ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଦିନିକିଆ ବିଶ୍ୱକପ୍-୨୦୨୩: ସେମି ଫାଇନାଲ୍‌ ଦୌଡ଼, ଗୋଟିଏ ସ୍ଥାନ ପାଇଁ ୩ ଦାବିଦାର

ବେଙ୍ଗାଲୁରୁ,୦୯/୧୧: ଚଳିତ ବିଶ୍ୱକପ୍‌ର ୪୦ଟି ମ୍ୟାଚ  ଶେଷ ହୋଇସାରିଛି । ତଥାପି ସେମି  ଫାଇନାଲ୍‌ ନିଶ୍ଚିତ ହୋଇପାରି ନାହିଁ । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ  ସେମିରେ ପ୍ରବେଶ କରିସାରିଛନ୍ତି । ବୁଧବାର ନେଦରଲାଣ୍ଡ୍‌ସ ସେମି ଦୌଡ଼ରୁ ବାଦ୍‌ ପଡ଼ିଛି । ଫଳରେ ଗୋଟିଏ ସ୍ଥାନ ପାଇଁ  ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ଏବେବି ଦୌଡ଼ରେ ରହିଛନ୍ତି ।  

ନ୍ୟୁଜିଲାଣ୍ଡ ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇଲେ ସେମି ଫାଇନାଲର ପ୍ରମୁଖ ଦାବିଦାର ହୋଇ ପାରିବ । ଶ୍ରୀଲଙ୍କାକୁ ହରାଇଲେ ନ୍ୟୁଜିଲାଣ୍ଡର ପଏଣ୍ଟ ୧୨ରେ ପହଞ୍ଚିବ । ନ୍ୟୁଜିଲାଣ୍ଡର ବିଜୟ ସତ୍ତେ୍ୱ ପାକିସ୍ତାନ ମଧ୍ୟ ଶେଷ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ପରାଜିତ ହେବା ଆବଶ୍ୟକ ।  

ପାକିସ୍ତାନକୁ ସେମିରେ ପ୍ରବେଶ କରିବା ପାଇଁ ହେଲେ ଶେଷ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ଅତି କମ୍‌ରେ ୧୩୦ ରନ୍‌ ବ୍ୟବଧାନରେ ହରାଇବା ଜରୁରି । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ  ହେବାକୁ ଥିବା ମୁକାବିଲା ବର୍ଷା ଯୋଗୁ  ବାତିଲ ହୋଇଗଲେ ପାକିସ୍ତାନ ଶେଷ ଲିଗ ମ୍ୟାଚ୍‌ରେ ସିଧା ସଳଖ ବିଜୟ  ସହ ସେମିରେ ପ୍ରବେଶ କରିପାରିବ । ଏହା ସମ୍ଭବ ହେଲେ ପାକିସ୍ତାନ ରନ୍‌ ରେଟ୍‌ରେ ନ୍ୟୁଜିଲାଣ୍ଡକୁ ଅତିକ୍ରମ  କରିପାରିବ । ଆଫଗାନିସ୍ତାନ ମଧ୍ୟ ସେମିରେ ପ୍ରବେଶ କରିବାର ସୁଯୋଗ  ରହିଛି । ଆଫଗାନିସ୍ତାନ ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇବବା ସହ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ନିଜ ନିଜ  ଶେଷ ମ୍ୟାଚ୍‌ରେ ପରାଜିତ ହେଲେ  ଯାଇ ଆଫଗାନିସ୍ତାନର ସେମି ଫାଇନାଲ ସ୍ୱପ୍ନ ସଫଳ ହେବ । 

Copyright © 2022 - Summa Real Media Private Limited. All Rights Reserved.