ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବୁଧବାର ଅଭିଭାବକ-ଶିକ୍ଷକ ବୈଠକ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆବେଦନ ୨୪ରେ ଶେଷ

ଭୁବନେଶ୍ୱର,୨୧/୧୧: ପିଲାମାନଙ୍କ ଗୁଣବତ୍ତା ଶିକ୍ଷାର  ବିକାଶ ଓ ସେମାନଙ୍କର ପାଠପଢ଼ାରେ ଅଗ୍ରଗତି ପାଇଁ ଆସନ୍ତା ୨୨ରେ ସମସ୍ତ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ । ତୃତୀୟ ବୈଠକରେ ଅଭିଭାବକ ଓ ଶିକ୍ଷକଙ୍କ  ସହ ବିଦ୍ୟାଳୟ ଓ ପରିଚାଳନା କମିଟି ମଧ୍ୟ ଉପସ୍ଥିତ ରହିବେ ।  ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଏବଂ ଏସ୍‌ଏସ୍‌ଡି  ବିଦ୍ୟାଳୟଗୁଡ଼ିକରେ ୨୦୨୩-୨୪ ବର୍ଷର ତୃତୀୟ ଅଭିଭାବକ  ବୈଠକ କରାଯିବ । 

ଏହି ବୈଠକ ଫଳରେ ବିଦ୍ୟାଳୟଗୁଡ଼ିକରେ  ସରକାରଙ୍କ ଦ୍ୱାରା ଯେଉଁ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି  ତା’ର ମାନ ନିଧାରଣ କରିବାର ସୁଯୋଗ ପାଇବେ ଅଭିଭାବକ ଓ  ବିଦ୍ୟାଳୟ ପରିଚାଳନା କମିଟି । ଶିକ୍ଷା କ୍ଷେତ୍ରର ବିକାଶ କରିବାକୁ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ  ଓ ଶିକ୍ଷୟତ୍ରୀ, ପ୍ରାଥମିକ ବିଦ୍ୟାଳୟ ସ୍ତରରେ, ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ ସ୍ତରରେ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଉଚ୍ଚ  ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସିଆରସିସି, ବିଇଓ, ଡିଇଓ,  ଆଲୁମିନି କମିଟି ପ୍ରମୁଖ ମାନକ ରହିଛି । 

ପିଲାମାନଙ୍କର ଗୁଣବତ୍ତା ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ  ଅଭିଭାବକମାନେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟରେ ପାଇଁ ହୋଇଥିବା  ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ ।  ଏହି ବୈଠକରେ ସ୍ୱତନ୍ତ୍ର ଭାବେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’  ଏବଂ ସମ୍ମିଳିତ ମୂଲ୍ୟାଙ୍କନ-୧ ର ଫଳାଫଳ ବିଷୟରେ ଆଲୋଚନା  କରାଯିବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପକ୍ଷରୁ ସୂଚନା  ଦିଆଯାଇଛି ।  

ଶିକ୍ଷକ ଓ ପ୍ରଧାନଶିକ୍ଷକମାନେ ପ୍ରଥମରୁ ଦଶମ ଶ୍ରେଣୀ  ପିଲାମାନଙ୍କର ସମ୍ମିଳିତ ମୂଲ୍ୟାଙ୍କନ ଅଭିଭାବକ ଓ ବିଦ୍ୟାଳୟ  ପରିଚାଳନା କମିଟି ମଧ୍ୟରେ ପ୍ରକାଶ କରାଯିବ । ମୁଖ୍ୟମନ୍ତ୍ରୀ ଶିକ୍ଷା  ପୁରସ୍କାର ଆବେଦନ କରିବାର ଶେଷ ତାରିଖକୁ ଚଳିତ ମାସ ୨୪  ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ବୈଠକକୁ ପ୍ରଭାବଶାଳୀ  କରିବା ପାଇଁ ବିଦ୍ୟାଳୟ ଗୁଡ଼ିକର ପ୍ରଧାନଶିକ୍ଷକମାନଙ୍କୁ ସମସ୍ତ  ବ୍ୟବସ୍ଥା କରି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକ  ଶେଷରେ ଅଭିଭାବକଙ୍କର ମତାମତକୁ ଗ୍ରହଣ କରି ବିଦ୍ୟାଳୟରେ  ଶିକ୍ଷାକୁ ବିକାଶ କରିବା ଦିଗରେ କାର୍ଯ୍ୟକାରୀ କରାଯିବ ।

Copyright © 2022 - Summa Real Media Private Limited. All Rights Reserved.