିଣ ଆଫ୍ରିକା ୩ଟି ଓ ଭାରତ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ୨୦୧୫ ଓ ୨୦୧୯ ବିଶ୍ୱକପ୍‌ ମୁକାବିଲା ଜାତିଥିବା ଭାରତ ରବିବାର ହ୍ୟାଟ୍ରିକ ବିଜୟ ପାଇଁ ପ୍ରୟାସ କରିବ ।

Copyright © 2022 - Summa Real Media Private Limited. All Rights Reserved.