ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

‘ଦୀପାବଳିକୁ ଖରାପ କରିଥିବାରୁ ଧନ୍ୟବାଦ’; ଟିକେଟ ଟଙ୍କା ଫେରସ୍ତ ମାଗିବା ସହ ରେଳବାଇ ଉପରେ ବର୍ଷିଲେ ଯୁବକ

ନୂଆଦିଲ୍ଲୀ: ଦେଶ ଭିତରେ ଦୂରସ୍ଥାନକୁ ଯାତ୍ରା କରିବାକୁ ହେଲେ ରେଳ ଏକ ସହଜ ଏବଂ ସୁଲଭ ମାଧ୍ୟମ । ହେଲେ ଏହି ରେଳ ଯାତ୍ରା ଲାଗି ଯଦି ଜଣେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଏଥିପାଇଁ ଦାୟୀ କିଏ ରହିବ ? ଏମିତି  ଅନେକ ଘଟଣା ଘଟୁଥିବା ବେଳେ କେତେକ ସମାଧାନ ହୁଏ ତ ଆଉ କେତେକ ଘଟଣା ସମାଲୋଚନାରେ ସୀମିତ ରହେ । ଏଭଳି ଏକ ଘଟଣା ଗୁଜରାଟରୁ ଏବେ ସାମ୍ନାକୁ ଆସିଛି । ଜଣେ ଯାତ୍ରୀ ଦୀପାବଳି ଅବସରରେ ଘରକୁ ଯିବା ପାଇଁ ଟ୍ରେନ୍‌ର ଏସି କୋଚ୍‌ ବୁକ୍‌ କରିଥିଲେ । ଥାର୍ଡ ଏସି କୋଚ୍‌ରେ ଟିକେଟି ବି କନଫର୍ମ ହୋଇଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଟିକେଟ ଥାଇ ବି ସେ ଟ୍ରେନ ଭିତରକୁ ପଶିପାରିନଥିଲେ । 

କାରଣ ଏସି ବଗିରେ ବି ଲୋକଙ୍କ ଭିଡ଼ ଏତେ ଥିଲା ଯେ ୨୭ ବର୍ଷୀୟ ଅଂଶୁଲ ଶର୍ମା ଟ୍ରେନ୍‌ ପାଖରେ ଯାଇ ଛିଡ଼ା ବି ହୋଇପାରିନଥିଲେ । ଏହା ପରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ଏବଂ ଟିକେଟ୍‌ ବାବଦକୁ ଖର୍ଚ୍ଚ କରିଥିବା ଟଙ୍କା ଫେରାଇବା ପାଇଁ ରେଳବାଇକୁ କହିଛନ୍ତି । 

ଷ୍ଟେସନ୍‌ରେ ଥିବା ସମୟରେ ଟ୍ରେନର କିଛି ଫଟୋ ଏବଂ ଭିଡିଓ ସେୟାର କରିବା ସହ ଅଂଶୁଲ ଲେଖିଛନ୍ତି ଯେ , ‘ଦୀପାବଳିକୁ ଖରାପ କରିଥିବାରୁ ଧନ୍ୟବାଦ । କନଫର୍ମ ଟିକେଟ୍‌ ପାଇସାରିବା ପରେ ବି ଏମିତି ପରିସ୍ଥିତି ଉପୁଜିବା ଦୁର୍ଭାଗ୍ୟ । ଏଥିପାଇଁ ପୋଲିସ ମଧ୍ୟ କିଛି ସାହାଯ୍ୟ କଲାନାହିଁ । ମୋ ଭଳି ଅନେକ ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରିପାରିନାହାନ୍ତି ।’ ତବେ ସେ ସେୟାର କରିଥିବା ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, କିଭଳି ଲୋକମାନେ ଟ୍ରେନ୍‌ର ସମସ୍ତ ବଗିରେ ଛଢ଼ୁଛନ୍ତି । ଟ୍ରେନ୍‌ ପାଖରେ ଏଥେ ଭିଡ଼ ଜମା ହୋଇଛି ଯେ, ଅନ୍ୟ କେହି ଏହା ଭିତରେ ପ୍ରବେଶ କରିବା ଅସମ୍ଭବ ଭଳି ମନେହେଉଛି । 




ଅଂଶୁଲ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଶ୍ରମିକଙ୍କ ଭିଡ଼ ଏତେ ଥିଲା ଯେ, ସେମାନେ ପ୍ରକୃତ ଯାତ୍ରୀଙ୍କୁ ବଗି ଭିତରକୁ ଛାଡ଼ିନଥିଲେ । ଏପରିକି ଭିତରୁ ବଗିକୁ ଲକ୍‌ କରିଦେବା ଫଳରେ ଅନ୍ୟ ଯାତ୍ରୀମାନେ ବାଧ୍ୟ ହୋଇ ଫେରିଆସିଥିଲେ । ସେପଟେ ପୋଲିସ ସାହାଯ୍ୟ କରିବାକୁ ମନା କରିବା ସହ ଏଭଳି ସ୍ଥିତିକୁ ଦେଖି ହସିଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ଭଦୋଦରାର ଡିଭିଜନାଲ ମ୍ୟାନେଜରଙ୍କୁ ଟାର୍ଗେଟ କରି ସେ ଅନେକ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । 

ସୂଚନାଯୋଗ୍ୟ, ଦୀପାବଳି ପୂର୍ବରୁ ଟ୍ରେନ୍‌ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏପରିକି ଠେଲାପେଲା ପାଇଁ ଜଣେ ୪୦ ବର୍ଷୀୟ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ଏହି ଟ୍ରେନ୍‌ ସୁରଟରୁ ବିହାର ଅଭିମୁଖେ ଯାତ୍ରା କରିଥିଲା । ସେପଟେ ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଥିଲା ଯେ, ଭିଡ଼କୁ ଦେଖି ଅଧିକରୁ ଅଧିକ ଟ୍ରେନ୍‌ ଚଳାଚଳ କରୁଛି। ଏହା ସହ ସୁରକ୍ଷା ଦୃଷ୍ଟିରୁ ଜିଆରପି ଏବଂ ଆରପିଏଫ ମୁତୟନ କରାଯାଇଛି । ହେଲେ ଅଂଶୁଲ ଶର୍ମାଙ୍କ ଏହି ଅଭିଯୋଗକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ମତ ପ୍ରକାଶ ପାଇଛି । ନିଜ ଟିକେଟ ବାବଦକୁ ଅଂଶୁଲ ୧୧୭୩ ଟଙ୍କା ଫେରସ୍ତ ମାଗିଥିବା ବେଳେ ତାଙ୍କୁ ଜୀବନ ସାରା ମାଗଣା ଟ୍ରେନ୍‌ ଯାତ୍ରା ମିଳିବା ଦରକାର ବୋଲି କେତେକ ସୋସିଆଲ ମିଡିଆ ୟୁଜର୍ସ ମତ ଦେଇଛନ୍ତି ।  

 

  • Indian Railway
  • Copyright © 2022 - Summa Real Media Private Limited. All Rights Reserved.