ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟାଙ୍ଗିଆ ଚୋଟରେ ଜଣେ ଗୁରୁତର, ଯୁବକ ଗିରଫ

ଦାରିଙ୍ଗବାଡ଼ି,୧୦/୧୨ : ନିଆଁ ପୁଇଁବାକୁ କେନ୍ଦ୍ର କରି ଟାଙ୍ଗିଆରେ ଆକ୍ରମଣ । ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଥିବାବେଳେ ଗୁରୁତର ଆହତ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଜଣକ ହେଲେ ଗଣ୍ଡିଗୁଡ଼ା ଗ୍ରାମର ଟୁଣ୍ଡା ପ୍ରଧାନ(୪୫) । ଗିରଫ ଯୁବକ ଜଣଙ୍କ ହେଲେ ଟକିମାହା ଗ୍ରାମର ସିମସ ପ୍ରଧାନ (୧୯) । ପୋଲିସ ଏ ନେଇ କେଶ ନମ୍ୱର ୨୯୨/୨୩ରେ ମାମଲା ରୁଜୁ କରି ମାମଲାର ତଦନ୍ତ କରିଥିବା ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।  

ସୂଚନା ଅନୁଯାୟୀ, ଟୁଣ୍ଡା ଟକିମାହା ଗାଁକୁ କାଲି ପ୍ରଧାନଙ୍କ ଘରକୁ ବୁଲିବାକୁ ଆସିଥିବାବେଳେ ଶନିବାର ସନ୍ଧ୍ୟା ସମୟରେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପାଖରେ ବସିଥିଲେ । ସେହି ସମୟରେ ଠେଲାଠେଲି ହେବା ଫଳରେ ସିମସ ପ୍ରଧାନ ଘରୁ ଟାଙ୍ଗିଆ ଆଣି ଟୁଣ୍ଡା ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଟୁଣ୍ଡା ଗୁରୁତର ହୋଇଥିବାବେଳେ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦାରିଙ୍ଗବାଡ଼ି ମେଡ଼ିକାଲ ତା’ପରେ ଫୁଲବାଣୀ ମେଡ଼ିକାଲକୁ ରେଫର୍ କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଯୋଗୁଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.