ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡିଶୀ ନୃତ୍ୟ ପରିବେଷଣ କରି ମନ ଜିଣିଲେ ପାନାବେଡା ମାଟିର ଝିଅ ବିଦ୍ୟୁତସ୍ମିତା

ଚନ୍ଦାହାଣ୍ଡି , ୨୮।୧  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଦଳବେଡା ପଞ୍ଚାୟତ ସଦର ଗ୍ରାମର  ଦଶମ ଶ୍ରେଣୀ ର ଛାତ୍ରୀ ବିଦ୍ୟୁତସ୍ମିତା ମାଝି  ଓଡିଶୀ ନୃତ୍ୟ  ପରିବେଷଣ କରି ଲୋକଙ୍କ ମନ ଜିଣିଛନ୍ତି।

 ଦଳବେଡା ଗ୍ରାମର    ଆଦର୍ଶ  ଆଶା ମା’ ଗଜମତୀ  ଏବଂ ଅମୃ ମାଝି ଙ୍କ କନ୍ୟା  ହେଉଛନ୍ତି ବିଦ୍ୟୁତ ସ୍ମିତା ମାଝି l ଉମରକୋଟ ଅରବିନ୍ଦ ପୂର୍ଣାଙ୍ଗ  ବିଦ୍ୟାଳୟ ରେ  ଦଶମ ଶ୍ରେଣୀରେ  ପାଠ ପଢନ୍ତି।  ବିଦ୍ୟୁତସ୍ମିତା ପିଲାଟି ଦିନ ରୁ ବିଭିନ୍ନ ଭକ୍ତି ସଂଗୀତ ରେ ନୃତ୍ୟ କରିଥାନ୍ତି l ଏଥି ପାଇଁ  ତାଙ୍କ ମା’ ଗଜମତୀ ମାଝି ତାଙ୍କୁ ବିଶେଷ ପେରଣା ଦେଇ ଥାନ୍ତି l  ମା’ ଙ୍କ ପ୍ରବଳ ଇଛା ଥିଲା ଝିଅ ପାଠ ପଢା ସହ  ଓଡିଶୀ ନୃତ୍ୟ  ସିଖୁ l ଉମରକୋଟ ଅରବିନ୍ଦ ପୂର୍ଣାଙ୍କ ବିଦ୍ୟା ମନ୍ଦିରର ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ନାୟକଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଶିକ୍ଷା ନେଇଥିଲେ।   ଗତ ଶନିବାର  ବିଦ୍ୟାମନ୍ଦିରର ବାର୍ଷିକ  ଉତ୍ସବରେ ସେ ସହ ପାଠୀଙ୍କ ସହ ଓଡିଶୀ ନୃତ୍ୟ  ପରିବେଷଣ କରି ସମସ୍ତ ଙ୍କ ମନକୁ ଆକର୍ଷଣ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ବିଶେଷ ଅତିଥି  ରାଜ୍ୟ ଉଠାଜଳ ସେଚନ ନିଗମ ଉପଦେଷ୍ଟା  ପ୍ରମୋଦ କୁମାର ପାଢ଼ୀ ପ୍ରମାଣ ପତ୍ର ଦେଇ  ପୁରସ୍କୃତ କରି ଥିଲେ l

 ଚନ୍ଦାହାଣ୍ଡି ଅଞ୍ଚଳରେ ନାଟକ, ଘୁମୁରା, ସଂର୍କିର୍ତ୍ତନ, ପରି କଲାକାରମାନେ ରହିଥିବା  ବେଳେ  ଏଠାରେ କୌଣସି ଓଡିଶୀ କଳା କାର ନ ଥିଲେ l ବର୍ତ୍ତମାନ ଦଳବେଡା ପରି ଜଙ୍ଗଳ ଉପାନ୍ତ ଅଞ୍ଚଳ ର ଜଣେ ଆଦିବାସୀ ଝିଅ ଓଡିଶୀ ନୃତ୍ୟ  କଳାକାର ଭାବରେ ବାହାରିବା  ପାନାବେଡା ମାଟି ପାଇଁ ଏହା ଏକ ଉଜ୍ଜ୍ୱଳ  ତାରକା ସଦୃଶ୍ୟ ବୋଲି   ଉଠାଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ କହିଛନ୍ତି l  ଆଗକୁ   ବିଦ୍ୟୁତସ୍ମିତା କିପରି ଅଧିକା ଭଲ ଓଡିଶୀ ନୃତ୍ୟ କରିପାରିବେ  ସେ ଦିଗରେ ସେ ବିଶେଷ ଧ୍ୟାନ ଦେବେ ବୋଲି ସେ  ସୂଚନା ଦେଇ ଛନ୍ତି l  ଏ ସମ୍ପର୍କ ରେ ଚନ୍ଦାହାଣ୍ଡି  ବି ଡି ଓ ରାମକୃଷ୍ଣ ନାୟକ ଙ୍କୁ ପଚାରିବାରୁ ଜିଲ୍ଲା ଅଫିସ ସହ ଆଲୋଚନା କରି  ଅଧିକା ତାଲିମ୍ ଦେବା ପାଇଁ  ବ୍ୟବସ୍ଥା କରିବେ ବୋଲି କହିଛନ୍ତି l  ଭବିଷ୍ୟତ ରେ ଜଣେ ଭଲ ଓଡିଶୀ ନୃତ୍ୟ ଶିଳ୍ପୀ ହେବା ପାଇଁ  ବିଦ୍ୟୁତସ୍ବିତା ଆଶା ରଖିଥିବା କହିଛନ୍ତି  l ଏଥି ପାଇଁ ପ୍ରଶାସନ ର ସହାୟତା ଯୋଗାଇ ଦେବାକୁ  ସେ ନିବେଦନ କରିଛନ୍ତି l 

ଆହୁରି ପଢନ୍ତୁ : ବଢିଲା ବିଏସକେଓ୍ବାଇ- ନବୀନ କାର୍ଡ ଆବେଦନ ତାରିଖ , ଫେବୃୟାରୀ ୮ ପର୍ଯ୍ୟନ୍ତ କରି ହେବ ଆବେଦନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.