ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଏଭଳି ପିଚ୍‌ ପାଇଁ କୋହଲି ଜରୁରି: ରୋହିତ

କୋଲକାତା ୦୬/୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ବିଜୟକୁ ନେଇ ଅଧିନାୟକ ରୋହିତ ଶର୍ମା ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି  ଓ ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପ୍ରଶଂସା କରିଛନ୍ତି । 

ସେ କହିଛନ୍ତି, ପିଚ୍‌ ବ୍ୟାଟିଂ ପାଇଁ ସେଭଳି ଅନୁକୂଳ ନଥିଲା । ମାତ୍ର ଆମ ବ୍ୟାଟରମାନେ ଚମତ୍କାର ବ୍ୟାଟିଂ କରିଥିଲେ । ବିଶେଷ କରି ବିରାଟ କୋହଲିଙ୍କ ବ୍ୟାଟିଂ ଚମକପ୍ରଦ ରହିଥିଲା । ଏଭଳି ପିଚ୍‌ରେ ସବୁ ବ୍ୟାଟ୍ସମ୍ୟାନ୍‌ ସହଜରେ ରନ ସଂଗ୍ରହ କରିପାରିବେ ନାହିଁ । ତେଣୁ କଷ୍ଟକର ପିଚ୍‌ ପାଇଁ କୋହଲିଙ୍କ ଭଳି ଦକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ଆବଶ୍ୟକତା ରହିଛି । ଶ୍ରେୟାସ ଆୟରଙ୍କ ଅବଦାନକୁ  ମଧ୍ୟ ପ୍ରଶଂସନୀୟ । ମାତ୍ର ଜାଡେଜାଙ୍କ ପ୍ରଦର୍ଶନ ବେଶ୍‌ ଚମତ୍କାର ରହିଥିଲା । ସେ ଆମ ମ୍ୟାଚ୍‌ ୱିନର୍‌ । ଆଜି ସେ ଅସଲ ଦକ୍ଷତା ଦେଖାଇଛନ୍ତି ।  ଆବଶ୍ୟକତା ଅନୁଯାୟୀ ସେ ଆଜି ପ୍ରଦର୍ଶନ କରିଛନ୍ତି । ପ୍ରଥମ ୫ଟି ମ୍ୟାଚ୍‌  ଅପେକ୍ଷା ଶେଷ ୩ଟି ଯାକ ଲିଗ୍‌ ମ୍ୟାଚ୍‌ର ପ୍ରଦର୍ଶନକୁ ନେଇ ମୁଁ ସନ୍ତୁଷ୍ଟ ।  ଏହି ମ୍ୟାଚ୍‌ ଗୁଡ଼ିକରେ ଆମେ କଷ୍ଟକର ପରିସ୍ଥିତିକୁ ସାମ୍ନା କରି ସଫଳ  ହୋଇଛି । ଇଂଲଣ୍ଡ ଓ ଶ୍ରୀଲଙ୍କା ଆମକୁ ପ୍ରାରମ୍ଭରୁ ଚାପରେ ରଖିଥିଲେ । ହେଲେ ଆମ ପେସ୍‌ ବୋଲରମାନେ ଆମକୁ ବିଜୟ ଭେଟି ଦେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.